ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତିରିଂ ରେ ବ୍ଳକ ସ୍ତରୀୟ’ ଘରେ ଘରେ’ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜିତ

ତିରିଂ ରେ ବ୍ଳକ ସ୍ତରୀୟ’ ଘରେ ଘରେ’ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜିତ

ମୟୂରଭଞ୍ଜ – ୧୧/୧୦ ( ମସିହା)ଆଗକୁ ୨୦୨୪ ସାଧାରଣ ନିର୍ବାଚନ ।ସବୁଦଳ ଭଳି କଂଗ୍ରେସ ଦଳ ମଧ୍ୟ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ବୃଦ୍ଧି କରିବାକୁ ଏବଂ ସଜାଡିବାକୁ ଚେଷ୍ଟା ଜାରି ରଖିଛନ୍ତି ଦଳକୁ ସଜାଡ଼ିବା ନିମନ୍ତେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦେଶନାରେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ‘ଘରେ ଘରେ କଂଗ୍ରେସ ‘ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଦଳର ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ତିରିଂ ବ୍ଳକରେ ନୂଆଗାଁ ରୁ ତିରିଂ ଵଜାର‌ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲେ ।ଘରେ ଘରେ କଂଗ୍ରେସ ଦଳର କାର୍ଯ୍ୟକ୍ରମ ଏବଂ ଯୋଜନା ଉପରେ ପ୍ରଚାର ପତ୍ର ବଣ୍ଟନ କରଯାଇଥିଲା ।ପରେ ବଜାରରେ ବ୍ଳକ ସଭାପତି ସନ୍ତୋଷ ନାଏକ ,ଜିଲ୍ଲା ଏସସି ସେଲର ସଭାପତି ଭାଗିରଥି ପାତ୍ରଙ୍କ ନେତୃତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସଦସ୍ୟ/ ପୂର୍ବତନ ରାଇରଙ୍ଗପୁର ବିଧାୟକ ଲକ୍ଷ୍ମଣ ମାଝୀ ବିଜେପି ଓ ବିଜେଡ଼ିର ଜନମାରଣ ନୀତି ଉପରେ ଆଲୋଚନା କରିଥିଲେ । ଦରଦାମ ବୃଦ୍ଧି,ତୈଳଦର ବୃଦ୍ଧି ,ଗ୍ୟାସ ଦର ବୃଦ୍ଧି, ଶ୍ରମିକ ମାରଣ ନୀତି, ବ୍ୟାଙ୍କ ଘରୋଇକରଣ,ରେଳ ଘରୋଇକରଣ,ବନ୍ଦର ଘରୋଇ କରଣ,ଟେଲିକମ ଘରୋଇକରଣ,ବେକାରୀ ବୃଦ୍ଧି ନେଇ ଭର୍ତ୍ସନା କରିଥିଲେ । କରୋନା ସମୟରେ ସାଧାରଣ ଜନତା,ଶ୍ରମିକଙ୍କ ଉପରେ ମାନସିକ, ଶାରିରୀକ ନିର୍ଯ୍ୟାତନା ଆଜିଯାଏଁ ଭୁଲି ପାରି ନାହାଁନ୍ତି ।କରୋନା ସମୟରେ କଳକାରଖାନା,,ଶିଳ୍ପ ବନ୍ଦ,ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଲୋକଙ୍କ ହାତରେ କାମ ନଥିବା ଯୋଗୁଁ ସମଗ୍ର ଅର୍ଥନୀତି ଭୁଷୁଡି ଯାଇଛି ।ଓଡ଼ିଶାରୁ ଭିଟାମାଟି ଛାଡି ଵାହାର‌ ରାଜ୍ଯକୁ ଦାଦନ ଚାଲି ଯାଉଛନ୍ତି । କଂଗ୍ରେସ ଏକମାତ୍ର ଦଳ ଯେ ଗରିବ, ଆଦିବାସୀ, ଦଳିତ, ନିଷ୍ପେସିତ,କୃଷକ,ଶ୍ରମିକ,ଖଟିଖିଆ,ମହିଳା,ଦିଵ୍ଯାଙ୍ଗ,ଯୁବକ, ଛାତ୍ର,ବୟସ୍କ ମାନଙ୍କ ପାଇଁ ଵହୁକିଛି ଯୋଜନା କରିଛି । କଂଗ୍ରେସ ସମୟରେ ରାଜୀବ ଜ୍ୟୋତି,ଇନ୍ଦିରା ଆବାସ,ସୂଚନା ଅଧିକାର,ଖାଦ୍ୟ ସୁରକ୍ଷା,ବିଏସଏନଲ, ଅଙ୍ଗନବାଡ଼ି, ବିଜ୍ଞାନ,ମନରେଗା,ଶିଳ୍ପ,ବନ୍ଦର,ଉଡ୍ଡାନ,ରେଳ ବିକାଶ ସବୁ ଆରମ୍ଭ କରିଥିଲା । ଏବେକାର ସରକାର ଏହାର ନାମ ବଦଳାଇ କାମର ବାହା ବାହା ନେଉଛି ।।ସମୟ ଆସିଛି ଆସନ୍ତା ୨୦୨୪ ରେ ଭାରତର ସବୁଠାରୁ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସ ଲଢିବ ।ଗରୀବ ଲୋକଙ୍କ ସେବା କରି କଂଗ୍ରେସ ଆସ୍ଥା ଭାଜନ ହେବ । କଂଗ୍ରେସ ଦଳ ହେଉଛି ଧର୍ମନିରପେକ୍ଷ ଦଳ । କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ହରି ସାହୁ, ଜିଲ୍ଲା ଏସ ସି ସେଲର ସଭାପତି ଭାଗିରଥି ପାତ୍ର, ରମେଶ ହାଁସଦା, ଜାମଦା ବ୍ଳକ ପୂର୍ବତନ ଅଧ୍ୟକ୍ଷା ହେଲେନା ବାଗେ, ଭଜହରି ମହାନ୍ତ, ବ୍ଳକ ସଭାପତି ସନ୍ତୋଷ ନାଏକ,, ମହମ୍ମଦ ଖାଁ,ଏଲଡିଏମ ଇନ୍ତଖାବ ଆଲାମ୍, ମହମ୍ମଦ ଅବିଦ,ଅଜୟ ରାଉତ, ଅର୍ଜୁନ ମାଝୀ, ଶଙ୍କର ଲାଲ କ୍ଷେତ୍ରୀ, ଯୁବ କଂଗ୍ରେସ ସଭାପତି କାମେଶ୍ଵର ମାର୍ଣ୍ଡୀ, ରାମଜାନ ଵେଗ,ଅନୁପ ସୋରେନ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ ମସିହା ନିଉଜ

Related posts

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନଜାଗରଣ ଯାତ୍ରା , କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ

masiha

୧୩୩ ତମ ମନ କି ବାତ୍ କାର୍ଯ୍ଯକ୍ରମ

Sunil Chandra Nayak

ରାଜନଗର ବିକାଶ ପାଇଁ ମୈଦାନକୁ ଓହ୍ଲାଇଲେ ଧୃବ ଓ ଅଂଶୁମାନ,ବିଶାଳ ବାଇକ୍ ରାଲିରେ କଲେ ଶକ୍ତି ପ୍ରଦର୍ଶନ

masiha

Leave a Comment

error: Content is protected !!