ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକଳ୍ପ ସପ୍ତାହ ଉଦଯାପନ 

ସଂକଳ୍ପ ସପ୍ତାହ ଉଦଯାପନ 

ଡାବୁଗାଁ, ୯/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସଂକଳ୍ପ ସପ୍ତାହ ସୋମବାର ଉଦଯାପନ ହୋଇଯାଇଛି | ଏଥିରେ ଅକ୍ଟୋବର ୩ ତାରିଖ ଠାରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ସଂକଳ୍ପ ସପ୍ତାହ ପାଳନ କରାଯାଇଛି | ଏହି ୭ ଦିନରେ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଏକ ସଂକଳ୍ପ, ସୁପୋଷିତ ପରିବାର, ସ୍ଵଛତା ଏକ ସଂକଳ୍ପ, କୃଷି ମହୋତ୍ସବ, ଶିକ୍ଷା ଏକ ସଂକଳ୍ପ, ସମୃଦ୍ଧି ଦିବସ ଏବଂ ସମାବେଶ ଓ ସମାରୋହ ଆଦି ବିଷୟରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ବିଷୟ ଉପରେ କାର୍ଯ୍ୟକ୍ରମ ମାନ ପାଳନ କରାଯାଇଛି | ପଞ୍ଚାୟତ, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ମେଡିକାଲ ଓ ଶେଷ ଦିନରେ ବ୍ଲକ କାର୍ଯ୍ୟ|ଳୟ ରେ ସଂକଳ୍ପ ଦିବସ ଉଦଯାପନ କରାଯାଇଛି | ଏଥିରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ସାଇରା ବାନୁ, କୁନମୁନ ସେନାପତି ଓ ରୋଜାଲିନ ପ୍ରଧାନ, ନିତି ଆୟୋଗ ବରିଷ୍ଠ କାର୍ଯ୍ୟକ୍ରମ ଲିଡର ଡାଇନାସିଲ ବଂଶଦ, ଶେଫାଳି ସୁତାର, ମମତା କୁମାରୀ, ହିତେଶ ବୋଲେରା ଓ ଫାରେନା ଖାତୁନ, ମିଲେଟ ମିଶନ ବ୍ଲକ ସଂଯୋଜକ ନବୀନ ମହୁରିଆ, ଅତିରିକ୍ତ ବ୍ଲକ ସଂଯୋଜକ ସସ୍ମିତା ବଳବନ୍ତରାୟ, ମିଶନ ଶକ୍ତି ବିପିଏ ନବୀନ ଭତ୍ରା ଓ ଜନସାଧାରଣ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଟିତ

Sunil Chandra Nayak

ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ସଂପାଦକଙ୍କୁ ସମ୍ବର୍ଧନା ପ୍ରଦାନ 

masiha

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

Leave a Comment

error: Content is protected !!