ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ 

ଜେଲ ଗଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ

ଲାଞ୍ଜିଗଡ଼,୨୬/୦୩( )-ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଜେଲ ଯିବାକୁ ପଡ଼ିଛି । ଲାଞ୍ଜିଗଡ଼ ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ଗ୍ରାମପଞ୍ଚାୟତ ରେଙ୍ଗୋପାଲି ଗାଁର ବାବୁଲା ନାଏକ ନାମକ ଜଣେ ବ୍ୟକ୍ତି ଲାଞ୍ଜିଗଡ ଥାନାଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଲାଞ୍ଜିଗଡ ଥାନାରେ ଅଭିଯୋଗ ହୋଇଥିଲା । ପୀଡିତା ମହିଳାଙ୍କ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ବାବୁଲାକୁ ଗିରଫ କରାଯିବା ସହିତ ଆଜି କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ଯିବାକୁ ପଡିଛି । ଆଜି ପୀଡିତା ମହିଳାଙ୍କୁ ଡାକ୍ତରୀ ମାଇନା କରାଯାଇଥିଲା । ଏ ନେଇ ଲାଞ୍ଜିଗଡ ଥାନା କେସ୍ ନମ୍ବର ୧୬/୨୦୨୨ ଆଇପିସି ୩୭୬, ୫୦୬ ଦଫାରେ ମାମଲା ରୁଜୁ ହୋଇଥିବାବେଳେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ବିଳାସିନୀ ଭୋଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଲାଞ୍ଜିଗଡ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ ।

Related posts

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ଓୟୁଜେ ସଂଘ

Sunil Chandra Nayak

କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଡ଼.ଭବାନୀ ଶଙ୍କର ନିଆଲ

Sunil Chandra Nayak

ଶ୍ୟାମା ପ୍ରସାଦ ବୋଷ ଙ୍କ କବିତା ବିଦଗ୍ଧ ପ୍ରେମ

Leave a Comment

error: Content is protected !!