ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାଁ ଲଙ୍କେଶ୍ୱରୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମାଁ ଲଙ୍କେଶ୍ୱରୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଜୁନାଗଡ଼ ୨/୧୦(ମ ନି ସ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆଠାରେ ଆଜି ଲାଲବାହାଦୁର ଶାସ୍ତ୍ରୀ କ୍ଲବ ଆନୁକୂଲ୍ୟରେ ହେଉଥିବା ମାଁ ଲଙ୍କେଶ୍ୱରୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଛି । ଉଦଘାଟନୀ ଉତ୍ସବରେ ଲାଲବହାଦୁର ଶାସ୍ତ୍ରୀ କ୍ଲବର ସଭାପତି ଭବାନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ମୂକେଶ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୁର୍ବତନ ଫୁଟବଲ ଖେଳାଳି ସଚିତାନନ୍ଦ ବରାଡ଼, ଖଗେଶ୍ବର ଦଣ୍ଡସେନା, ପଞ୍ଚାନନ ଧଙ୍ଗଡାମାଝୀ, ସତ୍ୟ ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ । ଲାଲବହାଦୁର ଶାସ୍ତ୍ରୀ କ୍ଲବର ସମ୍ପାଦକ ରାଜେଶ ପଣ୍ଡା, ସନ୍ତୋଷ ପଟ୍ଟନାୟକ, ଲୋକନାଥ ଧଙ୍ଗଡାମାଝୀ, ରତନ ଧଙ୍ଗଡାମାଝୀ ପ୍ରମୁଖ ଖେଳ ପରିଚଳନା କରିଥିଲେ । ଆଜିର ପ୍ରଥମ ଖେଳ ଲାଲବହାଦୁର ଶାସ୍ତ୍ରୀ କ୍ଲବ ବନାମ ନବମ ଆଇଆରବି ବାଟାଲୀୟନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇଆରବି ଦଳ ବିଜୟୀ ହୋଇଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ବିଭିନ୍ନ ଦଳ ଭାଗ ନେଇଥିବା ବେଳେ ଆସନ୍ତା ୬ ତାରିଖ ଖଣ୍ଡାବସା ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲର ଫାଇନାଲକୁ ପ୍ରବେଶ

Sunil Chandra Nayak

ଦୁଃଖି ଶ୍ୟାମ ମାଝୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

masiha

Leave a Comment

error: Content is protected !!