ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଯୁବ ପାଇକ ସମାଜ ପକ୍ଷରୁ ଆଜି ଛିଲିପା ତେଲନଦୀ କୂଳସ୍ଥ ହନୁମାନ ବାଟୀକା ଠାରେ ନୂଆଁଖାଇ ଭେଟଘାଟ ଓ ବନ୍ଧୁମିଲନ

କଳାହାଣ୍ଡି ଯୁବ ପାଇକ ସମାଜ ପକ୍ଷରୁ ଆଜି ଛିଲିପା ତେଲନଦୀ କୂଳସ୍ଥ ହନୁମାନ ବାଟୀକା ଠାରେ ନୂଆଁଖାଇ ଭେଟଘାଟ ଓ ବନ୍ଧୁମିଲନ

ଗୌରବାନ୍ୱିତ ଇତିହାସରେ ଭରା ବୀର ପାଇକ ମାନଙ୍କ ଇତିହାସ । ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ଭାବେ ବିବେଚିତ ୧୮୫୭ ମସିହାର ସିପାହୀ ବିଦ୍ରୋହ ଠାରୁ ମଧ୍ୟ ଢେର ପୁରୁଣା ଥିଲା ପାଇକ ମାନଙ୍କ ଆନ୍ଦୋଳନ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ମନମୁଖୀ ଶାସନ ବିରୁଦ୍ଧରେ ୧୮୧୭ ମସିହାରେ ପାଇକ ବିଦ୍ରୋହ ହୋଇଥିବାର ପ୍ରମାଣ ଦିଏ ଇତିହାସ।

ଅତୀତରେ ଖୋର୍ଦ୍ଧା ଅଞ୍ଚଳରେ ବସବାସ କରୁଥିବା ସେହି ବୀର ପାଇକ ମାନଙ୍କ ଦାୟଦ ମାନେ ବର୍ତ୍ତମାନ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଆଦି ଅଂଚଳର ବସବାସ କରୁଛନ୍ତି।ଅତୀତରେ ସଂଗଠନ ପାଇଁ ଜଣାଶୁଣା ସେହି ପାଇକ ଜାତି ବର୍ତ୍ତମାନ ମଧ୍ୟ ସଙ୍ଗଠନ କୁ ଗୁରୁତ୍ୱ ଦେଇଆସୁଛି । ଏହି କ୍ରମରେ କଳାହାଣ୍ଡି ଯୁବ ପାଇକ ସମାଜ ପକ୍ଷରୁ ଆଜି ଛିଲିପା ତେଲନଦୀ କୂଳସ୍ଥ ହନୁମାନ ବାଟୀକା ଠାରେ ନୂଆଁଖାଇ ଭେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପାଇକଙ୍କ ଆରାଧ୍ୟ ଦେବୀ ମାଁ ସାରଳାଙ୍କ ବନ୍ଦନ ହେବା ସହ ଦୀପ ପ୍ରଜ୍ବଳନ କରାଯାଇଥିଲା।ପରବର୍ତ୍ତୀ ପର୍ଯ୍ୟାୟରେ ଅତିଥିଙ୍କ ପରିଚୟ ପ୍ରଦାନ କରାଯିବା ପରେ ସଭାକାର୍ଯ୍ୟ ଆଗେଇଥିଲା। ଯୁବ ସଂଗଠକ ଜନ୍ମଜୟ ନାୟକ ପ୍ରାରମ୍ଭିକ ସମ୍ଭାଷଣରେ ଯୁବ ସମାଜ କୁ ସଂଗଠିତ କରି କିପରି ଶିକ୍ଷା, ସ୍ୱାସ୍ଥ୍ୟ,ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ନେବା ସହ ବର୍ତ୍ତମାନ ସମାଜ କୁ ଆଗକୁ ନେବାରେ ସଂଗଠନ ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।ଅନ୍ୟ ଅତିଥି ମାନେ ନିଜ ବକ୍ତବ୍ୟ ରଖିବା ସହ ପାଇକ ଜାତିର ଗୌରବ ସହିଦ ବିଜେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମଞ୍ଚାସିନ ସମାଜର ବରିଷ୍ଠ ଅନୁଭବି ବ୍ୟକ୍ତି ବିଶେଷ ଯୁବ ସଂଗଠନ କୁ ମଜବୁତ କରିବା ଦିଗରେ ଗୁରୁତ୍ୱ ଦେବା ସହ ଯୁବଗୋଷ୍ଠୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଏହା ସହ ଆଗାମୀ ଦିନରେ ସମାଜର ମଙ୍ଗଳ ପାଇଁ ଯୁବ ଗୋଷ୍ଠୀ ଏବଂ ମହିଳା ଶକ୍ତି କୁ ସମାଜର ଉନ୍ନତି ପାଇଁ ପ୍ରତ୍ୟକ୍ଷ ଭାବେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବୃନ୍ଦାବାହାଲ, ଖାଲିଆକାନି, ଗୋଲାମୁଣ୍ଡା, ଛିଲିପା, ବାଲିଛଡ଼ା, ନୂଆଗୁଡା, ସନ୍ୟାସୀ କୁଣ୍ଡାମାଲ, କୋକସରା, ଗଡରାମାଲ ଆଦି ଗ୍ରାମର ଅନେକ ଝଙ୍କଡ଼ ପାଇକ ସମାଜର ଲୋକେ ଏକତ୍ରିତ ହୋଇଥିଲେ। କେବଳ ସାମାଜିକ ବ୍ୟକ୍ତି ବିଶେଷଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ପାଇକ ସମାଜ କେନ୍ଦ୍ରୀୟ କମିଟିର ସମ୍ପାଦକ ରାହାସକାନ୍ତ ରାଉତ, ମୁଖ୍ୟବକ୍ତା ଭାବେ ମହେନ୍ଦ୍ର ପ୍ରଧାନୀ, ଜିଲ୍ଳା ପରିଷଦ ସଦସ୍ୟା ହେମାଙ୍ଗୀନି ରାଉତ, ବୃନ୍ଦାବାହାଲ ସରପଞ୍ଚ ଇଂ ଦିନେଶ କୁମାର ରାଉତ, ଗୋଳମୁଣ୍ଡା ସରପଞ୍ଚ ପୁରୋଷୋତ୍ତମ ରାଉତ, ପ୍ରଧ୍ୟାପକ ଲେଖକ ମୋହନ ଚରଣ ବିଶି ପୂର୍ବତନ କେନ୍ଦ୍ର ସ୍ଵଭାପତି ଟଂକଧର ନାଏକ, ଭଗବାନ ପ୍ରଧାନୀ, ପ୍ରଶନ୍ନ ରାଉତ, ହିମାଦ୍ରୀ ରାଉତ, ଜଗୁପ୍ରସାଦ ରାଉତ ମଂଚାଷୀ ନ୍ ଥିବାବେଳେ,କିଶୋର ଅଧିକାରୀ, ମାନସ ରାଉତ, ରମଣୀ ରାଉତ,ଅଗ୍ନି ରାଉତ,ଆଦିତ୍ୟ ରାଉତ,ନିରଞ୍ଜନ ପ୍ରଧାନୀ,ରବୀନ୍ଦ୍ର ପ୍ରଧାନୀ,ଅନୁପ ରାଉତ,ବିଘ୍ନରାଜ୍ ପ୍ରଧନୀ,ସଂକେତ ପ୍ରାଧାନି, ଝଙ୍କଡ଼ ପାଇକ ସମାଜର ଅନେକ ଯୁବକ ଉପସ୍ଥିତ ରହିଥିଲେ । ସଂଗଠନ କୁ କଳାହାଣ୍ଡି ରେ ମଜବୂତ କରିବା ପାଇଁ ଚାରିଜଣ ସଂଯୋଜକ ଓ ଚାରିଜଣ ସହ ସଂଯୋଜକ ନିଯୁକ୍ତ କରାଯାଇଥିଲା। ଅନ୍ୟତମ ସୁଦକ୍ଷ ଯୁବ ସଂଗଠକ ବିଭୁଦତ୍ତ ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖଡଗ ନଦୀ ଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

Sunil Chandra Nayak

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ଙ୍କ ଅସ୍ଥାୟୀ ବାସଭବନରେ ଭିଜଲାନ୍ସ ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!