ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପ୍ରିୟ ନମିତା ନାଏକ

କାମାକ୍ଷାନଗର (ମନିସ )17/7/23 // ଓଡିଶା ପ୍ରଦେଶ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ଆସନଟି ସଂରକ୍ଷିତ ଆସନ ଅଟେ I ଏହି ଆସନଟି ବିଜୁ ଜନତା ଦଳର ଗଡ଼ ବୋଲାଉଥିବା ବେଳେ ବିଜୁ ଜନତା ଦଳର ରାଜ୍ୟ ମହିଳା ବିଜୁ ଜନତା ଦଳ ସମ୍ପାଦିକା ନମିତା ନାଏକ ଲୋକଙ୍କ ପ୍ରିୟ ହେବାରେ ଲାଗିଛନ୍ତି I ନମିତା ନାଏକ ଜଣେ ପରୋପକାରୀ ମହିଳା I ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ହେଉ କିମ୍ବା ଦୁଖଦଃ ସମୟରେ ନିଜ ପରିବାର ପରି ଦୁଆରେ ଉପସ୍ଥିତ ରହି ଲୋକଙ୍କୁ ସାହାଯ୍ୟ କରିଥାନ୍ତି I ହିନ୍ଦୋଳ ଅଂଚଳରେ ହାତୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ପାଖରେ ପହଞ୍ଚି କିପରି ଶୀଘ୍ର କ୍ଷତିପୂରଣ ପାଇବେ ସେ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି I ଅପଘଞ୍ଚ ଅଂଚଳକୁ କିପରି ରାସ୍ତା ହେବ, ଅସହାୟ ଲୋକ ମାନେ କିପରି ମୋ ଘର ଏବଂ ଆବାସ ଯୋଜନାରେ ସାମିଲ ହେବେ, ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ରାଜ୍ୟ ଖାଦ୍ୟ ଯୋଗାଣ ଯୋଜନା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖକୁ ଯାଇ ସାହାଯ୍ୟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି I ହିନ୍ଦୋଳ କାନ୍ତାମିଲ ପଂଚାୟତର ଲୋକଙ୍କ ଅଭିଯୋଗ ଶୁଣି ଦୁଇଗୋଟି ଲାଇଟ ଯୋଗାଇଥିବା ଦେଖିବାକୁ ମିଳିଛି I ନମିତା ନାଏକ ହେଉଛନ୍ତି ପୂର୍ବତନ ହିନ୍ଦୋଳ ବିଧାୟକ ମହେଶ୍ୱର ନାଏକଙ୍କ କନ୍ୟା I ହିନ୍ଦୋଳରେ ବିଜେଡିକୁ ମଜଭୁତ କରିବା ପାଇଁ ଅବିରତ ପ୍ରଚେଷ୍ଟା ଜାରିରଖିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖଇରାରେ ଉତ୍କଳ ସାମ୍ବାଦିକ ସଂଘର ସାଂଗଠାନିକ ବୈଠକ 

masiha

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ଅଲିଭା ଏବଂ ଶାନ୍ତିଲତା

Sunil Chandra Nayak

ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ     

masiha

Leave a Comment

error: Content is protected !!