ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳଙ୍ଗ ଚଣ୍ଡୀ ପୀଠରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଳଙ୍ଗ ଚଣ୍ଡୀ ପୀଠରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୧/୧୦/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଙ୍ଗ-ଗଣ୍ଡିବେଡ ଗ୍ରାମରେ ଥିବା ଚଣ୍ଡୀ ମନ୍ଦିରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଓ ଶାନ୍ତି ଶୃଙ୍ଖଳାର ଦୁର୍ଗାପୂଜା ଓ ଦଶହରା ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଧ୍ୟକ୍ଷତା ଅଧ୍ୟକ୍ଷତା କରିଥିଲେ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଦାସ । କିଭଳି ଶାନ୍ତି ଶୃଙ୍ଖଳାର ସହିତ ଦୁର୍ଗାପୂଜା ଓ ଦଶହରା କାର୍ଯ୍ୟକ୍ରମ ଶେଷ ହେବ ସେଥି ନିମନ୍ତେ ଶାନ୍ତି କମିଟି ଗଠନ କରାଯାଇ ଏକ ପୂର୍ଣ୍ଣାଙ୍ଗ ଖସଡ଼ା ପ୍ରସ୍ତୁତି କରାଯାଇଛି । ସେହି ଅନୁସାରେ ମା’ ଙ୍କ ର ସମସ୍ତ ପୂଜାର୍ଚ୍ଚନା ହେଵ । ଏହି ଅବସରରେ ମଆର୍ବଲରେ ତିଆରି ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତି ଜୟ ହନୁମାନ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ଖଇରା ସତ୍ୟସାଇ ସଙ୍ଗଠନ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯିବା ସହିତ ସଫାସୁତୁରା ମଧ୍ୟ କରାଯାଇଥିଲା । ଏଥିରେ ଅନନ୍ତ ପ୍ରସାଦ ନାୟକ, ସୁଶାନ୍ତ ମହାପାତ୍ର, ଅନନ୍ତ ପଣ୍ଡା, କୈଳାସ ରଣା, ବନବିହାରୀ ରଣା, ପ୍ରଦୀପ ବେହେରା ଓ ଦୀପକ ବାରିକ ପ୍ରମୁଖ ସାମିଲ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

masiha

ମଣିପୁର ଘଟଣାକୁ ତୀବ୍ର ନିନ୍ଦା , ମହାଦଳିତ୍ ପରିସଂଘ ପକ୍ଷରୁ ମଣିପୁର ଘଟଣାକୁ ନେଇ ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡେଲ୍ ରାଲିର ଆୟୋଜନ

Sunil Chandra Nayak

ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!