ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାର ସାଧାରଣ ଉଦ୍ୟୋଗ କମିଟୀର ଅଧ୍ୟକ୍ଷ ହେଲେ କଣ୍ଟାମାଳ ବିଧାୟକ ମହୀଧର ରଣା

ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାର ସାଧାରଣ ଉଦ୍ୟୋଗ କମିଟୀର ଅଧ୍ୟକ୍ଷ ହେଲେ କଣ୍ଟାମାଳ ବିଧାୟକ ମହୀଧର ରଣା 

ବୌଦ୍ଧ -୪/୧୦/:(ହୃଦାନନ୍ଦ ମେହେର )- ଆଜି ରାଜ୍ୟ ସରକାରଙ୍କ ଓଡିଶା ବିଧାନସଭାର ସାଧାରଣ ଉଦ୍ୟୋଗ କମିଟୀର ଅଧ୍ୟକ୍ଷ ଭାବେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ମହୀଧର ରଣାଙ୍କ ନାମ ବିଦ୍ଧିବଦ୍ଧ ଭାବେ ଘୋଷଣା ହେବାପରେ କଣ୍ଟାମାଳ ନିର୍ବାଚନମଣ୍ଡଳୀ ଉତ୍ସବ ମୁଖର ହୋଇଉଠିଛି। କେତେକ ସ୍ଥାନରେ ବିଜେଡିର ତୁଙ୍ଗ ନେତାମାନେ ମିଷ୍ଟାନ ବଣ୍ଟନ କରି ଖୁସି ମନାଉଛନ୍ତି ଓ ବିଧାୟକ ଶ୍ରୀରଣାଙ୍କ ସହ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । ପ୍ରତିକ୍ରିୟାରେ ବିଧାୟକ ଶ୍ରୀରଣା ପ୍ରକାଶ କରିଛନ୍ତି ଅଞ୍ଚଳର ବିକାଶ, ବଳିଷ୍ଠ ନେତୃତ୍ଵ ଓ ଜନ ସାଧାରଣଙ୍କ ଭଲ ପାଇବା ଓ ଆସ୍ଥାଭାଜନ ଆଧାରରେ ଦୁଇ ଦୁଇ ଥର ବିଧାୟକ,୨ଥର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ହୋଇପାରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ସାଧାରଣ ଉଦ୍ୟୋଗ କମିଟିର ଅଧ୍ୟକ୍ଷ ପାଇଁ ଘୋଷଣା କରିଛନ୍ତି। ଏ ସବୁ ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆସ୍ଥାଭାଜନରୁ ହୋଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କ ବିଭାଗକୁ ସ୍ଵଚାରୁରୂପେ ପାଳନ କରିବାପାଇଁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ପ୍ରକାଶଯୋଗ୍ୟ ଯେ ବିଧାୟକ ଶ୍ରୀରଣା ଯୁବାବସ୍ଥାରୁ ହିଁ ଲୋକଙ୍କ ସମସ୍ୟା,ଅଞ୍ଚଳର ବିକାଶ ଉପରେ ସ୍ୱପ୍ନ ଦେଖୁଥିଲେ ।ସେ ଲୋକଙ୍କ କାର୍ଯ୍ୟକରୁଥିବାରୁ ନିଜ ପଞ୍ଚାୟତରେ ଦୁଇ ଦୁଇଥର ସରପଞ୍ଚ ହୋଇପାରିଥିଲେ ଓ ଥରେ ନିଜ ସ୍ତ୍ରୀଙ୍କୁ ସ୍ଵାଧୀନ ଭାବରେ ଜିଲ୍ଲାପରିଷଦ ସଦସ୍ୟାରେ ନିର୍ବାଚିତ ତାଙ୍କର ଲୋକାଭିମୁଖିର ପ୍ରମାଣ ଦେଇଥିଲା । ପରେ ବିଜେଡିର ଆସ୍ଥାଭାଜନ ନବୀନ ପଟ୍ଟନାୟକ ତାଙ୍କୁ ବିଧାୟକ ପାଇଁ ଚୟନ କରି ନିର୍ବାଚିତ ମଧ୍ୟ ହୋଇଥିଲେ । ସେହି ଦିନଠାରୁ ସିଡ଼ି ଚଢ଼ି ଚଢ଼ି ଦୁଇ ଦୁଇଥର ବିଧାୟକ, ଦୁଇ ଦୁଇଥର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଶେଷରେ ସାଧାରଣ ଉଦ୍ୟୋଗ କମିଟୀର ଅଧ୍ୟକ୍ଷ ପଦ, ବଳିଷ୍ଠ ନେତୃତ୍ଵର ପ୍ରମାଣ ଦିଏ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ସାଧାରଣ ବୈଠକ ଓ ପରିଚାଳନା କମିଟି ଗଠନ ଅନୁଷ୍ଠିତ

Sunil Chandra Nayak

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦିନିକିଆ ଭୂତତ୍ୱ ସମ୍ପର୍କୀତ ପ୍ରଦର୍ଶନୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

masiha

Leave a Comment

error: Content is protected !!