ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁନଃ ଆରମ୍ଭ ହେବ ବାର୍ ରୁମ୍ ନିର୍ମାଣ କାର୍ଯ୍ୟ

ପୁନଃ ଆରମ୍ଭ ହେବ ବାର୍ ରୁମ୍ ନିର୍ମାଣ କାର୍ଯ୍ୟ

ନବରଙ୍ଗପୁର, ବହୁ ପ୍ରତିକ୍ଷୀତ ନବରଙ୍ଗପୁର ଓକିଲ ସଂଘର ଟାଉନ ବାର ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବାକୁ ଯାଉଛି । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଥିବା ପୁରୁଣା ବାରର ନିର୍ମାଣଧୀନ କୋଠା କୌଣସି କାରଣରୁ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହି ଯାଇଥିଲା । ସମ୍ପୃକ୍ତ କୋଠା ସଂପୂର୍ଣ୍ଣ କରିବାକୁ ଆଜି ନବରଙ୍ଗପୁର ଓକିଲ ସଂଘର ଏକ ପ୍ରତିନିଧି ଦଳ ନବରଙ୍ଗପୁର ବ୍ଲକର ବି ଡି ଓ ଙ୍କୁ ଭେଟି କୋଠା ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆଲୋଚନା କରିଥିଲେ । ବି ଡି ଓ ପ୍ରତିନିଧି ଦଳକୁ କୋଠା ନିର୍ମାଣ କାର୍ଯ୍ୟ ଚଳିତ ମାସ ୧୩ ତାରିଖ ଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘର ସମ୍ପାଦକ ତପନ ସିଂ ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ସମ୍ପାଦକ ତପନ ସିଂ , କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ , ସଂଘର ପୂର୍ବତନ ଉପ ସଭାପତି ତଥା ସରକାରୀ ଆଇନଜୀବୀ ସନ୍ତୋଷ ମିଶ୍ର, ଶ୍ରୀନିବାସ ପାତ୍ର ସାମିଲ ହୋଇଥିଲେ । ଏହା ପରେ ବ୍ଲକର ଯନ୍ତ୍ରୀ ଉର୍ଜ୍ଜା ଦୀପକ ବେହେରା ନିର୍ମାଣଧୀନ ବାର ରୁମ ନିକଟକୁ ଯାଇ କୋଠାର ତଦାରଖ କରିଥିଲେ । ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ହରି ନାରାୟଣ ବେହେରା,ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାର କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ମନନ କୁମାର ମିଶ୍ର ଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଙ୍କୁ ଏ ଆଇ ଏଲ୍ ୟୁ ର ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ଡ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ପାଳନ ସହ “ମା ପାଇଁ ଗଛଟିଏ” କାର୍ଯକ୍ରମ 

masiha

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ପୃଥିବୀ ଦିବସ ପାଳନ 

masiha

Leave a Comment

error: Content is protected !!