ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଞ୍ଚାଗାଁ ଗ୍ରାମ ପାଞ୍ଚାୟତ ର ଜଳ ବନ୍ଦୀ ଅଞ୍ଚଳ ଅଧିକାରୀମାନଙ୍କ ପର୍ଯ୍ୟଟନ ସ୍ଥଳୀ :ବିକାଶ ସ୍ୱପ୍ନ ୬ ଗ୍ରାମ ବାସୀଙ୍କ ପାଇଁ

ମଞ୍ଚାଗାଁ ଗ୍ରାମ ପାଞ୍ଚାୟତ ର ଜଳ ବନ୍ଦୀ ଅଞ୍ଚଳ ଅଧିକାରୀମାନଙ୍କ ପର୍ଯ୍ୟଟନ ସ୍ଥଳୀ :ବିକାଶ ସ୍ୱପ୍ନ ୬ ଗ୍ରାମ ବାସୀଙ୍କ ପାଇଁ

ତେନ୍ତୁଳିଖୁଣ୍ଟି- ୦୭/୧୦/୨୩- // ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଅଧିନ ରେ ଥିବା ଜଳବନ୍ଦୀ ଅଞ୍ଚଳ କୁ ବାରମ୍ବାର ସଚିବ ପାହ୍ୟା ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ବ୍ଲକ ସ୍ତରୀୟ ଶିକ୍ଷା ସ୍ଵାସ୍ଥ୍ୟ ଅଧିକାରୀ ,ଜିଲ୍ଲା ପ୍ରଶାସନ , ବ୍ଲକ ପ୍ରଶାସନ ଯନ୍ତ୍ର ଚାଳିତ ବୋଟ ଯୋଗେ ବାରମ୍ବାର ବିକାଶ ନାଁ ରେ ମାରାଥନ ଗସ୍ତ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଚିତ୍ର ବଦଳି ପାରିନାହିଁ ।ଦୀର୍ଘ ବର୍ଷ ଧରି ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ପଦାଧିକାରୀ ମଧ୍ୟ ଉକ୍ତ ଅଞ୍ଚଳ ରେ ଥିବା 6ଟି ଗ୍ରାମ କୁ ଗସ୍ତ କରିଛନ୍ତି ,ବହୁ ପ୍ରତିଶୃତି ମିଳିଛି କିନ୍ତୁ ବାସ୍ତବତା ରୁ ବହୁ ଉର୍ଦ୍ଧ୍ବ ରେ। ଯନ୍ତ୍ର ଚାଳିତ ବୋଟ ରେ ମାଗଣା ଯିବା ଆସିବା କରିବା , ଘର ମୁହଁ ରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନ ,କେନ୍ଦୁଗୁଡା ରୁ ଗୁରୁମାଇ ଗୁଡା ବ୍ରିଜ ନିର୍ମାଣ ଦଶ ମନ୍ତପୁର କୁ ରାସ୍ତା ଆଦି ଅନେକ ପ୍ରତିଶ୍ରୁତି ମିଳିଛି ।

 ,2001 ପୁନର୍ବାସ ଥଇଥାନ ପରାମର୍ଶ କମିଟି ର ନିଷ୍ପତ୍ତି ପ୍ରକାରେ ବିସ୍ଥାପିତ ନ ହୋଇ ଜଳବନ୍ଦୀ ଜୀବନ ବିତାଉଥିବାରୁ ଟା ଙ୍ଗଣକୋଟ ଓ ବାଗ୍ରା ବାସୀ ଙ୍କୁ ବିସ୍ଥାପିତ ର ମାନ୍ୟତା ଦେଇ ବିସ୍ଥାପିତ ଙ୍କୁ ଦିଆଯାଉଥିବା ପ୍ୟାକେଜ ଦେବା ନିଷ୍ପତ୍ତି 2023 ଶେଷ ହେବାକୁ ବସିଲାଣି କାର୍ଯ୍ୟକାରୀ ହୋଇପାରିନି। ରାସ୍ତା କହିଲେ ମନରେଗା ଓ ବ୍ଲକ ପାଣ୍ଠି ବ୍ୟବହାର କରି ସଂଯୋଗୀକରଣ ମାଟି ରାସ୍ତା ନିର୍ମିତ ହୋଇଛି। ହଁ ପାନୀୟ ଜଳ ସମସ୍ୟା କିଛିଟା ପୂରଣ ହୋଇଛି। କିନ୍ତୁ ରାସ୍ତା ନଥିବା ରୁ କୌଣସି ସେବା ଠିକ ସମୟରେ ପାଇ ପାରୁନାହାନ୍ତି। ଯୋଗାଯୋଗ ବ୍ୟବସ୍ଥା ଆଜିବି ସାତ ସପନ ମୋବାଇଲ ରେ କଥା ହେବାକୁ ହେଲେ ଉଚ୍ଚ ସ୍ଥାନକୁ ଯାଇ କଥା ହେବାକୁ ପଡୁଛି। ସେଥିପାଇଁ ଗ୍ରାମକୁ କୌଣସି କର୍ମଚାରୀ ଯିବାକୁ ପସନ୍ଦ କରୁନାହାନ୍ତି ଯେଉଁଠି ଗ୍ରାମର ଶିକ୍ଷିତ ଯୁବକ ଯୁବତୀଂରହିବାକୁ ପସନ୍ଦ କରୁ ନାହାନ୍ତି ଅନ୍ୟ ମାନଙ୍କ କଥା ପଚାରେ କିଏ ?ନିର୍ବାଚନ ପାଖେଇ ଆସିଲେ ଏହି ଜଳବନ୍ଦୀ ଅଞ୍ଚଳ ବାସୀଙ୍କୁ ବିକାଶ ର ଗଣ୍ଠିଲି ଖୋଲି ଦେଉଥିବା ବେଳେ ପରବର୍ତ୍ତୀ ସମୟରେ ତାହା ଶୂନ୍ୟ ହୋଇଯାଉଥିବା ଦେଖାଯାଇଛି ।ଏହି ଅଞ୍ଚଳ କୁ ବିଭିନ୍ନ ବିଭାଗ ର ବିଭାଗୀୟ ଅଧିକାରୀ ଜଳ କ୍ରୀଡ଼ା ସହ ଭୋଜି ଭାତ ର ଆସର ଜମାଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଦିଲ୍ଲୀପ ପ୍ରଧାନୀ ।ଆଜି ମଧ୍ୟ ଏଠାକାର ନିରୀହ ଆଦିବାସୀ ଙ୍କ ସ୍ଵାସ୍ଥ୍ୟ,ଶିକ୍ଷା ଗମନାଗମନ, ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ସୁଧୁରୀ ପାରିନାହିଁ କିନ୍ତୁ ବିଭିନ୍ନ ବିଭାଗର ଅଧିକାରୀ ନଦୀର ଅପର ପାର୍ଶ୍ୱ ର ଗୋଟିଏ ଗ୍ରାମ କୁ ଗସ୍ତ କରି ସରକାର ଙ୍କ ନିକଟରେ ବାହା ବାହା ନେଉଥିବା ଅଭିଯୋଗ କରିଛନ୍ତି ବିଜେପି ଯୁବ ନେତା ସନ୍ତୋଷ ପାତ୍ର ।ବର୍ତ୍ତମାନ ୠତୁ ପରିବର୍ତନ ସମୟରେ ଜ୍ଵର,ଥଣ୍ଡା, କାଶ,ନିମମୋନିୟା ଭଳି ମାରାତ୍ମକ ରୋଗ ବ୍ୟାପୁଥିବା ବେଳେ ସରକାର ଙ୍କ ସଚେତନତା ଅଭିଯାନ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସୁ ଛି ସ୍ୱାସ୍ଥ୍ୟବିଭାଗ ସେମାନଙ୍କ ପାଖରେ ପହଂଚୁଛି କିନ୍ତୁ ସେଠାରେ ମୋବାଇଲ ସେବା ନଥିବା ଯୋଗୁଁ ଅଵଶ୍ୟକତା ସମୟରେ ସେବା ମିଳି ପାରୁନି। ଉକ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ଥିଲେ କିନ୍ତୁ କିଛି ବର୍ଷ ହେଲା କେବଳ ସ୍ୱାସ୍ଥ୍ୟ ବିଭଗୀୟ ଟିମ ମାସିକ ପ୍ରୋଗ୍ରାମ କରି ଚିକିତ୍ସା ଦେଉଛନ୍ତି। ଅଞ୍ଚଳ ବାସୀ ଆଜି ମଧ୍ୟ ଗୁଣି ଗାରଡି ର ସାହାରା ନେଉଛନ୍ତି ।ସ୍ଥାନୀୟ ଲୋକଙ୍କ ବିକାଶ ର ଡିଣ୍ଡିମ ପିଟୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ର ସଚେତନତା ପ୍ରହସନ ପାଲଟିଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ର ବାରମ୍ବାର ଗସ୍ତ ପରେ ବି ସୁଧୁରୀ ପାରୁନି ଜଳବନ୍ଦୀ ଅଞ୍ଚଳ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ତିରିଂ ହାଇସ୍କୁଲ ପଡ଼ିଆରେ ବ୍ଳକ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

masiha

କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

The Unsung Hero environmentalist Subhakanta .

masiha

Leave a Comment

error: Content is protected !!