ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଲ୍ହଣ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗରେ ଗୋପବନ୍ଧୁ ଜୟନ୍ତୀ ଓ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

କୋଲ୍ହଣ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗରେ ଗୋପବନ୍ଧୁ ଜୟନ୍ତୀ ଓ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

 ମୟୂରଭଞ୍ଜ – ( ମସିହା ) ଝାଡ଼ଖଣ୍ଡ ରାଜ୍ୟର କୋଲ୍ହଣ ବିଶ୍ଵବିଦ୍ୟାଳୟରେ ଗୋପବନ୍ଧୁ ଜୟନ୍ତୀ ଓ ଶେଷ ବର୍ଷର ଛାତ୍ର ଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି |ପ୍ରଥମ ଅଧିବେଶନରେ ବିଭାଗୀୟ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ 147 ତମ ଜୟନ୍ତୀ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ବକ୍ତା ଭାବରେ ବିଭାଗୀୟ ସହ ପ୍ରାଧ୍ୟାପକ ଡ଼କ୍ଟର ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ |ଏଥିରେ ମଞ୍ଚ ପରିଚାଳନା କରିଥିଲେ ବିଭାଗୀୟ ଶିକ୍ଷା ସହାୟକ ଉତ୍କଳ କେଶରୀ ପଣ୍ଡା |ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଜୟନ୍ତୀ ବିଷୟରେ ସାଗରିକା ମହାନ୍ତ, ସୁନିତାରାଣୀ ଓରାମ, ସୁଇଟି ମୁଣ୍ଡା, ପ୍ରିୟା ସାହା, ନିରୁ ପ୍ରଧାନ, ପ୍ରମୁଖ ବକ୍ତବ୍ୟ ଦେଇଥିଲେ |ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉତ୍କଳ କେଶରୀ ପଣ୍ଡା |ଦ୍ୱିତୀୟ ଅଧିବେଶନରେ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନେ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ |ଏଥିରେ ସାଗରିକା ମହାନ୍ତ, ସୁପ୍ରିତି ଗିରି, ସୁନିତା ରାଣୀ ଓରାମ,ସୁଇଟି ମୁଣ୍ଡା, ଅନୁରାଧା ପାତ୍ର, ଶ୍ରଦ୍ଧାଞ୍ଜଳି ମହାନ୍ତ, ନିରୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ |ଶେଷରେ ଖେଳ, ନାଚ, ଗୀତ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ଲଷ୍ଟର ସ୍ତରୀୟ ବୈଠକ ପରିଦର୍ଶନ

masiha

ବସକୁ ଧକ୍ମା ମାରିଲା ବାଇକ ,ଜଣେ ମୃତ 

masiha

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆସୂଆରୋଗ୍ୟ କାମନା ନିମନ୍ତେ ବଣାଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଦୀପଦାନ ଉତ୍ସବ

masiha

Leave a Comment

error: Content is protected !!