ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଧର୍ମଗଡ ବ୍ଲକ ର ୧୦ ଜଣ ଶତାୟୁ ବରିଷ୍ଠ ମତଦାତା ସମର୍ଦ୍ଧିତ

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଧର୍ମଗଡ ବ୍ଲକ ର ୧୦ ଜଣ ଶତାୟୁ ବରିଷ୍ଠ ମତଦାତା ସମର୍ଦ୍ଧିତ

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଧର୍ମଗଡ ବ୍ଲକ ର ୧୦ ଜଣ ଶତାୟୁ ବରିଷ୍ଠ ମତଦାତା ଙ୍କୁ ଧର୍ମଗଡ ପ୍ରଶାସନ ପକ୍ଷରୁ ସମର୍ଦ୍ଧିତ କରାଯାଇଛି। ଧର୍ମଗଡ ବ୍ଲକ ରେନଗୁଡା ଗ୍ରାମର ୧୦୧ ବର୍ଷୀୟା କମଳା ମାଝୀ, ଲୁହାଗାଁ ର ୧୦୧ ବର୍ଷୀୟା କୁନ୍ତୀ ଗୋପାଳ, ୧୦୬ ବର୍ଷୀୟ ପବିତ୍ର ନାଏକ ଓ ୧୦୧ ବର୍ଷୀୟ ଶ୍ୟାମ ମଶ୍ରା, କୁଟରୁ ଗ୍ରାମର ୧୦୬ ବର୍ଷୀୟା ସିଲେ ବେୱା, ଧର୍ମଗଡ ର ୧୦୧ ବର୍ଷୀୟା ମନ୍ଦର ଦାସ ୧୦୦ ବର୍ଷୀୟା ଚମେଲି ଦେବୀ, ବୋଡ଼େନ ଗ୍ରାମର ୧୦୧ ବର୍ଷୀୟ ରାଜୀବ ମହାନନ୍ଦ, ଲଛିପୁର ର ୧୦୬ ବର୍ଷୀୟା ରାମବତି ମଶ୍ରା ଓ ଭାଲୁଚୁଁଆ ଗ୍ରାମର ୧୦୩ ବର୍ଷୀୟା ସୁନାଦି ନିଆଲ ଙ୍କୁ ଧର୍ମଗଡ ବିଡିଓ ଶରତ ଚନ୍ଦ୍ର ସେଠୀ, ସହ ଜିଲ୍ଲାପାଳ ଅଜିତ କୁମାର ଶବର ଓ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଏଲ୍ଓ ନରେନ୍ଦ୍ର ଜଗତ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଂସ୍ଥା ଅଧିକାରୀ ଜଗତ ରାମ ବେହେରା ଏହି ଅବସରରେ ଉପସ୍ଥିତ ଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମ. ରାମପୁର ସହର ରେ ମାଙ୍କଡ ଙ୍କ ଆତଙ୍କରାଜ

Sunil Chandra Nayak

ଆଇନ ସେବା ସଚେତନତା ଶିବିର

masiha

ନବରଙ୍ଗପୁର ପୌରପାଳିକାରେ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ 

Leave a Comment

error: Content is protected !!