ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୯/୧୦ // ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ବ୍ଲକରେ ଆରମ୍ଭ ହୋଇଛି। ସୋମବାର କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ବ୍ଲକ ସଭାପତି ଲିଙ୍ଗରାଜ ବେହେରା ଯାଦବଙ୍କ ନେତୃତ୍ବରେ ଆମପାଣି ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ଗହଣରେ ଆମପାଣି ଠାରୁ ଜନସାଧାରଣଙ୍କୁ କଂଗ୍ରେସ ସରକାରଙ୍କ ସମୟରେ ଦେଶବାସୀଙ୍କୁ ମିଳିଥିବା ସୁବିଧା ସୁଯୋଗ ଉପଲବ୍ଧିକୁ ନେଇ ସଚେତନତା କରିବା ସହ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟର ବିଜେଡି ସରକାର ଦେଶ ଓ ରାଜ୍ୟବାସୀଙ୍କୁ ବିକାଶ ନାଁରେ ବିନାଶ ମୁହଁକୁ ଠେଲି ଦେଇଛି । ଦରଦାମ ବୃଦ୍ଧି ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି। ଏଣୁ ଆଗାମୀ ଦିନରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଳି କହିଛନ୍ତି। ଏହି କାର୍ଯ୍ୟକ୍ରମ ଆମପାଣି ଠାରୁ ଡୁମେର ବାହାଲ ଭାଳିଆଯୋର, ତଳାଗାଁ, ବଡ଼ ପୋଡ଼ାଗୁଡା, ରଏନଗୁଡା, ବାଞ୍ଜି ବାହାଲ, ବଡ କେନ୍ଦୁଗୁଡା, କୁମୁଡ଼ାମୁଣ୍ଡା, କାଉଡୋଳାରୁ କୋକସରା ପର୍ଯ୍ୟନ୍ତ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ରବିନ୍ଦ୍ର ପାଟ୍ଟଯୋଷୀ, ଜିଲ୍ଲା ଉପ ସଭାପତି ପୁରୁଷୋତ୍ତମ ଗୁପ୍ତା, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ, ରାଜ୍ୟ ଯୁବ ସମ୍ପାଦକ ବେଣୁପାଣି ଦୁର୍ଗା, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସମ୍ପାଦକ ଦିଗାମ୍ବର ଦୁରିଆ, ପୂର୍ବତନ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଡାକେଶ୍ୱର ଲହଜଳ, ବ୍ଲକ କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ନାଏକ, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, କୋକସରା ଯୋନ ସଭାପତି କମଳ ଲୋଚନ ନାଏକ, ମୋଟେର ଯୋନ ସଭାପତି ଯତୀନ୍ଦ୍ର ଦଳାଇ, ଜିଲ୍ଲା ଛାତ୍ର କଂଗ୍ରେସ ସମ୍ପାଦକ ସୁଭାଷ ଚନ୍ଦ୍ର ଦାସ,କୀର୍ତ୍ତନ ଶବର, ସନ୍ଥ କୁମାର ନାଏକ, ଲିଙ୍ଗରାଜ ଶବର, ଲାଳସାଏ ନାଗ,ଧନବଲ ନିଆଲ ସମେତ କଂଗ୍ରେସର ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ରାଜନଗର ଜରିମୂଳରେ ବିଜେପି ପାଳିଲା 150 ତମ ବନ୍ଦେମାତରମ ବାର୍ଷିକ ଉତ୍ସବ

Sunil Chandra Nayak

ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ବାବୁନି

ବନ୍ଧୁଗାଁର ୪ ଜିପିରେ ବିଜେଡିର ଶକ୍ତି ପ୍ରଦର୍ଶନ 

masiha

Leave a Comment

error: Content is protected !!