ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ସମ୍ମିଳନୀ ଯୋଗଦେଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

ବନ୍ଧପଡା ପଞ୍ଚାୟତ ଘାଟୁଲ ଗାଁ ରେ ଆଦିବାସୀ ଙ୍କ ପାରମ୍ପରିକ ଶୋଭାଯାତ୍ରା, ସୁଲିଆ ବୁଢ଼ା ପୀଠ ରେ ପୂଜାର୍ଚନା ପରେ ଗାଁ ରେ ଆଦିବାସୀ ସମ୍ମିଳନୀ. ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି. ଡିଜିଟାଲ ଇଣ୍ଡିଆ ଯୁଗରେ ନେଟୱାର୍କ ସମସ୍ୟା କୁ ନେଇ ଉଦବେଗ ପ୍ରକାଶ କଲେ ମାନ୍ୟବର ସାଂସଦ ଶ୍ରୀ ବିଶି.ଆଜିକାଲି ସରକାରୀ କାର୍ଯ୍ୟ,ଛାତ୍ରଛାତ୍ରୀ ଙ୍କ ପାଠପଢା, ମୋବାଇଲ ଇଣ୍ଟରନେଟ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଥିବା ରୁ ଅଞ୍ଚଳବାସୀ ଙ୍କ ନେଟୱାର୍କ ସୁବିଧା ପାଇଁ ତୁରନ୍ତ କେନ୍ଦ୍ର ସରକାର ମୋବାଇଲ ଟାୱାର ପ୍ରତିଷ୍ଠା କରିବାକୁ ଦାବୀ କରିଥିଲେ l ଏହା ସହିତ ଘାଟୁଲ ଶୂଳିଆ ବୁଢ଼ା ପୀଠ ର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିବା ପାଇଁ ପ୍ରକାଶ କରିଥିଲେ l ଓଡିଶା ସରକାର ଙ୍କ ଲୋକ ହିତକର ଯୋଜନା ବିଷୟରେ ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ରେ ପlଳେଶ୍ୱର ଭୋଇ, ବିରଞ୍ଚି କୁଅଁର, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଅଶୋକ ଭୋଇ, ବିଂଝାଲ ସମାଜର ସଭାପତି ମଦନ ବରିହା, ଘlଟୁଲ ଗୌନ୍ତିଆ ଦୟାନିଧି ଝାଙ୍କର ପ୍ରମୁଖ ଉଦବୋଧନ ଦେଇଥିଲେ l ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ ସଭା ପରିଚାଳନା କରିଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଅସତୀ ତୁଳସୀ ସତୀ ଚଉରା ମଞ୍ଚସ୍ଥ 

Sunil Chandra Nayak

ପିକଅପ୍ ଭ୍ୟାନ ଓଲଟି ୧୮ ଗୁରୁତର, ୮ ଆହତ , ଗୁରୁତରଙ୍କୁ ଭବାନୀପାଟଣା ଓ ରାୟଗଡ଼ା ସ୍ଥାନାନ୍ତର 

Sunil Chandra Nayak

ଜିଲ୍ଲା ସ୍ତରୀୟ ଜେ ଆର ସି ଶିବିର ରେ ଧରାକୋଟ ର ଚାରି ପୁରସ୍କୃତ 

Sunil Chandra Nayak

Leave a Comment

error: Content is protected !!