ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ଲୋକକଳା ଦଳର ତାଲିମ ଶିବିର

ବ୍ଳକ ସ୍ତରୀୟ ଲୋକକଳା ଦଳର ତାଲିମ ଶିବିର

ଥୁଆମୂଳ ରାମପୁର:୦୪/୧୦ – (ମନିସ):- ଥୁଆମୂଳ ରାମପୁର ବ୍ଳକ ସଭା ଗୃହ ଠାରେ ବ୍ଳକ ସ୍ତରୀୟ ଲୋକକଳା ଦଳଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନ ଶିକ୍ଷା ଓ ଯୋଗାଯୋଗ (ଆଇସି) ଅଭିଯାନର ସହାୟତା ରେ ବିକେଏସଏସ ଉପସଭାପତି ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ତାଲିମ ଶିବିର ମୁଖ୍ୟ ଅତିଥି ଭାବେ ବ୍ଳକ ଏଇଇ ଶ୍ରୀ ଦିଲ୍ଲୀପ ପଟେଲ, ସମ୍ମାନିତ ଅତିଥି ଭାବେ ବିଏସ୍ ଏସ୍ ଓ ଶ୍ରୀ ସୁନାରାମ ସୋରେନ, ସମ୍ମନୀତ ଶିଶୁ ବିକାଶ ପ୍ରକଳ୍ପ ସେବା ଅଧିକାରୀ ଶ୍ରୀମତୀ ସବିତା ସମାଦରା, ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ଶ୍ରୀ ସୀତାକାନ୍ତ ରଣା ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ବ୍ଳକର ବିଭିନ୍ନ ବିଭାଗର ଯଥା, କୃଷି ବିଭାଗ, ସାମାଜିକ ସୁରକ୍ଷା ଯୋଜନା, ସ୍ବାସ୍ଥ୍ୟ ବିଭାଗ, ଓଡିଶା ମିଶନ ଶକ୍ତି ମହିଳା, ଅଙ୍ଗନବାଡ଼ି କର୍ମୀ ଓ ବିଭିନ୍ନ ପଞ୍ଚାୟତ ର କଳାକାର ସମେତ ଅନ୍ଯାନ୍ଯ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ଏହି ତାଲିମ ଶିବିରରେ ସରକାରଙ୍କ ବିଭିନ୍ନ ଯୋଜାନ ମଧ୍ୟରୁ ମମତା, ବିଏସକେଓ୍ବାଇ, 5T ବିଦ୍ୟାଳୟ ଆମ ଓଡିଶା ନବିନ ଓଡିଶା, ଫସଲ ବୀମା ଯୋଜନା, ଫସଲ ଋଣ ରିହାତି ଯୋଜନା, ମଧୁବାବୁ ପେନସନ ଯୋଜନା, ଜନସାଧାରଣ ଏହାର ସୁବିଧା ପାଇପାରିବେ ଏହା ସହିତ ତାଙ୍କ ପାଖକୁ କେମିତି ସୁରୁଖୁରୁ ଭାବରେ ପହଞ୍ଚିବ ଏହା ଛଡା ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକକୁ ପଞ୍ଚାୟତ ସ୍ତରରେ ଲୋକେ ସହଜରେ ପାଇପାଇପାରିବେ ତାହାର ସଦୁପଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଶିବିର ରେ ତାଲିମ ପ୍ରଦାନ କରାଯାଇଥିଲା। ଯାହାକି ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକରେ ପାଉଥିବା ସୁବିଧା ସୁଯୋଗ ଉପରେ କଳାକାର ଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନତା ସୃଷ୍ଟି କରାଇବାରେ ସହାୟକ ହେବ ବୋଲି ତାଲିମ ଦାତା ମାନେ ପ୍ରକାଶ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁଜାତା

masiha

କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

masiha

ମୟୂରଭଞ୍ଜ ଏସଏସଡି ବିଦ୍ୟାଳୟ ଅଧିନସ୍ଥ ରୋଷେୟା ଏବଂ ସେବାୟତ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!