ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ବିଭାଗର ସଂକଳ୍ପ ସପ୍ତାହ ପାଳନ ଅବରରରେ କୃଷି ମହୋତ୍ସବ 

କୃଷି ବିଭାଗର ସଂକଳ୍ପ ସପ୍ତାହ ପାଳନ ଅବରରରେ କୃଷି ମହୋତ୍ସବ 

ଡାବୁଗାଁ, ୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ କୃଷି ବିଭାଗ ତରଫରୁ ଡାବୁଗାଁ ପଞ୍ଚାୟତ ସମିତିର ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ସଂକଳ୍ପ ସପ୍ତାହ ପାଳନ ଅବସରରେ କୃଷି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ କୃଷି ବିଭାଗର ବିଭିନ୍ନ ସରକରୀ ଯୋଜନା ଉପରେ ଚାଷୀ ମାନଙ୍କୁ ସଚେତନ କରଯାଇଥିଲା | ଯୋଜନା ଗୁଡିକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଜନ୍ତ୍ରପାତି ରେ ସରକାରୀ ରିହାତି ବ୍ୟବସ୍ଥା, ଧାନ ଫସଲରେ ରୋଗ ପୋକ ପରିଚାଳନା, ଓଡିଶା ମିଲେଟ ମିଶନ ତଥା ବିକ୍ରୀବଟା, କାଳିଆ ଯୋଜନା, ନାନୋ ୟୁରିଆ ଓ ଡିଏପି ତଥା ଅନ୍ୟାନ୍ୟ ଜୈବିକ ସାରର ପ୍ରୟୋଗ ଉପରେ କୃଷି ଅଧିକାରୀ ମାନେ ଚାଷୀ ମାନଙ୍କୁ ବୁଝାଇଥିଲେ | କେନ୍ଦ୍ର ସରକାର ଙ୍କ ପି-ଏମ କିଶାନ ଯୋଜନା ଉପରେ ସଚେତନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, କୃଷି ଅଧିଦର୍ଶକ ଭୀମସେନ ନାୟକ, ନୀଳକଣ୍ଠ ପରିଡା, କିଶୋର ଚନ୍ଦ୍ର ନାୟକ, ମମତା ସାହୁ, ସୁଶାନ୍ତ କୁମାର ରାଉତ, ସହକାରୀ ବୈଷୟିକ ପରିଚାଳକ କେ. ଉଦୟା କୁମାରୀ, ସମସ୍ତ କୃଷକ ସାଥି ଓ ଚାଷୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୁକୁନ୍ଦପୁର ଅଞ୍ଛଳ ରେ ସିପିଆଇ (ଏମ୍ଏଲ) ଲିବରେସନ ର ମିଶ୍ରଣ ପର୍ବ ରେ ଶତାଧିକ ମହିଳା ପୁରୁଷ ଯୋଗ ଦାନ 

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବି

Sunil Chandra Nayak

ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବିରୋଧରେ ନେସ୍କୋ ପାଓ୍ଵାର ଏମ୍ଲୟଜ ତରଫରୁ ପ୍ରତିବାଦ ଓ ଲିଖିତ ଦାବିପତ୍ର

Leave a Comment

error: Content is protected !!