ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୪ ଟି ପ୍ରକଳ୍ପର ଭୂମି ପୂଜନ

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୪ ଟି ପ୍ରକଳ୍ପର ଭୂମି ପୂଜନ 

ଡାବୁଗାଁ, ୧୩/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୁ ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଶୁକ୍ରବାର ଡାବୁଗାଁ ବ୍ଲକ କୁ ଗସ୍ତ କରି ୪ ଟି ପ୍ରକଳ୍ପର ଭୂମି ପୂଜନ କରିଛନ୍ତି | ଆଜି ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧ ଘ. ସମୟରେ ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ମିନି ଷ୍ଟାଡିୟମଠାରେ ପହଞ୍ଚିଥିଲେ | ପ୍ରଥମେ ୪ ଟି ପ୍ରକଳ୍ପର ଭୂମି ପୂଜନ କରାଯାଇଥିଲା | ଏଥିରେ ପ୍ରକଳ୍ପଗୁଡିକ ହେଲା ଯଥା:- ଚଚରାଗୁଡା ପଞ୍ଚାୟତ ସଦରମହକୁମାଠାରେ ଥିବା ହାଟ ପିଣ୍ଡି, ଚଚରାଗୁଡା ଗ୍ରାମରେ ବ୍ୟାଙ୍କ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ, ଅଞ୍ଚଳା ପଞ୍ଚାୟତର ଅଞ୍ଚଳା ଗ୍ରାମରେ ବ୍ୟାଙ୍କ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଓ ମେଦନା ପଞ୍ଚାୟତ ସଦରମହକୁମା ଠାରେ ହାଟପିଣ୍ଡିର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି | ପରେ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣ ଙ୍କୁ ମନ୍ତ୍ରୀ ଉଦବୋଧନ ଦେଇଥିଲେ | ଏହି ସଭାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ତଥା ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ପୂର୍ବତନ ଜିଲାପରିଷଦ ସଭ୍ୟ ବିଜୟ କୁମାର ବେହେରା, ମେଦନା ପଞ୍ଚାୟତ ସରପଞ୍ଚ ସୁମିତ୍ରା ମାଝି, ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତରା, ଅଞ୍ଚଳା ପଞ୍ଚାୟତ ସରପଞ୍ଚ ରମେଶ ମାଝି, ଜିଲା ମହିଳା ବିଜେଡି ସମ୍ପାଦିକା ସ୍ଵର୍ଣ୍ଣଲତା ଭତରା, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ହୀରା ହରିଜନ, ବ୍ଲକ ମିଡିଆସେଲ ସବିତା ମହାନ୍ତି ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବହୁ ସଂଖ୍ୟାରେ ଜନସାଧାରଣ ମାନେ ଯୋଗ ଦେଇଥିଲେ | ଶେଷରେ ବିଭିନ୍ନ ଦଳ ଛାଡି ମାନିଆଗୁଡା ଗ୍ରାମର ୫୭ ଜଣ, ଚଚରାଗୁଡା ଗ୍ରାମର ୫ ଜଣ ବିଜେଡି ଦଳରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହିଳାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳ ନିମିତ୍ତେ POSH ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ସ୍ମାର୍ଟ ମିଟର୍ ବିରୋଧରେ ତାତିଲା ଜିଲ୍ଲା ଓକିଲ ସଂଘ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ଗଁଦିଆ ବ୍ଲକ ଉଦ୍ୟାନ କୃଷି କର୍ମ ଶାଳା

Sunil Chandra Nayak

Leave a Comment

error: Content is protected !!