ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମୀଣ ଡାକ ସେବକ ମାନଙ୍କ ଦିନିକିଆ ଧର୍ମଘଟ

ଗ୍ରାମୀଣ ଡାକ ସେବକ ମାନଙ୍କ ଦିନିକିଆ ଧର୍ମଘଟ

ଡାବୁଗାଁ, ୪/୧୦(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଉପଡାକଘର ଅଧୀନରେ କାର୍ଯ୍ୟରତ ସମସ୍ତ ଡାକସେବକ ମାନେ ବୁଧବାର ୩ ଦଫା ଦାବି ନେଇ ଏକ ଦିବସୀୟ ଧର୍ମଘଟ କରିଛନ୍ତି | ଅବିଭକ୍ତ କୋରାପୁଟ ଜିଲାର ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ନେସନାଲ ୟୁନିଅନ ଗ୍ରାମୀଣ ଡାକ ସେବକ, କୋରାପୁଟ ଡିଭିଜିନାଲ ବ୍ରାଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାଳୟ ବନ୍ଦ କରି ତିନି ଦଫା ଦାବୀ ରଖି କାର୍ଯ୍ୟାଳୟ ଆଗରେ ଦିନିକିଆ ଧର୍ମଘଟ ଜାରିରହିଥିଲା | ତିନି ଦଫା ଦାବୀ ମଧ୍ୟରେ ୧. କମିଶନ ଦେଇ ଜି ଡି ଏସ୍ ମାନଙ୍କ ଦ୍ଵାରା ଯେଉଁ କାର୍ଯ୍ୟ କରାଯାଉଛି, ତାହା ବନ୍ଦ କରି ସେହି କାର୍ଯ୍ୟକୁ କାର୍ଯ୍ୟଭାରରେ ନେଇ କାର୍ଯ୍ୟ ସମୟ ଆଠ ଘଣ୍ଟା କରାଯାଇ ସମସ୍ତ ସୁବିଧା ଦିଆଯାଉ ଓ ପେନସନ୍ ଲାଗୁ କରାଯାଉ l ୨. କମଲେଶ୍ ଚନ୍ଦ୍ରା କମିଟି ସୁପାରିସ କରିଥିବା ସମସ୍ତ ସକରାତ୍ମକ ରିପୋର୍ଟକୁ ଶୀଘ୍ର ଲାଗୁ କରାଯାଉ l ଯେପରି ପ୍ରତି ୧୨ ବର୍ଷରେ ଦୁଇଟି ଇନକ୍ରିମେଣ୍ଟ ଦେବା, ଗ୍ରୁପ ଇନସ୍ୟୁରାନ୍ସ କୁ ୫ ଲକ୍ଷକୁ ବୃଦ୍ଧି କରିବା, ଗ୍ରେଚୁଟି ମୂଲ୍ୟ ୫ ଲକ୍ଷକୁ ବୃଦ୍ଧି, ୧୮୦ ଦିନ ଛୁଟିକୁ ଗଚ୍ଛିତ ରଖି ଅବସର ସମୟରେ ତାହାର ମୂଲ୍ୟ ପ୍ରଦାନ କରିବା, ଜି ଡି ଏସ୍ ଓ ତାଙ୍କ ପରିବାରକୁ ମେଡିକାଲ ସୁବିଧା ଇତ୍ୟାଦି କୁ ଶୀଘ୍ର ଲାଗୁ କରିବା । ୩. ଟାର୍ଗେଟ ନାମରେ ଜି ଡି ଏସ୍ ମାନଙ୍କୁ ହାରାସମେଣ୍ଟ କରିବା, ଧମକ ଦେବା,ଦରମା ବନ୍ଦକରିବା ପଦକ୍ଷେପକୁ ବନ୍ଦ କରାଯାଉ l ଏପରି ତିନି ଦଫା ଦାବୀ ରଖି ଦିନିକିଆ ଧର୍ମଘଟ କରିଥିଲେ, ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ଡିସେମ୍ବର ୫ ତାରିଖ ଠାରୁ ଅନିର୍ଦ୍ଦିଶ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲୁରହିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି l ଉକ୍ତ ଧର୍ମଘଟରେ ରଜନୀକାନ୍ତ ପାଢୀ, ମହେନ୍ଦ୍ର କୁମାର ପଣ୍ଡା, ଜଳଧର ମାଝୀ, ହର୍ଷମଣି ହରିଜନ, ରମାକାନ୍ତ ମିଶ୍ର, ସୁରେଶ ଚନ୍ଦ୍ର ପଟ୍ଟନାୟକ, ପ୍ରଭାତୀ ପୂଜାରୀ, ବାସନ୍ତୀ ପାଙ୍ଗି, ପ୍ରଫୁଲ୍ଲ କୁମାର ବ୍ରହ୍ମା, ଦୋଳଗୋବିନ୍ଦ ପ୍ରଧାନ, ଜିତେନ୍ଦ୍ର ମାଝୀ, କୃଷ୍ଣ ଚନ୍ଦ୍ର ଚାଲାଣ, ପିତାମ୍ବର ଭତ୍ରl, ଦେଉଳ ଚରଣ ପୂଜାରୀ, ଉଦୟ ଜାନୀ, ବିଷ୍ଣୁପଦ ଦାଶ, ପ୍ରଜ୍ଞା ପାରମିତା ସାହୁ, ପ୍ରମୂଖ ୪୦ ଜଣ ଉପସ୍ଥିତ ରହି ଆନ୍ଦୋଳନରେ ଯୋଗ ଦେଇଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୋଟରସାଇକେଲ ଦୁର୍ଘଟଣାରେ ବୃଦ୍ଧା ମୃତ 

masiha

ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁବର୍ଣ୍ଣ ଜୟନ୍ତୀ

Sunil Chandra Nayak

ଦାବ୍ରି ଗୁଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

masiha

Leave a Comment

error: Content is protected !!