ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକଳ୍ପ ସପ୍ତାହ ର କାର୍ଯ୍ୟକ୍ରମରେ ମନ କିଣିଲା ମାଣ୍ଡିଆ ଖାଦ୍ୟ

ସଂକଳ୍ପ ସପ୍ତାହ ର କାର୍ଯ୍ୟକ୍ରମରେ ମନ କିଣିଲା ମାଣ୍ଡିଆ ଖାଦ୍ୟ

 ତେନ୍ତୁଳିଖୁଣ୍ଟି ୦୯/୧୦/୨୩  // ନୀତି ଆୟୋଗ ର ଆକାଂକ୍ଷୀ ଜିଲ୍ଲା ର ତେନ୍ତୁଳିଖୁଣ୍ଟି ଓ ଡାବୁଗାଁ କୁ ଆକାଂକ୍ଷୀ ବ୍ଲକ ଭାବେ ଚୟନ କରିଛି। ମିରାମିଲ ଫାଉଣ୍ଡେସନ ଏହି ଦୁଇ ବ୍ଲକ ର ସାମଗ୍ରିକ ବିକାଶ ନୀତିଆୟୋଜନ୍ର ଏଜେଣ୍ଡା ରେ କାର୍ଯ୍ୟକାରୀ କରିବା ଦାୟିତ୍ୱ ନେଇଛି। ଆଜି ସଂକଳ୍ପ ସପ୍ତାହ ର ଶେଷ ଦିନରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଫିସ ପ୍ରାଙ୍ଗଣ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିହ ଅନୁଷ୍ଠିତ ହୋଇଯାଇଛି | ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଯଥା କୃଷି , ଉଦ୍ୟାନ ,ପଶୁସମ୍ପଦ ଶିକ୍ଷା ସ୍ୱାସ୍ଥ୍ୟ ବିଭାଗ କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ଙ୍କ ସମେତ ବିଭିନ୍ନ ଏନ ଜି ଇ ର କର୍ମକର୍ତା, ମହିଳା ସ୍ୱଂୟ ସହାୟକ ଦଳ ର ସଦସ୍ୟ ମାନେ, ମିଶନ ଶକ୍ତି ର ମହିଳା ଏବଂ ବିଭିନ ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସହିତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ |

ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃପାନିଧି ନାୟକ ,ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ, ସହକାରୀ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଘ ପ୍ରାଣୀ ବିଭାଗ ର ଅଧିକାରୀ ମହେନ୍ଦ୍ର ସମରର୍ଥ ,ଅଗ୍ରଗାମୀ ର ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ଜେନା ଙ୍କ ସହିତ ଓଡିଶା ମିଲେଟ୍ସ ମିଶନ ର ବ୍ଲକ ସଂଯୋଜକ ଅବିନାଶ ପଣ୍ଡା ଏବଂ ନିଶାନ୍ତ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ |

 ମିରାମିଲ ଫାଉଣ୍ଡେସନ ର ସୌରଭ ଉପାଧ୍ୟାୟ ,ପ୍ରାଚୀ ଚୌଧୁରୀ ଉପସ୍ଥିତ ରହି ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଙ୍କୁ ସମ୍ମାନିତ କରିଥିଲେ। 

ଏହି ଅବସରରେ ବିବିନ୍ନ ବିଭାଗ ତରଫରୁ ଷ୍ଟଲ ମାନ ମଧ୍ୟ ଲଗାଯାଇଥିଲା | କୃଷିବିଭାଗ ଏବଂ ଓଡିଶା ମିଲେଟ୍ସ ମିଶନ ତରଫରୁ ମଧ୍ୟ ଏକ ଷ୍ଟଲ ଲଗାଯାଇ ଖାଦ୍ୟ ମେଳା ର ଆୟୋଜନ କରାଯାଇଥିଲା ଯାହାକି ସମସ୍ତଙ୍କ ମନ କିଣିଥିଲା |

ଏହି ଖାଦ୍ୟମେଳା ରେ ମିଲେଟ୍ସ ଜନିତ ଖାଦ୍ୟ ର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା | ବ୍ୟଞ୍ଜନ ଯଥା ମାଣ୍ଡିଆ ଲଡୁ, ମାଣ୍ଡିଆ ଗୁଲାବ ଯାମୁନ, ମାଣ୍ଡିଆ କେକ, ମାଣ୍ଡିଆ ମିକ୍ସର, ମାଣ୍ଡିଆ ଖଡୁ, ମାଣ୍ଡିଆ ପେଜ, କାଙ୍ଗୁ ଭେଜ ବିରିୟାନୀ, କାଙ୍ଗୁ ଖିରି ଆଦି ଏହି ଖାଦ୍ୟ ମେଳା ରେ ପ୍ରସ୍ତୁତ କରି ସମସ୍ତ ଙ୍କୁ ଦିଆଯାଇଥିଲା |

ମାଣ୍ଡିଆ ଜନିତ ଖାଦ୍ୟ ଏବଂ ମାଣ୍ଡିଆ ର ପ୍ରଚାର ପ୍ରସାର ପାଇଁ ଏବେ ଓଡିଶା ସରକାର କେତେ ଯେ ଚେଷ୍ଟା କରୁଛନ୍ତି | ତେଣୁକରି ସମସ୍ତ ଙ୍କୁ ସେହି ବିଷୟରେ ଅବଗତ କରାଇବା ନିମନ୍ତେ ଏବଂ ଏହି ମାଣ୍ଡିଆ ରେ ଏହି ପରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରାଯାଇ ପାରିବ ବୋଲି ଅବଗତ କରାଇବା ପାଇଁ କୃଷି ବିଭାଗ ଏବଂ ମିଲେଟ୍ସ ମିଶନ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା |

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO

Sunil Chandra Nayak

କାହା ସ୍ବାର୍ଥରେ ଉଦ୍ଯାନ ବିଭାଗ ? କାର୍ଯ୍ଯାଳୟ କୋଠାକୁ କାର୍ଯ୍ଯ କ୍ଷମ କରିବାରେ ଅବହେଳା !!

Sunil Chandra Nayak

୬୫ ଜଣ ଛାତ୍ରଛାତ୍ରୀ, ବିପଦ ସଙ୍କୁଳ ଅବସ୍ତାରେ କୋଠରୀ , ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

masiha

Leave a Comment

error: Content is protected !!