ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକନୃତ୍ୟ କଳାକାରଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ l “ପ୍ରଚାର କରିବେ ସରକାରଙ୍କ ବିଭିନ୍ନ ଯୋଜନାର

ଲୋକନୃତ୍ୟ କଳାକାରଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ l “ପ୍ରଚାର କରିବେ ସରକାରଙ୍କ ବିଭିନ୍ନ ଯୋଜନାର 

 ରାୟଗଡା/୩/୧୦ : ବ୍ଲକ କଳାକାରଙ୍କୁ ଦିଆଯାଉଛି ତାଲିମ | ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରାୟଗଡବ୍ଲକ ବ୍ଲକ କଳା ସାଂସ୍କୃତିକ ସଂଗଠନର କଳାକାର ମାନଙ୍କୁ ଆଜିଠାରୁ ଦୁଇ ଦିନ ଧରି ତାଲିମ ପ୍ରଦାନ କରାଯାଉଛି | ବ୍ଲକ ସମ୍ମିଳନୀ କକ୍ଷରେ ରାୟଗଡା ବ୍ଲକ ଆୟୋଜିତ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଅନୁଷ୍ଠିତ ସାଂସ୍କୃତିକ ଦଳପତିଙ୍କ ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠିତ ପ୍ରଥମ ଦିନର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ,ପଂଚାୟତ ସମିତି ଉପାଧ୍ୟକ୍ଷ୍ୟ ହର ପ୍ରସାଦ ହେପୃକା, ଭାରପ୍ରାପ୍ତ ବିଡ଼ିଓ କାଳୁଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ. ସଂମୁଖ ପାତ୍ର,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଂଜିତା ବେହେରା,ଜିପିଓ ଗୋପାଳ ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସ, ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁନୀଲ ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ତାଣ୍ଡି ପ୍ରମୁଖ ମଞ୍ଚସିନ ହୋଇଥିଲେ l ସନ୍ତୋଷ ତାଣ୍ଡି ସଂଯୋଜନା କରିବା ସହ ତାଲିମ ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ | ରାଜ୍ୟ ସରକାର ଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମୁଖ୍ୟତଃ ସରକାରଙ୍କ ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଫସଲ ବୀମା ଯୋଜନା, କୃଷି ଋଣ ସୁଧ, ମଧୁବାବୁ ପେନସନ ଯୋଜନା, ଆମ ଓଡିଶା ନବୀନ ଓଡିଶା, ମିଶନ ଶକ୍ତି ,5ଟି ସ୍କୁଲ ରୂପାନ୍ତୀକରଣ, କ୍ରୀଡା, ହରିଶ୍ଚନ୍ଦ୍ର ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ ଆଦି ଆଠଟି ଯୋଜନା ସମ୍ପର୍କ ରେ ବିଷଦ ବିବରଣୀ ପ୍ରଦାନ କରାଯାଇଥିଲା | ଏହି ଶିବିରରେ ବିକେଏସଏସର ସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଇ ନିଜ ସଂଘର ଅନ୍ୟ ସଭ୍ୟମାନଙ୍କୁ ତାଲିମ ଦେବେ | ତାଲିମ ପ୍ରାପ୍ତ କଳାକାର ମାନେ ଗାଁ ଗାଁ ରେ ଲୋକଙ୍କୁ ଲୋକ କଳା ମାଧ୍ୟମରେ ସଚେତନ କରିବେ | ଆଜିର ତାଲିମ ଶିବିରରେ ବିଭିନ୍ନ ଯୋଜନା ସମ୍ପର୍କୀୟ ଅଭିନୟ କରାଯାଇଥିବା ବେଳେ ତତ ସଂମ୍ବଦିୟ ପ୍ରଶ୍ନତ୍ତର କାର୍ଯ୍ୟକ୍ରମ ଏବଂ ଏକ ଦିନର କାର୍ଯ୍ୟକ୍ରମର ସାରାଂଶ, ଚୂଡାନ୍ତୀକରଣ ବିଷୟରେ ଆଲୋକପାତ କରାଯାଇଥିଲା |

    ସେହିପରି ବିଷମକଟକ ବ୍ଲକରେ ଗତ ୨୯/୯/୨୩ରିଖରେ ଓ ଆଜି ତା ୩/୧୦/୨୩ ଦୁଇଦିନ ଧରି ବିଡ଼ିଓ ସଦାଶିବ ନlୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଷମକଟକ ବ୍ଲକ ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିନରେ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ, ରାୟଗଡ, ନିହାର ରଞ୍ଜନ କହଁର ଯୋଗଦାନ କରି ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଜାତଳା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

Sunil Chandra Nayak

ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିଶାଖାଲ ଠାରେ +୩ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ 

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତ୍ରିଦୀଵସୀୟ ଅଣଆଵାସିକ ଶିକ୍ଷକ ପ୍ରଶିକ୍ଷଣ ‘ ସାମର୍ଥ୍ୟ ‘ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!