ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେରେଇ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଠ ଶ୍ରେଣୀ ଚାଲିଛି ତିନି ଶିକ୍ଷକ ରେ 

ମେରେଇ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଠ ଶ୍ରେଣୀ ଚାଲିଛି ତିନି ଶିକ୍ଷକ ରେ 

ତେନ୍ତୁଳିଖୁଣ୍ଟି ୧୧/୧୦/୨୩ // ଆଠ ଟି ଶ୍ରେଣୀକୁ ତିନି   ଶିକ୍ଷକ ଶ୍ରେଣୀ କକ୍ଷ ସଂଖ୍ୟା ଦୁଇ ।ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟା ଗାଁ ପଞ୍ଚାୟତ ଅନ୍ତର୍ଗତ ମେରେଇ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ। ୧୫୩ ଛାତ୍ର ଛାତ୍ରୀ ଥିବା ଏହି ବିଦ୍ୟାଳୟ ରେ ମାତ୍ର ତିନି ଜଣ ଶିକ୍ଷକ ଶିକ୍ଷୟତ୍ରୀ । ଶ୍ରେଣୀଗୃହ ସଂଖ୍ୟା ଦୁଇ । ପ୍ରଥମରୁ ପଞ୍ଚମ ଗୋଟିଏ କକ୍ଷ ରେ ଓ ଷଷ୍ଠ ରୁ ଅଷ୍ଟମ ଛାତ୍ର ଛାତ୍ରୀ ଆଉ ଏକ କକ୍ଷରେ ବସନ୍ତି। ଏଭଳି ଦୃଶ୍ୟ ରେ ଶିକ୍ଷାଦାନ ର ଚିତ୍ର ଅନୁମାନ କରି ହେବ।  

 ଆଜିର ଦୃଶ୍ୟ ବେଶ ରୋଚକ ଥିଲା , ବିଦ୍ୟାଳୟ ର ଜଣେ ଶିକ୍ଷକ ଦୁଇ ଦିନ ଛୁଟିରେ ଥିବା ବେଳେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ମାଳି ହରିଜନ ଟ୍ରେନିଂ ପାଇଁ ନବରଙ୍ଗପୁର ଯାଇଥିଲେ। ଜଣେ ଶିକ୍ଷୟତ୍ରୀ ଆଠଟି ଶ୍ରେଣୀ କୁ ସମ୍ଭାଳିବା ସହ ମଧ୍ୟାହ୍ନ ଭୋଜନ ପରିଚାଳନା କିପରି କରିଥିବେ ଅନୁମେୟ।

 ଶିକ୍ଷା ଅଧିକାର ଆଇନ ଲାଗୁ କରି ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପାଇଁ ଓ ଟି ଇ ଟି ବାଧ୍ୟତାମୂଳକ କରିଦେଲେ ସିନା ବିଦ୍ୟାଳୟ ର ଭିତ୍ତିଭୂମି ନିର୍ମାଣ ଛାତ୍ର ଛାତ୍ରୀ ଙ୍କ ଉତ୍ତମ ଶିକ୍ଷା ପାଇଁ ଆବଶ୍ୟକ ଶିକ୍ଷକ ପୋଷ୍ଟିଂ କରିବା ଭୁଲି ଯାଇଛନ୍ତି। 5 ଟି ନାମରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ସୁରମ୍ୟ କରିଲେ କିନ୍ତୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଠ ଶ୍ରେଣୀ ପାଇଁ ଆଠଟି କକ୍ଷ ଯୋଗାଇ ଦିଆଯାଇନି ମେରେଇ ଭଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ। ଏହି ବିଦ୍ୟାଳୟରେ ବହୁ ବାର ଦାବୀ ପରେ ଗୋଟିଏ ଶ୍ରେଣୀ କକ୍ଷ ନିର୍ମାଣ ଆରମ୍ଭ କରାଯାଇଥିଲା କିନ୍ତୁ ତା ବି ଦୁଇ ବର୍ଷ ହେଲା କୌଣସି କାରଣ ରୁ ଫାଉଣ୍ଡେସନ ଲେବେଲ ରୁ ଆଗକୁ ଉଠି ପାରିନି।

  ଛାତ୍ରଛାତ୍ରୀ ମାନଙ୍କ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର  ବିଭିନ୍ନ ଯୋଜନା କରୁଛନ୍ତି ।ଏପରିକି ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।ସରକାର ଙ୍କ ଯୋଜନା  ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ 5T ରେ ରୂପାନ୍ତରିତ ହେଉଛି । ମେରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୫୪ ରୁ ସ୍ଥାପିତ କିନ୍ତୁ ଉଚ୍ଚ ପ୍ରାଥମିକ କୁ ଉନ୍ନୀତ ହେବା ଠୁଁ ଆଜି ଯାଏଁ ଶିକ୍ଷକ ସଂଖ୍ୟା ବୃଦ୍ଧି କରାଯାଇନି ବର୍ତ୍ତମାନ ତିନି ଶିକ୍ଷକ ର ଚାଲିଛି।ଏହି ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ତିନି ଶିକ୍ଷକ ସେଥିମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ଦାୟିତ୍ୱ ସହ ମଧ୍ୟାହ୍ନ ଭୋଜନ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟ ସହ ପାଠ୍ୟଦାନ କିପରି ସମ୍ଭବ ହେଉଥିବ ଅନୁମେୟ। ଲାଗୁଛି ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ର  କୌଣସି ଦାୟିତ୍ଵ ନଥିବ। ଜଣେ ଶିକ୍ଷକ ଙ୍କୁ ଡେପୁଟେସନ ରେ ଦିଆଯାଇଥିଲା ତାଙ୍କୁ ମଧ କିଛିଦିନ ହେଲା ଡେପୁଟେସନ ବାତିଲ କଦିଦିଆଯାଇଛି।।ବହୁବାର ବିଦ୍ୟାଳୟ କୁ ଆବଶ୍ୟକ ଶିକ୍ଷକ ଦେବାକୁ ଅନୁରୋଧ ସତ୍ତ୍ୱେ ସରକାରଙ୍କ ଦ୍ଵାରା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣା ପଡ଼ିଛି। ରାଜ୍ୟସରକାର ଙ୍କ ବିଦ୍ୟାଳୟ ପରିଚାଳନା ନିୟମ ପ୍ରକାରେ ଛାତ୍ର ଛାତ୍ରୀ ଅନୁପାତ ରେ ଛ ଜଣ ଶିକ୍ଷକ ଓ ଆଠ ଶ୍ରେଣୀ ଗୃହ ରହିବ କଥା କିନ୍ତୁ ଏହି ନିୟମ ମେରେଇ ରେ କେବେ ଲାଗୁହେବ ଦେଖିବାକୁ ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

Sunil Chandra Nayak

ଶ୍ରଦ୍ଧା ର ୨୦୨୫- ୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ

masiha

ଆଇନଜୀବୀ ଅର୍ଜୁନ ଦୀପ ଙ୍କ ଅକାଳ ବିୟୋଗ

Sunil Chandra Nayak

Leave a Comment

error: Content is protected !!