ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାର ଅଞ୍ଚଳରେ ସି ସି ଟିଭି କ୍ୟାମେରା କେବେ ? 

ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାର ଅଞ୍ଚଳରେ ସି ସି ଟିଭି କ୍ୟାମେରା କେବେ ? 

ତେନ୍ତୁଳିଖୁଣ୍ଟି – ୧୦/୧୦/୨୩ //  ଇନ୍ଦ୍ରାବତୀ ପ୍ରକଳ୍ପ ର ଚାରି ଟି ଯାକ ଡ୍ୟାମ କୁ ଲାଗି ରାୟଗଡା ,କୋରାପୁଟ କଳାହାଣ୍ଡି ଜିଲ୍ଲା ଲାଗିଛି। ଏହି ଜଳଭଣ୍ଡାର ଦେଇ ଯିବା ଆସିବା ଜାରୀ ରହିଛି। ଏଣୁ ଅପରାଧି ଙ୍କ ଗତି ବିଧି ଉପରେ ନଜର ରଖିବା , ଗଞ୍ଜେଇ ଚୋରା କାରବାର ରୋକିବା ,ପର୍ଯ୍ୟଟକଙ୍କ ସୁରକ୍ଷା ,ନକ୍ସଲ ଗତିବିଧି ଉପରେ ନଜର ପାଇଁ ସି ସି ଟି ଭି କ୍ୟାମେରା ର ଆଵଶ୍ୟକତା ରହିଛି।  

 ଅପରାଧ ରୋକିବା ଜଳଭଣ୍ଡାର ର ସୁରକ୍ଷା ସହ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ କୋଲାବ ଜଳଭଣ୍ଡାର ରେ 32ଟି ସି ସି ଟିଭି କ୍ୟାମେରା ଲାଗିଥିବା ବେଳେ ସେହି ଗୋଟିଏ ମୁଖ୍ୟଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବ ବେସିନ ଅଧୀନରେ ଥିବା ଇନ୍ଦ୍ରାବତୀ ର କୌଣସି ବନ୍ଧ ଅଞ୍ଚଳ ରେ ସି ସି ଟି ଭି କ୍ୟାମେରା ଲଗା ନ ଯିବା ର କାରଣ କଣ? ମୁରାନ ବନ୍ଧ ,କପୁର ବନ୍ଧ ,ପୋଡ଼ାଗଡ଼ ବନ୍ଧ ତଥା ଦେଓପାଲି ବନ୍ଧ 48 କିମି ବ୍ୟାସାର୍ଦ୍ଧ ରେ ଥିବା ଚାରି ବନ୍ଧ ର ସୁରକ୍ଷା କିଛି ଲାଠି ଓ ଅଳ୍ପ ସଂଖ୍ୟକ ଗନ ମ୍ୟାନ ସୁରକ୍ଷା କର୍ମୀଙ୍କ ଭରସାରେ ,ତା ପୁଣି ଘରୋଇ ସୁରକ୍ଷା ସଂସ୍ଥା ପରିଚାଳନାରେ। ଜଳ ଭଣ୍ଡାର ଅଞ୍ଚଳରେ ଆତ୍ମହତ୍ୟା ଠୁଁ ଆରମ୍ଭ କରି ହତ୍ୟା କାଣ୍ଡ ଘଟିଥିବା ନଜିର ରହିଛି। ବନ୍ଧ ପାର୍ଶ୍ଵ ବର୍ତ୍ତୀ ଅଞ୍ଚଳ ରେ କିଛି ଶବ ମିଳିଛି ଚିହ୍ନଟ କରିବା କଷ୍ଟ ହେବା ସହ ହତ୍ୟା କି ଆତ୍ମହତ୍ୟା ଜଣାପଡିନି। ସହଜରେ ଡ୍ୟାମ ଅଞ୍ଚଳରେ କୌଣସି ମୋବାଇଲ ସେବା ମିଳୁନି, ଉଚ୍ଚ ସ୍ଥାନକୁ ଗଲେ ମୋବାଇଲ ସେବା ମିଳିପାରୁଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ବନ୍ଧ ଗୁଡିକର ସୁରକ୍ଷା କଣ କିଛି ହାତ ଗଣତି ସୁରକ୍ଷାକର୍ମୀ କରି ପାରିବେ। ମୁରାନ ବନ୍ଧ ,ଦେଓପାଲି ବନ୍ଧ ଅଞ୍ଚଳରେ ଥିବା ପାର୍କ କୁ ପର୍ଯ୍ୟଟକ ଆସିଥାନ୍ତି । ସେହିଭଳି ଦେଓପାଲି ବନ୍ଧ ପାର୍ଶ୍ଵ ରାସ୍ତା ତଲନାଗି ଗ୍ରାମବାସୀଙ୍କ ତେନ୍ତୁଳିଖୁଣ୍ଟି କୁ ଯିବା ରାସ୍ତା । ପୋଡ଼ାଗଡ଼ ବନ୍ଧ ଦେଇ ବାହାଡ଼ା ଘାଟ ବାସୀଙ୍କ ତଥା ଜଳବନ୍ଦୀ ଉଭୟ କଳାହାଣ୍ଡି (ପୋଡ଼ାପଦର ଗ୍ରାମ ପଞ୍ଚାୟତ) ଓ ନବରଙ୍ଗପୁର (ମଞ୍ଚଗାଁ) ବାସୀଙ୍କ ଡଙ୍ଗା ଘାଟ ରାସ୍ତା। ପୋଡ଼ାଗଡ଼ ବନ୍ଧ ଜଳଭଣ୍ଡାର ଘାଟ ରେ 108 ବୋଟ ଆମ୍ବୁଲାନ୍ସ ରହୁଛି । ଏଣୁ ସାମଗ୍ରିକ ଭାବେ ସୁରକ୍ଷା ପାଇଁ ଚାରି ବନ୍ଧ ଅଞ୍ଚଳରେ ଅଧିକ ସୁରକ୍ଷା କର୍ମୀ ନିୟୋଜନ ସହ ସି ସି କ୍ୟାମେରା ର ଆଵଶ୍ୟକତା ରହିଛି। ସୂତ୍ର ରୁ ପ୍ରକାଶ ଯେ ଏହି ଅଞ୍ଚଳରେ ନକସଲ ଙ୍କ ଗତି ବିଧି ରହିଛି । ଏହି ଡ୍ୟାମ ରାସ୍ତା ଚୋରା ଅପରାଧିକ କାରବାର ର କରିଡର। ଏହି ଜଳ ଭଣ୍ଡାର ଅଞ୍ଚଳ ରାସ୍ତା ରେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ସୁରକ୍ଷା ଦୃଷ୍ଟିକୋଣ ରୁ ଅପରାଧି ଙ୍କ ଗତିବିଧି ଉପରେ ନଜର ରଖିବାକୁ ସି ସି ଟି ଭି କ୍ୟାମେରା ର ଆବଶ୍ୟକତା ରହିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବୌଦ୍ଧ ରେ ହରଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ

Sunil Chandra Nayak

Rourkela Vibrant celibrate Teacher’s day 

Sunil Chandra Nayak

ମୋ ଘର ଯୋଜନା, ପଞ୍ଚାୟତ ଜନ ପ୍ରତିନିଧି ସଚେତନତା ଶିବିରରେ ଯୋଗଦେଲେ ଧର୍ମଗଡ ବିଧାୟକ

Leave a Comment

error: Content is protected !!