ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ଞାନ ଆହରଣ ପାଇଁ ଛାତ୍ର ଛାତ୍ରୀମାନଙ୍କ ଶିଳ୍ପ ସଂସ୍ଥା ପରିଦର୍ଶନ

ଜ୍ଞାନ ଆହରଣ ପାଇଁ ଛାତ୍ର ଛାତ୍ରୀମାନଙ୍କ ଶିଳ୍ପ ସଂସ୍ଥା ପରିଦର୍ଶନ 

ଜୁନାଗଡ଼,୩୦/୯(ମ ନି ସ)ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ବିଦ୍ୟାଳୟ ର ଧନ୍ଦାମୂଳକ ଶିକ୍ଷା ବିଭାଗ ଦ୍ଵାରା ଖୁଚୁରା ବ୍ୟବସାୟ ର ନବମ ଓ ଦଶମ ଶ୍ରେଣୀର ୫୩ ଜଣ ଛାତ୍ର ଛାତ୍ରୀ ମାନେ ଶିଳ୍ପ ସଂସ୍ଥା ପରିଦର୍ଶନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ର ସଂପୃକ୍ତ ବିଭାଗ ର ମୁଖ୍ୟ କମଳିନୀ ପ୍ରଧାନ ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା । ଧନ୍ଦାମୂଳକ ଶିକ୍ଷା ଫଳରେ ନିଶ୍ଚିତ ଭାବରେ ଛାତ୍ର ଛାତ୍ରୀ ମାନେ ଲାଭବାନ ହୋଇପାରିବେ ଏବଂ ଭବିଷ୍ୟତ ରେ ଆତ୍ମନିର୍ଭରଶୀଳ ହେବାର କୌଶଳ ଶିକ୍ଷା ଯୋଗୁଁ ଆଗାମୀ ଦିନରେ ନିଜକୁ ସ୍ଵାଭିମାନ ତଥା ଆତ୍ମନିର୍ଭରଶୀଳ ର ପରିଚୟ ଦେଇପାରିବେ । ନବମ ଓ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ଜୁନାଗଡ଼ ସ୍ଥିତ ଟ୍ରେଣ୍ଡ ସପିଂ ମଲ୍ କୁ ଯାଇ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ । ଟ୍ରେଣ୍ଡ ର ମୁଖ୍ୟ ପରିଚାଳକ ଛାତ୍ରଛାତ୍ରୀ ମାନଙ୍କୁ ସେଳ୍ଫ୍, ବ୍ରାଣ୍ଡ କପଡା, କିପରି କପଡା କୁ ସ୍ମଲ ସାଇଜ ରୁ ଏସ,ଏମ, ଏଲ, ଏକ୍ସଏଲ ସାଇଜ ଆକାର ରେ ସଜାଯାଏ; ଗ୍ରାହକ ଙ୍କୁ କିପରି ଉତ୍ତମ ବ୍ୟଵହାର ପ୍ରଦର୍ଶନ କରାଯାଏ,ସେ ବିଷୟ ରେ ଅବଗତ କରାଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଙ୍କ ନିର୍ଦେଶ ରେ ବିଜ୍ଞାନ ଶିକ୍ଷକ ତଥା ଏନ୍.ସି.ସି ଅଫିସର୍ ସନ୍ତୋଷ କୁମାର ମେହେର ସକ୍ରିୟ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରାଇଥିଲେ। ସରକାର ଙ୍କ ଏ ଭଳି ଅଭିନବ ପଦକ୍ଷେପ ଏବଂ ସାଧୁ ଉଦ୍ୟମ୍ କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ରେ ମଧ୍ୟ ଉଚ୍ଚ ପ୍ରଶଂସା କରାଯାଇଛି। ପରିଶେଷରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଶୀଳ କୁମାର ନାଗ ସମସ୍ତ ଙ୍କ ମିଳିତ ସହଯୋଗ ପାଇଁ ଧନ୍ୟଵାଦ ଦେଇଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଗୁଡ଼ାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ସମାଜ ସେବୀ ରସିକ ମଙ୍ଗରାଜ ଆଉ ନାହାନ୍ତି

Sunil Chandra Nayak

ଆନ୍ତ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ଦଳ ର କଟକ ଗସ୍ତ

Sunil Chandra Nayak

Leave a Comment

error: Content is protected !!