ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରିଡା ଶିକ୍ଷକ ଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳି ସଭା 

କ୍ରିଡା ଶିକ୍ଷକ ଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳି ସଭା 

ଡାବୁଗାଁ,୩୦/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଉମରକୋଟ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ପ୍ରଭାସ କୁମାର ଜେନା ଙ୍କ ମୃତ୍ୟୁରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ସୂଚନାଯୋଗ୍ୟ- ବୁଧବାର ଦିନ ଜିଲା ସ୍ତରୀୟ କ୍ରିଡା ମହୋତ୍ସବ ରେ ଯୋଗ ଦେବାକୁ ଛାତ୍ରୀଛାତ୍ର ମାନଙ୍କ ସହ ଉମରକୋଟ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ପ୍ରଭାସ କୁମାର ଜେନା ଏକ ଘରୋଇ ବସ ଯୋଗେ ଚନ୍ଦହାଣ୍ଡି ଯାଉଥିଲେ | ରାସ୍ତାରେ ଚନ୍ଦହାଣ୍ଡି ଘାଟିରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଫଳରେ ୩୪ ଜଣ ଛାତ୍ରୀ ଛାତ୍ର ମାନେ ଆହତ ହୋଇଥିବା ବେଳେ କ୍ରିଡା ଶିକ୍ଷକ ପ୍ରଭାସ କୁମାର ଜେନା ଙ୍କ ମୃତ୍ୟୁ ଘଟିଥିଲା | ଏହି ଅବସରରେ ଡାବୁଗାଁ ବ୍ଲକ ର ସମସ୍ତ କ୍ରିଡା ଶିକ୍ଷକ ଓ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଶ୍ରଦ୍ଧାଞ୍ଜଳି ସଭା କରି ମୃତ କ୍ରିଡା ଶିକ୍ଷକ ଙ୍କୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଦେଇଥିଲେ | ଏଥିରେ କ୍ରିଡା ଶିକ୍ଷକ ହେମନ୍ତ କୁମାର ସାମଲ, ରଞ୍ଜନ କୁମାର ପରିଡା, ଉମାକାନ୍ତ ବିଶ୍ଵାଳ, ବାସୁଦେବ ରଥ ଏବଂ ଶିକ୍ଷକ ରାମାକାନ୍ତ ଲେଙ୍କା, ଶିକ୍ଷୟତ୍ରୀ ମଧୁସ୍ମିତା ନାୟକ, ଇତିଶ୍ରୀ ବର୍ଷାରାଣୀ ରାଉତ ଓ ଛାତ୍ରମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ନୀଳଗିରି ବନ୍ଦ ଡାକରା ଦେଲା ନିଳଗିରି କ୍ରିୟାନୁଷ୍ଠାନ କମିଟି

masiha

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

masiha

Leave a Comment

error: Content is protected !!