ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଙ୍କୁଳ ଅବସ୍ତାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

ବିପଦ ସଙ୍କୁଳ ଅବସ୍ତାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

ବନ୍ଧୁଗାଁ ତା ୮/୧୦/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପେଦାଲୋଡ଼ା ପଞ୍ଚାୟତ ଜାଗୁଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହ ବିପଦ ସଙ୍କୁଳ ଅବସ୍ତାରେ ରହିଛି। ବର୍ଷା ହେଲେ ସ୍କୁଲର ସମସ୍ତ କୋଠରୀର ଛାତ ରୁ ପାଣି ଗଳୁ ଥିବା ବେଳେ ଛାତ୍ରଛାତ୍ରୀ ପାଠ ପଢିବା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ସମସ୍ତ ଶ୍ରେଣୀ କୋଠରୀର ଛାତ ରୁ ସିମେଣ୍ଟ ଖସି ଭିତରର ଲୁହା ଗୁଡ଼ିକ ଦେଖାଯାଉଛି। ଛାତ ଗୁଡ଼ିକ ମଧ୍ୟ ତଳକୁ ଖସେଇ ଆସିଛି।ସ୍କୁଲ ରେ ପ୍ରଥମ ରୁ ଦଶମ ଶ୍ରେଣୀର ୧୧୯ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ୧୧୯ ଜଣ ଛାତ୍ରଛାତ୍ରୀ ଙ୍କ ପାଠ ପଢା ପାଇଁ ମାତ୍ର ୩ ଟି ଶ୍ରେଣୀ ଗୃହ ରହିଛି। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଥିବା ବେଳେ ୧୧୯ ଜଣ ଛାତ୍ରଛାତ୍ରୀ ଙ୍କୁ ପାଠ ପଢା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଯେଉଁ ଶ୍ରେଣୀ ଗୃହ ଗୁଡ଼ିକ ରହିଛି ବିପଦ ସଙ୍କୁଳ ଅବସ୍ତାରେ କେତେବେଳେ ଭାଙ୍ଗି ଯିବ ଫଳ ରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରୋସ୍ମିନ ମାଳା ରାଉତ ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରିଛନ୍ତି। ରାଜ୍ଯ ସରକାରଙ୍କ ତରଫରୁ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆଜକୁ ଏକ ବର୍ଷ ତଳେ ସ୍ଥାନୀୟ ବ୍ଲକ ସ୍ତରୀୟ ପ୍ରଶାସନ ତରଫରୁ ତତ୍ପରତା ଦେଖା ଯାଇଥିଲା । ଏଥିପାଇଁ ପୁର୍ବତନ ବିଡ଼ିଓ ଓ ସ୍ଥାନୀୟ ତହସିଲଦାର ସଦାଶିବ ଭତ୍ରା ଆସି ସ୍କୁଲ ନିର୍ମାଣ ପାଇଁ ସରକାରୀ ଜମି ଚିହ୍ନଟ କରି ଥିଲେ। ଆଗରୁ ଯେଉଁ ସ୍କୁଲ ଗୃହ ଟି ରହିଛି ତାହା ସେହି ଗାଁ ଜଣେ ଆଦିବାସୀ ଲୋକଙ୍କ ପଟ୍ଟା ଜମିରେ ନିର୍ମାଣ ହୋଇ ରହିଛି। ଏପଟେ ସ୍କୁଲ କୋଠରୀ ଗୁଡ଼ିକ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ ପୁଣି ଯେଉଁ ଶ୍ରେଣୀ ଗୃହ ବିପଦ ସଙ୍କୁଳ ଅବସ୍ତାରେ ଥିବାବେଳେ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସ୍ତରରେ ଆନ୍ତରିକତା ନଥିବା ପରି ଦେଖିବାକୁ ମିଳିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ୱ 

masiha

ପିରବତୀ ମହିଳା କଲେଜରେ ଶିଶୁ ଦିବସ ପାଳିତ

Sunil Chandra Nayak

କୋକସରା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

Sunil Chandra Nayak

Leave a Comment

error: Content is protected !!