ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ 

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ 

 ମୟୂରଭଞ୍ଜ -୦୧/୧୦ ( ମସିହା)ଵୟସ୍କମାନେ ସମାଜର ପ୍ରଗତିର ବାହକ । ସେମାନଙ୍କର ଅବଦାନ ଅବର୍ଣ୍ଣନୀୟ ।ସେମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ, ସଂସ୍କାର,ପାରିବାରିକ , ଧାର୍ମିକ ଉପରେ ଅଗାଧ ଜ୍ଞାନ ଓ ଅଭିଜ୍ଞତା ଅଛି । ସେମାନେ ସମାଜର ଅଲୋଡା ନୁହନ୍ତି ।ସେମାନଙ୍କର ଅଭିଜ୍ଞତାକୁ ସମାଜ ସମ୍ମାନ ଦେବା ଉଚିତ ଏବଂ ସେମାନଙ୍କ ଠାରୁ ବହୁତ କିଛି ଶିଖିବାର ଅଛି ।ଆଜି ବିଶ୍ବ ବରିଷ୍ଠ ଦିବସ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ପ୍ରାକ୍ତନ ବିଧାୟକ ଲକ୍ଷ୍ମଣ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାଶିଳ୍ପୀ ଲଳିତ ମହାନ୍ତ ଯୋଗଦେଇ ବୟସ୍କମାନଙ୍କ ପାଇଁ ରାଜ୍ୟ ସରକାର ବହୁତ କିଛି ଯୋଜନା ଓ ଆଇନ କରିଛନ୍ତି । ସେହିଭଳି ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଚ୍ଚିକାନ୍ତ କର,ପ୍ରାକ୍ତନ ପ୍ରଶାସକ ନାରାନ ମୁର୍ମୁ,ପ୍ରାକ୍ତନ ବହଳଦା କଲେଜ ଅଧ୍ୟକ୍ଷ ଧରଣୀଧର ମିଶ୍ର ଦେବୀ ପ୍ରସନ୍ନ ଵେଶ୍ରା, ଦୁଷ୍ମନ୍ତ ବସା,ଦିଲିପ ମହାନ୍ତି,ମହାନନ୍ଦ ଦାସ,ଛତିଶ ମହାନ୍ତ, ହରିଶ୍ଚନ୍ଦ୍ର ମହାନ୍ତ,ଲକ୍ଷ୍ମଣ ଗିରି,ଅଟମଲ ମହାନ୍ତ, କାଳିଚରଣ ମହାନ୍ତ,ସଞ୍ଜିବ ଲେଙ୍କା, ଗୋପିନାଥ ଵେଶ୍ରା, ରାଜକିଶୋର ମହାନ୍ତ,ଦିଗେଶ୍ଵର ମହାନ୍ତ,କାରାନ ଟୁଡୁ ସମେତ ବାମନଘାଟି ଉପଖଣ୍ଡର ବିଭିନ୍ନ ପ୍ରାନ୍ତରରୁ ଵୟସ୍କମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦକ ମକରଧ୍ବଜ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ରାଜେନ୍ଦ୍ର ନାଥ ମହାନ୍ତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିଥି ଗଣ କହିଥିଲେ ସମସ୍ତ ଵୟସ୍କମାନେ ଏହି ଯୋଜନା ଓ ଆଇନ ଉପରେ ନିଜେ ସଚେତନ ହେବା ସହ ପଡୋଶୀଙ୍କ ମଧ୍ଯ ସଚେତନ କରାଇବା ଦରକାର । କାର୍ଯ୍ୟକ୍ରମରେ ବୟସ୍କମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଆଲୋକପାତ କରିଥିଲେ ।ବୟସ୍କ ମାନଙ୍କୁ ପୋଲିସ ଏବଂ ପ୍ରଶାସନ ତରଫରୁ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ଦାବି ହେଉଥିଲା । ମଝିରେ ମଝିରେ ବୟସ୍କମାନଙ୍କ ପାଇଁ ସ୍ଵାସ୍ଥ୍ୟ ଶିବିର ହେବା ଉଚିତ ବୋଲି ଦାବି ହୋଇଥିଲା ।ବରିଷ୍ଠ ନାଗରିକଙ୍କ ସ୍ଥାୟୀ ଗୃହ ନିର୍ମାଣ ପାଇ ସ୍ଥାୟୀ ସରକାରୀ ଜମି ପ୍ରଦାନ ପାଇଁଁ ପ୍ରଶାସନ ଧ୍ୟାନ ଦେବାପାଇଁ ଦାବି ହୋଇଥିଲା ।ବର୍ଷରେ ଥରେ ଵୟସ୍କମାନେ ଭେଟଘାଟ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଖୁସି ଉପଲବ୍ଧ ହୋଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦିପାବଳି ଉତ୍ସବରେ ମାଇଭାରତର ସ୍ୱଚ୍ଛତା କାର୍ଯ୍ୟକ୍ରମ

masiha

ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ ରେ….

Sunil Chandra Nayak

ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ବିଜେପି ବରିଷ୍ଠ ନେତା ଡ଼. ଭବାନୀ ଶଙ୍କର ନିଆଲ

masiha

Leave a Comment

error: Content is protected !!