ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ,୨୫ ଦିନରେ ପହଞ୍ଚିଲା ଗଣଧାରଣା

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ,୨୫ ଦିନରେ ପହଞ୍ଚିଲା ଗଣଧାରଣା

୨୫ ବର୍ଷର ସରକାରଙ୍କୁ ୨୫ ଦିନର ଧାରଣା

ଧର୍ମଗଡ଼ର ବନ୍ଦ ଡାକରରେ ସାମିଲ ହେବନାହିଁ ଜୁନାଗଡ଼

ଜୁନାଗଡ଼ ,୩/୧୦(ମ ନି ସ) କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ତଥା ଐତିହାସିକ ନଗରୀ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ୨୫ ଦିନରେ ପହଞ୍ଚିଛି । ରାଜ୍ୟରେ ବିଜେଡି ସରକାରଙ୍କ ଶାସନ ୨୫ ବର୍ଷ ରେ ପଦାର୍ପଣ କରିଛି । ବର୍ତ୍ତମାନ ଜିଲ୍ଲା ଦାବୀ ନେଇ ସ୍ୱାଭିମାନି ଜୁନାଗଡ଼ବାସୀଙ୍କ ଧାରଣା ମଧ୍ୟ ଆଜି ୨୫ ଦିନରେ ପଦାର୍ପଣ କରିଛି । ଜୁନାଗଡ଼ ସବୁବେଳେ କଳାହାଣ୍ଡି ତଥା ସାରା ଓଡିଶା ପାଇଁ ଗୌରବ ବହନ କରେ । ବର୍ତ୍ତମାନ ରାଜ୍ୟ ସରକାର ଜୁନାଗଡ଼ ବାସୀଙ୍କ ଦାବୀ ଉପରେ ବିଚାରବିମର୍ଷ କରିବା ଦିନ ଆସିଛି । ତୁରନ୍ତ ସରକାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରନ୍ତୁ ବୋଲି ବିକ୍ଷୋଭକାରୀମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । 

କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସଂଯୋଜକ ତଥା ଏନଏସି ଅଧ୍ୟକ୍ଷ ମୂକେଶ ଅଗ୍ରୱାଲ, ପୂର୍ବ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର, ସାଂସଦ ପ୍ରତିନିଧି ହାସ୍ୟ ବିଶ୍ୱାଳ, ଶ୍ରମିକ ନେତା ବିରଞ୍ଚି ପଣ୍ଡା,ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା,ସରପଞ୍ଚ ସଙ୍ଘ ସଭାପତି ତାରାଶଙ୍କର ରାୟଗୁରୁ,କ୍ରିୟାନୁଷ୍ଠାନ କମିଟିର ନରେନ୍ଦ୍ର କ୍ଷିତି,ପ୍ରଭାତ ଦାଶ, ଗୌରହରୀ ବାଗ, ଖଗେଶ୍ବର ଧଙ୍ଗଡାମାଝୀ,କୁମରମଣିଦୁର୍ଗା, ସୁନୀଲ ସିଂ, ରଜନୀକାନ୍ତ ମିଶ୍ର, କୃଷ୍ଣଚନ୍ଦ୍ର ନାଏକ,ଉଗ୍ରସେନ କନ୍ଦପାନ, ବ୍ୟୋମକେଶ ପୁରୋହିତ, ଗଣେଶ ପଧାନ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ । 

ପରେ ମଞ୍ଚରେ ହିଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆନ୍ଦୋଳନ କୁ ସଫଳ କରିବା ପାଇଁ ଉପଖଣ୍ଡର ବିଭିନ୍ନ ବ୍ଲକ ଓ ଜୁନାଗଡ଼ ବ୍ଲକ ର ସମସ୍ତ ପଞ୍ଚାୟତ କୁ ଯାଇ କୋର କମିଟି ପକ୍ଷରୁ ସମର୍ଥନ ଓ ସମ୍ପର୍କ ଅଭିଯାନ ଏବଂ ଆନ୍ଦୋଳନ କୁ ସମର୍ଥ କରିବା ପାଇଁ ନିଷ୍ପତ୍ତି ନିଆଁଗଲା । ସେହିଭଳି ଆସନ୍ତା ୪ ତାରିଖରେ ଧର୍ମଗଡ଼ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଜୁନାଗଡ଼ ସାମିଲ ହେବ ନାହିଁ ଓ ବଣିକ ସଙ୍ଘ ଏବଂ ଜୁନାଗଡ଼ବାସୀ ଏଥିରେ ସାମୀଲ ନହେବା ପାଇଁ ନିବେଦନ କରାଯାଇଥିଲା । ଜୁନାଗଡ଼ ଜିଲ୍ଲା ଗଠନ ଦାବୀକୁ ସରକାର ପାଖରେ ପହଞ୍ଚାଇବା ପାଇଁ କୋର କମିଟି ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ, ରାଜସ୍ୱ ପ୍ରମସନ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କୁ ସାକ୍ଷ୍ୟତ କରି ଦାବିପତ୍ର ଦେବା ସହିତ ରାଜ୍ୟ ବିରୋଧୀ ଦଳ ନେତା, କଣ୍ଟାବାଞ୍ଜି ବିଧାୟକ, କଳାହାଣ୍ଡି ଜିଲ୍ଲା ସମସ୍ତ ବିଧାୟକଙ୍କୁ ଦାବୀ ପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଗଲା । କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ସନ୍ତୋଷ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

୫ ମ ଏକଲବ୍ୟ ସ୍କୁଲ ଜାତୀୟ ସ୍ତରୀୟ ସାଂସ୍କୃତିକ ଏବଂ ସାହିତ୍ୟିକ ଫେଷ୍ଟ ଏବଂ କଳା ଉତ୍ସବରେ ବହଳଦା ଏକଲବ୍ୟ ମଡେ଼ଲ ସ୍କୁଲ ଛାତ୍ର ରାମଚନ୍ଦ୍ର ହାଁସଦା ପ୍ରଥମ

masiha

Labour Payment Dispute Leads to Vandalism at Forest Office

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ -ଯୁବ ଓଡ଼ିଶା-ନବୀନ ଓଡ଼ିଶା ଆନୁକୁଲ୍ୟରେ ସାହିତ୍ୟ ପ୍ରତିଯୋଗିତା

masiha

Leave a Comment

error: Content is protected !!