ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ: ୩୫୯ ପଞ୍ଜୀକୃତ, ୫୦ ଜଣଙ୍କୁ ମିଳିଲା ଉଦ୍ୟମ ପ୍ରମାଣପତ୍ର

ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ: ୩୫୯ ପଞ୍ଜୀକୃତ, ୫୦ ଜଣଙ୍କୁ ମିଳିଲା ଉଦ୍ୟମ ପ୍ରମାଣପତ୍ର

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଓ ଏଆରସି ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟ କର୍ମ ରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହା ସହିତ ଗୋଲାମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତ,ଏବିଡିଓ ବିଜୟ କୁମାର ନାଏକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ମିଶ୍ର,ବୃଷବ ନାଏକ, ଜୟ କୃଷ୍ଣ ସାହୁ,ଜୟନ୍ତ ସିଂ,ଦୋଳମଣୀ ପ୍ରଧାନ, ବରିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଚନ୍ଦ୍ର ଶେଖର ମୁଣ୍ଡ, ବିଶ୍ୱ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶିବିରର କାର୍ଯ୍ୟଧାରାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ମିଳିଥିବା ତଥ୍ୟ ଅନୁଯାୟୀ, ଶିବିରରେ ମୋଟ ୩୫୯ ଜଣ ଭିନ୍ନକ୍ଷମ ବ୍ୟକ୍ତି ନିଜର ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ୫୦ଟି ନୂତନ ଉଦ୍ୟମ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଭିନ୍ନକ୍ଷମ ସଶକ୍ତିକରଣକୁ ଆଖିରେ ରଖି ଶିବିରରେ ୨୩ ଜଣ ଛାତ୍ରଛାତ୍ରୀଙ୍କୁ ଜାତୀୟ ଛାତ୍ରବୃତ୍ତି ପାଇଁ ମନୋନୀତ କରାଯାଇଥିବା ବେଳେ, ମୋଟ ୩୮ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ଭତ୍ତା ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି। ଶିବିର ଅବସରରେ ଉପସ୍ଥିତ ହିତାଧିକାରୀଙ୍କୁ ସହାୟକ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ୨ ଜଣଙ୍କୁ ଟ୍ରାଇସାଇକେଲ, ୧ ଜଣଙ୍କୁ ହୁଇଲ ଚେୟାର ଓ ୨ ଜଣ ଦୃଷ୍ଟିହୀନଙ୍କୁ ସ୍ପେଶାଲ ବ୍ଲାଇଣ୍ଡ ଷ୍ଟିକ (ବାଡ଼ି) ପ୍ରଦାନ କରାଯାଇଛି।ଏହା ବ୍ୟତୀତ ଶିବିରରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ରୋବୋଟିକ ଥେରାପି ୟୁନିଟ୍ ମାଧ୍ୟମରେ ୪୦ ଜଣ ରୋଗୀଙ୍କର ସ୍କ୍ରିନିଂ କରାଯାଇ ୨୦ ଜଣଙ୍କୁ ଆଧୁନିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ସେହିପରି ପ୍ରୋସଥେଟିକ୍ସ ଓ ଅର୍ଥୋଟିକ୍ସ ୟୁନିଟ୍ ଦ୍ଵାରା ୩୨ ଜଣଙ୍କ ପାଇଁ କୃତ୍ରିମ ଅଙ୍ଗ ଏବଂ ସହାୟକ ଉପକରଣ ନିର୍ଦ୍ଧାରଣ କରାଯାଇଛି, ଯାହା ଆଗାମୀ ଦିନରେ ସେମାନଙ୍କୁ ପ୍ରଦାନ କରାଯିବ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର … ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ

ଚାଷୀଙ୍କ ଠାରୁ ଧାନ କିଣି ଏପର୍ଯ୍ୟନ୍ତ ସରକାର ଦେଇ ନାହାନ୍ତି ଧାନର ଟଙ୍କା 

masiha

ସନାତନ ହରିଚନ୍ଦନ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!