ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦଶମ ଦିନରେ ଫୁଟବଲ ମହାକୁମ୍ଭ ,ଘାଟମାଲ,ଭୋଜପୁର ବିଜୟୀ 

ଦଶମ ଦିନରେ ଫୁଟବଲ ମହାକୁମ୍ଭ ,ଘାଟମାଲ,ଭୋଜପୁର ବିଜୟୀ 

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ଦିନକୁ ଦିନ ଫୁଟବଲ ଖେଳ ଲୋପ ପାଇବାକୁ ବସିଥିବା ବେଳେ ଫୁଟବଲ ଖେଳ ର ବିକାଶ ପାଇଁ ପ୍ରଥମ ଥର ପାଇଁ ପ୍ଲଡ଼ ଲାଇଟ ମାଧ୍ୟମ ରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ଉଦ୍ୟମ ଏବଂ ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ରେ ଗତ ସେପ୍ଟେମ୍ବର ୨୫ ତାରିଖ ଠାରୁ ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଚାଲିଛି ଫୁଟବଲ ମହାକୁମ୍ଭ l ବୁଧବାର ଏହା ଦଶମ ଦିନରେ ପହଂଚିଛି l ବୁଧବାର ମହାକୁମ୍ଭ ରେ ଦିବାରାତ୍ର ଚାରି ଗୋଟି ମ୍ୟାଚ ଖେଳା ଯାଇଥିଲା l ଦଶମ ଦିନର ପ୍ରଥମ ମ୍ୟାଚ ସିନାପାଲି ବ୍ଲକ ର ଘାଟମାଲ ଏବଂ ଖଡ଼ିଆଳ ବ୍ଲକ ର କିରକୀଟା ପଂଚାୟତ ମଧ୍ୟ ରେ ହୋଇ ଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ ଘାଟମାଲ ଦଳ ୧ -୦ ଗୋଲ ବ୍ୟବଧାନ ରେ ବିଜୟୀ ହୋଇ ଥିଲା l ସେହିପରି ଦ୍ଵିତୀୟ ଖେଳ ଖଡ଼ିଆଳ ବ୍ଲକ ର ଭୋଜପୁର ଏବଂ ସିନାପାଲି ବ୍ଲକ ର ଭରୁଆମୁଣ୍ଡା ମଧ୍ୟରେ ହୋଇଥିଲା l ଭୋଜପୁର ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୩-୨ଗୋଲ ବ୍ୟବଧାନ ରେ ବିଜୟୀ ହୋଇଥିଲା lତୃତୀୟ ମ୍ୟାଚ ଖଡ଼ିଆଳ କେସିଏସଏ ରେଡ ଏବଂ ବୋଡେ଼ନ ବ୍ଲକ ଭଇଁଶା ଦାନୀ ମଧ୍ୟ ରେ ହୋଇଥିଲା lସେହିପରି ଦଶମ ଦିନ ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଖଡ଼ିଆଳ ବ୍ଲକ ବ୍ଲକ ର ସାନମହେଶ୍ୱର ଏବଂ ଅରେଡା ମଧ୍ୟ ରେ ହୋଇ ଥିଲା l ଦଶମ ଦିନରେ ,ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ବିଜୟ କୁମାର ଶହିସ, ପୂର୍ବତନ ଫୁଟବଲ ଖେଳାଳୀ ଦିଲୀପ ପଟ୍ଟନାୟକ, ବବ୍ରୁବାହାନ ବର୍ମା, ନରସିଂହ ନାଗ,ଅଶୋକ ବାରିକ, ଭଇଁଶା ଦାନୀ ସରପଞ୍ଚ ଗିରିଜା ମାଝୀ, ଘାଟମାଲ ସରପଞ୍ଚ ଟିକେରାମ ମାଝୀ, କିରକୀଟା ସମିତି ସଭ୍ୟ ଗାୟତ୍ରୀ ମାଝୀ, ତୁଳସା ମାଝୀ, ଗଣେଶ ରଣା, ସୁଶାନ୍ତ କର, ସାମ୍ବାଦିକ ବିଭୁଦତ୍ତ ଗୁରୁ ଭରୁଆ ମୁଣ୍ଡା ସରପଞ୍ଚ ବିରଞ୍ଚି ଜଗତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ମହାକୁମ୍ଭ ଆୟୋଜନ ର ମୁଖ୍ୟ ପୁରୋଧା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ଥିଲେ lଆଜିର ଖେଳ ଗୁଡିକୁ ଡ଼. ସରୋଜ ପଣ୍ଡା ଙ୍କ ନେତୃତ୍ୱ ରେ ତାପସ ପତି, ଅମୁଲ୍ୟ ବାରିକ, ସୌରଭ ପଣ୍ଡା,ସୁଶାନ୍ତ ସ୍ୱାଇଁ, ଦେବାଶିଷ ଯୋଶୀ, ସୁବାଷ ଯୋଶୀ, ଦୋଳମଣୀ ବଛା, ସୁମନ୍ତ ହେର୍ଣ୍ଣା, ତନ୍ମୟ ଭୁକ୍ତା, ତୁଷାର ମାଝୀ ପ୍ରମୁଖ ରେଫରୀ ଭାବେ ଦାୟିତ୍ୱ ନିର୍ବାହ କରି ଖେଳ ପରିଚାଳନା କରିଥିଲେ l ଆଜିର ଖେଳ ଗୁଡିକୁ ସଫଳତାର ସହ ଆୟୋଜନ କରିବା ପାଇଁ ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଓରଗାନାଇଜ ସେକ୍ରେଟାରୀ ଛବି ସାଗର, ସଂଯୋଜକ ଜିତେନ୍ଦ୍ର ନାଥ ପଟନାୟକ, ଫିରୋଜ ଖାନ,ସନ୍ତୁ ପଟ୍ଟନାୟକ,ସୁଶାନ୍ତ ତାଣ୍ଡି, ବିନୋଦ ଦୁରିଆ, ରୁପେଶ ଛତ୍ରିଆ, ହୀରାଧର ମେହେର, ଅଶୋକ ବାରିକ, ତନ୍ମୟ ବାଗ ସାନଜଗତ, ବଡ଼ ଜଗତ, ପାର୍ଥବ ଜଗତ,ପବନ ତ୍ରିବେଦୀ, ଟୁନା ଦୁର୍ଗା,ବରୁଣ ପାଣ୍ଡେ, ପ୍ରସନ୍ନ ଭୋଇu ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସହଯୋଗ କରିଥିଲେ l ଧନଞ୍ଜୟ ସରାଫ, ପ୍ରକାଶ କୁମାର ପାତ୍ର, ଅର୍ଜୁନ ଛତ୍ରିଆ, ଓ ଜଗଦୀଶ ନାଗ, ନନ୍ଦୁ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ 11 ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି

masiha

ଗୋପାଳପୁର କନ୍ୟା ଆଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ପାଞ୍ଚ ଛାତ୍ରୀ ଜାତୀୟ କ୍ରୀଡ଼ା ସମ୍ମିଳନୀ ପାଇଁ ମନୋନୀତ

Sunil Chandra Nayak

Leave a Comment

error: Content is protected !!