ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାଗୁଗୁଡା ଠାରେ ସୁରଭି କାର୍ଯ୍ୟକ୍ରମ 

ଜାଗୁଗୁଡା ଠାରେ ସୁରଭି କାର୍ଯ୍ୟକ୍ରମ 

ବନ୍ଧୁଗାଁ ତା,୩ /୧୦/୨୩, // ଚଳିତ ବର୍ଷ ର ଶିଶୁ ମହୋଉତ୍ସବ ଓ ଓଡ଼ିଶା ମିଲ୍ଲେଟ୍ ମିଶନ କାର୍ଯ୍ୟକ୍ରମ କ୍ଲଷ୍ଟର ସ୍ତରୀୟ କେ ଜଗୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୁଗୁଡ଼ା ଭାଟତାମୁଡି ରଙ୍ଗମୁଗୁଡା କୁଣ୍ଟେଶୁ, କମ୍ବେଶୁ , ଅନ୍ତାମଡା, ଲେଡିଙ୍ଗି, ଜଗୁଗୁଡ଼ା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ମାନେ ସୁରଭି ରେ ଅଂଶଗ୍ରହଣ କରିଥିଲେ। ଏହି ସୁରଭି ରେ ବକୃତା, ରଚନା , ଚିତ୍ରାଙ୍କନ , ହସ୍ତଲିଖନ , ଗୀତ, ସାଧାରଣ ଜ୍ଞାନ , ନୃତ୍ୟ , ଏହି ସବୁ ପ୍ରତିଯୋଗିତା ମାନ କରା ଯାଇଥିଲା. ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ବ୍ଲକ ସ୍ଥରୀୟ ସୁରଭି ରେ ଭାଗ ନେବା ପାଇଁ ଘୋଷଣା କରାଯାଇଥିଲା . କନିଷ୍ଠ ବିଭାଗରେ ତାମୀୟା ହାରାକା (ଚିତ୍ରାଙ୍କନ) , ମହେଶ୍ୱର ଗରଡ଼ା (ସାଧାରଣ ଜ୍ଞାନ) ,ରଘୁ ମେଲେକା (ହସ୍ଥଳିଖନ) ପ୍ରିୟା କୁଲେସିକା(ସଙ୍ଗୀତ) ବରିଷ୍ଠ ବିଭାଗରେ ଅଜୁ ହାରକା (ବକୃତା) ,ଚନ୍ଦ୍ରଶେଖର ପରିଡା ଲ (ଚିତ୍ରାଙ୍କନ) ସମ୍ବିତ କୁମାର ପଣ୍ଡୁ (ପ୍ରବନ୍ଧ) ବାବୁଲୁ ହାରକା ( ସାଧାରଣ ଜ୍ଞାନ) ତୁଳସୀ କନ୍ଦ ପାନ୍ (ସଙ୍ଗୀତ) ସରକାରୀ ଉଚ୍ଚ ବିଦ୍ୟାଳୟ ଜାଗୁଗୁଡା (ଗ୍ରୁପ ଡାନ୍ସ) କୃତିତ୍ୱ ହାସଲ କରିଥିଲେ ପୁରସ୍କାର ବିତରଣ ସମୟରେ ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମଦନ କୁମାର ମୁଦୁଲି , ଓ ମଞ୍ଚାସୀନ ଅତିଥି (ସି.ଆର.ସି.ସି )ଶ୍ରୀ ଅଜିତ କୁମାର ପରିଡ଼ା, ଅବସର ଶିକ୍ଷକ ଶ୍ରୀ ଭାବଗ୍ରାହୀ ମୁଦୁଲି ବିଦ୍ୟାଳୟ ପରିସର ସଭାପତି ମୁରୁଳି ଧର ସାହୁ, ପୂର୍ବତନ( ସି.ଆର.ସି.ସି ) ଶ୍ରୀ ଗୟାଧର ସାମଲ ଓ ଅବସର ପ୍ରାପ୍ତ (ସି.ଆର.ସି.ସି.) ଶ୍ରୀ ସର୍ଭେଶ୍ୱର୍ ସାମନ୍ତରାୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରର ସଭାପତି ଶ୍ରୀ ରାଜେନ୍ଦ୍ର କାଲପା ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ I ଆଜିର ସୁରଭି କାର୍ଯ୍ୟକ୍ରମ ଟିକୁ ଶ୍ରୀ ପ୍ରମୋଦ କୁମାର ପରିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜାଗୁଗୁଡ଼ା) ଶ୍ରୀ ଦୀପ୍ତି ରଞ୍ଜନ ବେହେରା ( ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜାଗୁଗୁଡା) ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି ଶିକ୍ଷୟତ୍ରି ଜାଗୁଗୁଡ଼ା , ଶ୍ରୀ କେତନ ଶବର ( ଶିକ୍ଷକ) ଶ୍ରୀ ମାନା କୁଲେଶିକା(କଳାକାର) ସହଯୋଗ କରିଥିଲେ ଭାସ୍ୟକାର ଭାବରେ ଶ୍ରୀ ରାଜ କୁମାର ସାରଥୀ ମଞ୍ଚପରିଚାଳନା କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

masiha

ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!