ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୫ ଶତକଡ଼ା ବିକଳାଙ୍ଗ ପ୍ରମାଣ ପତ୍ର ଥାଇ ଦିବ୍ୟାଙ୍ଗ କାଡ୍ରାକା ରାତୁ ଭତ୍ତା ପାଇବାରୁ ବଞ୍ଚିତ

୬୫ ଶତକଡ଼ା ବିକଳାଙ୍ଗ ପ୍ରମାଣ ପତ୍ର ଥାଇ ଦିବ୍ୟାଙ୍ଗ କାଡ୍ରାକା ରାତୁ ଭତ୍ତା ପାଇବାରୁ ବଞ୍ଚିତ

ବନ୍ଧୁଗାଁ ତା ୫/୧୦/୨୩  // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପେଦାଲୋଡା ପଞ୍ଚାୟତ ବାର୍ଲାମଣ୍ଡା ଗ୍ରାମର ୬୫ ଶତକଡ଼ା ବିକଳାଙ୍ଗ ଥିବା ବ୍ୟକ୍ତି ସରକାରଙ୍କ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନେକ ବର୍ଷ ତଳେ କାଡ୍ରାକା ରାତୁ (ପୁ) ୪୦ ବର୍ଷ ଶୀତ ଋତୁ ସମୟରେ ଅତ୍ୟଧିକ ଶୀତ ଯୋଗୁଁ ନିଆ ପାଖରେ ବସିଥିଲେ ହଠାତ୍ ମୂର୍ଚ୍ଛା ବେମାର ଆରମ୍ଭ ହେବା ଯୋଗୁଁ କାଡ୍ରାକା ରାତୁ ନିଆ ଭିତରେ ଗଳି ପଡ଼ିଥିଲେ। ଏହି ସମୟରେ ଗାଁ ଲୋକ ଆସି ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ବାମ ହାତ ସମ୍ପୂର୍ଣ ନିଆ ରେ ଜଳି ପଡ଼ିଥିଲା। ସେହି ଦିନ ଠାରୁ ସେ ନିଜର ବାମ ହାତ ସମ୍ପୂର୍ଣ ନଷ୍ଟ ହୋଇଯାଇ ଥିଲା । ଗରିବ ଅସହାୟ ଆଦିବାସୀ ବ୍ୟକ୍ତି ଜଣକ ନିଜର ହାତ ହରାଇବା ପରେ ସ୍ତ୍ରୀ ବୁରି କାଡ୍ରାକା ନିଜର ଦୁଇ ଝିଅ ବିଜୟା କାଡ୍ରାକା ୧୨ ବର୍ଷ ଓ ଥଟି କାଡ୍ରାକା ୯ ବର୍ଷ ଙ୍କୁ କିପରି ଲାଳନ ପାଳନ କରିବେ ଚିନ୍ତାରେ ରହି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଆଉ ପଠାଇଲେ ନାହିଁ। ପେଟ ପାଉଣା ପାଇଁ ସ୍ତ୍ରୀ ଓ ଦୁଇ ଝିଅ କୁଲି ମଜୁରି କରି ଵହୁ କଷ୍ଟରେ ବଞ୍ଚି ଆସୁଛନ୍ତି। ନିଜର ବିକଳାଙ୍ଗ ଥିବା ଯୋଗୁଁ ହାତରେ ବିକଳାଙ୍ଗ ପ୍ରମାଣ ପତ୍ର ନ ଥାଇ ସରକାରଙ୍କ ଠାରୁ ଭତ୍ତା ଟଙ୍କା ପାଇବା ପାଇଁ ନିଜର ଆଧାର କାର୍ଡ ନେଇ ଫର୍ମ ପୂରଣ କରି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିବାରେ ଆନ୍ତରିକତା ନ ଥିବାରୁ ବଞ୍ଚିତ ହୋଇ ଘରେ ପଡ଼ି ରହିଛନ୍ତି । ବିକଳାଙ୍ଗ କାଡ୍ରାକା ରାତୁ ଙ୍କ କହିବା ଅନୁଯାୟୀ ପିଡିଏସ କାର୍ଡ ଓ ଆଧାର କାର୍ଡ ଆଣିବାକୁ କହି ବିକଳାଙ୍ଗ ପ୍ରମାଣ ପତ୍ର ଦେବାକୁ ସରକାରୀ କର୍ମଚାରୀ କହି ଆସୁଛନ୍ତି। ଆଜି ନିଜ ପାଖରେ ୬୫ ଶତକଡା ବିକଳାଙ୍ଗ ପ୍ରମାଣ ପତ୍ର ଥିଲେ ମଧ୍ୟ ପି ଡି ଏସ୍ ଚାଉଳ କାର୍ଡ ନାହିଁ। କି ପ୍ରକାର ବ୍ୟବସ୍ଥା ରହିଛି ଜଣେ ଅସହାୟ ଗରିବ ଆଦିବାସୀ ବ୍ୟକ୍ତି ଭତ୍ତା ଟଙ୍କା ପାଇବା ପାଇଁ? । ସେ ନିଜର ବିକଳାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଥିବା ଯୋଗୁଁ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସରକାରଙ୍କ ଠାରୁ ଭତ୍ତା ଟଙ୍କା ପାଇବା ପାଇଁ ଗୁହାରି କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

Sunil Chandra Nayak

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

ପୁରୁଷୋତ୍ତମପୁର ତହସିଲରେ ଜମି ପଟା ଦୁର୍ନୀତି,ମହା ଘୋଟାଲା 

Sunil Chandra Nayak

Leave a Comment

error: Content is protected !!