ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁପ୍ରା ପକ୍ଷରୁ ସ୍ୱଛତା ପକ୍ଷ ପାଳନ ଓ ଗ୍ରାମ୍ୟରାସ୍ତା ତଥା ଜଗନ୍ନାଥ ମନ୍ଦିର ପରିସର ସଫେଇ

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁପ୍ରା ପକ୍ଷରୁ ସ୍ୱଛତା ପକ୍ଷ ପାଳନ ଓ ଗ୍ରାମ୍ୟରାସ୍ତା ତଥା ଜଗନ୍ନାଥ ମନ୍ଦିର ପରିସର ସଫେଇ

ରୁପ୍ରା, ୧/୧୦ (ମନିସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ସକାଳ ୧୦ ରୁ ୧୧ଟା ପର୍ଯ୍ୟନ୍ତ ୧ ଘଣ୍ଟା ସ୍ୱଚ୍ଛତା ପକ୍ଷ ପାଳନ ନର୍ଲାବ୍ଲକ୍ ଅଧିନ ରୁପ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୁପ୍ରା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡା.ଦୁର୍ଯ୍ୟୋଧନ ପ୍ରଧାନ ଆୟୁଷ  ଙ୍କ ସଭାପତିତ୍ୱରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜୋନ୍ ନଂ ୧  ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରୁପ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ  ଡ଼ଲ୍ଲୀ ବେହେରା, ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମହେଶ୍ୱର ସାହୁ, ସମ୍ପାଦକ ଗୌରଚନ୍ଦ୍ର ଭୋଇ ଓ ପୂର୍ବ ସରପଞ୍ଚ ଶ୍ୟାମସୁନ୍ଦର ସେନାପତି ପ୍ରମୁଖ ଯୋଗଦାନ କରି ନିଜେ ସଫେଇ କାର୍ଯ୍ୟ କରିବା ସହ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। 

 ପ୍ରଥମେ ସ୍ୱାସ୍ଥ୍ୟକେନ୍ଦ୍ର ରୁପ୍ରା ପରିସରରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ  ଶୋଭାଯାତ୍ରା ବାହାରି ରୁପ୍ରା  ଜଗନ୍ନାଥ ମନ୍ଦିର ପରିସର ସଫେଇ ଏବଂ ପରେ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି  ସେଠାରେ ପରିବେଶ ସଫା ସାଙ୍ଗକୁ ସଚେତନତା ବାର୍ତା “ସ୍ୱାସ୍ଥ୍ୟ ହିଁ ସେବା ” ଉପରେ ଆଲୋଚନା ହୋଇଥିଲା । ସମାଜସେବୀ ରାଜୀବ ସାହୁ ଓ ସୁଶାନ୍ତ ସେନାପତି, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଜୟ ବାରିକ, ଉଛବ ସାହୁ, ବନମାଳୀ ସାହୁ, ଶ୍ୟାମ ସାହୁ, ୱାର୍ଡ ସଭ୍ୟ ବୃହସ୍ପତି ବିହାରୀ , ସନାତନ ମାଝୀ, ମିଶନ ଶକ୍ତି ମହିଳା ସଭାପତି ଜୟନ୍ତୀ ଗୌଡ଼, ସମ୍ପାଦକ ତରୁଣୀ ଗଡତିଆ, ରିତା ସାହୁ, ମିନାକ୍ଷୀ ସାହୁ, ଲତା ମାଝୀ, ଅଙ୍ଗନୱାଡି କର୍ମୀ ଯାଜ୍ଞସେନୀ ଧଙ୍ଗଡାମାଝୀ, ଲେଖା ସାହୁ, ଯଶୋବନ୍ତି ମାଝୀ, ଆଶା କର୍ମୀ ସୂର୍ଯ୍ୟକାନ୍ତି ସାହୁ, ମୈଥିଲି ମହାଳିଙ୍ଗ, ଦୁଖୀ ଗୌଡ଼, ବୀଣାପାଣି ପଟନାୟକ, ନନ୍ଦଘର  କୋର୍ଡିନେଟର ଶତ୍ରୁଘନ ମାଝୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ମିନୁରାଣୀ ବେହେରାଙ୍କ ସମେତ ଶତାଧିକ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରୁପ୍ରା ରୁ ଅଜୟ କୁମାର ସେନାପତି ଙ୍କ ରିପୋର୍ଟ 

Related posts

ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆୟୋଜିତ କଲା ଦୁଃସାହସିକ ଓ ସ୍ପୋର୍ଟ୍ସ କ୍ଲାଇମିଙ୍ଗ ଶିବିର

masiha

ମଡେଲ ଡିଗ୍ରୀ କଲେଜରେ ସ୍ୱଚ୍ଛ ବାୟୁ ଦିବସ ପାଳିତ

masiha

ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ଚେକ୍

Sunil Chandra Nayak

Leave a Comment

error: Content is protected !!