ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ, ଗଛତଳେ ବସି ପାଠ ପଢିଲେ ଛାତ୍ରୀଛାତ୍ର 

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ, ଗଛତଳେ ବସି ପାଠ ପଢିଲେ ଛାତ୍ରୀଛାତ୍ର 

ଡାବୁଗାଁ, ୧୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ଗ୍ରାମବାସୀ ତାଲା ପକାଇଛନ୍ତି | ସୂଚନାଯୋଗ୍ୟ:- ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ରେ ମୋଟ ୧୫୮ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଥିବା ବେଳେ କେବଳ ୨ଜଣ ଶିକ୍ଷକ ଅଛନ୍ତି । ତେବେ ୮ଟି ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ କିପରି ଭାବେ ପାଠ | ଏଥରୁ ପ୍ରଧାନ ଶିକ୍ଷକ ଦାୟିତ୍ଵରେ ଥିବା ଶିକ୍ଷକ ଅଧିକାଂଶ ସମୟ ତାଲିମ, ଅଫିସ କାମ ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି | ସେହି ସମୟରେ ଜଣେ ଶିକ୍ଷୟତ୍ରୀ ୮ ଟି ଶ୍ରେଣୀର ଛାତ୍ରୀଛାତ୍ର ଙ୍କୁ ପାଠ ପଢନ୍ତି | ପୂର୍ବରୁ ଏହି ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଥିଲେ ସେଥିରୁ ସେପ୍ଟେମ୍ବର ମାସରେ ୧ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି ହୋଇ ଚାଲି ଯାଇଛନ୍ତି | ସେହି ଦିନ ଠାରୁ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହିଛନ୍ତି | ସରକାର ଙ୍କ ନିୟମ ଅନୁସାରେ ୪୦ ଜଣ ପିଲା ଙ୍କ ପାଇଁ ୧ ଜଣ ଶିକ୍ଷକ ରହିବା ଅନୁସାରେ ଏହି ବିଦ୍ୟାଳୟରେ ୪ ଜଣ ଶିକ୍ଷକ ରହିବା ଆବଶ୍ୟକ | କିନ୍ତୁ ବର୍ତ୍ତମାନ ଏଠାରେ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି | ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ପୂର୍ବରୁ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶିକ୍ଷା ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ | ଶେଷରେ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ପକାଇଥିବା କପୁର ଚନ୍ଦ୍ର ମାଝୀ, ଲାଇବାନ ଭତ୍ରା, ସୁକଦେବ ଭତ୍ରା, ଚୈତନ୍ୟ ଭତ୍ରା , ବଳରାମ ପନକା, ପୁରନ ମାଝୀ ପ୍ରମୁଖ ଗ୍ରାମବାସୀ କହିଛନ୍ତି । ବିଦ୍ୟାଳୟରେ ତାଲା ପଡିଥିବାରୁ ବିଦ୍ୟାଳୟ ଆଗରେ ଥିବା ଏକ ପଡିଆରେ ଗଛତଳେ ଛାତ୍ରୀଛାତ୍ର ମାନଙ୍କୁ ବସାଇ ଶିକ୍ଷୟତ୍ରୀ ଶିକ୍ଷକ ମାନେ ପାଠ ପଢାଇଛନ୍ତି | ବାହାରେ ରୋଷେଇ କରି ପିଲା ମାନଙ୍କୁ ମଧ୍ୟାନ୍ନ ଭୋଜନ ଦିଆଯାଇଥିଲା | ଖବରପାଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ ଓ ସିଆରସିସି ଶ୍ରୀକାନ୍ତ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଗ୍ରାମବାସୀ ଯେ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇ ନାହାଁନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାଳୟରୁ ତାଲା ଖୋଲାଯିବ ନାହିଁ ବୋଲି ଦଳ ପୂଜାରୀ, ଚନ୍ଦ୍ର ପୂଜାରୀ, ବେଣୁ ଭତ୍ରା, ରାଜାରାମ ମାଝି, ମନବୋଧ ମାଝି ପ୍ରମୁଖ ଗ୍ରାମବାସୀ କହିଥିଲେ | ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବିଦ୍ୟାଳୟରୁ ତାଲା ଖୋଲାଯାଇନାହିଁ | ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଙ୍କୁ ପଚାରିବାରୁ ଏହି ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହିଛନ୍ତି | ତେଣୁ ଆଉ ଜଣେ ଶିକ୍ଷକ ଦେବାକୁ ବିଇଓ ଙ୍କ ପାୱାର ନାହିଁ | ଏନେଇ ଜିଲା ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ପାଳନ ଉତ୍ସବ

masiha

ମନ୍ଦିର ପ୍ରତିଷ୍ଠାତା ଙ୍କ ବିୟୋଗ

Sunil Chandra Nayak

ଜଳ କଷ୍ଟ  , ପମ୍ପ ଘର ଓ ପଞ୍ଚାୟତରେ ତାଲା ଠୁଙ୍କି ଧାରଣାରେ ବସିଲେ ମହିଳା

masiha

Leave a Comment

error: Content is protected !!