ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାଳକ ଭାଇ ଓ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ତ୍ରିଶକ୍ତି ଫାଉଣ୍ଡେସନ 

ନାବାଳକ ଭାଇ ଓ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ତ୍ରିଶକ୍ତି ଫାଉଣ୍ଡେସନ 

 ବାଲେଶ୍ଵର,୧୨/୧୦/୨୩- -ଅଜଣା ରୋଗରେ ବାପାଙ୍କ ମୃତ୍ଯୁ ପରେ ଏହି ପରିବାର ଉପରେ ସତେ ଯେମିତି ଖସି ପଡିଛି ଦୁଃଖର ପାହାଡ, ପରିବାରର ଆର୍ଥିକ ସମ୍ବଳ ନଥିବାରୁ ବାପାଙ୍କ ମୃତ୍ଯୁ ପରେ ଘରେ ଘରେ ଭିକିଆ ମାଗୁଛନ୍ତି ।ଚୂଲି ବି ଜଳୁନି, ଭୋକ ଉପାସରେ ଭଙ୍ଗା କୁଡିଆରେ ଦିନ କାଟୁଛନ୍ତି ଏହି ପରିବାର । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମରେ ବସବାସ କରନ୍ତି ରବିନ୍ଦ୍ର ମୁଖୀଙ୍କ ପରିବାର । ନିଜର ଜମିବାଡି କିଛି ନଥିବାରୁ ରବିନ୍ଦ୍ର ପରଘରେ ମୂଲ ଲାଗି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ । କିଛି ବର୍ଷ ପୂର୍ବରୁ ରବୀନ୍ଦ୍ରଙ୍କ ବଡପୂଅ ରୋଗରେ ପଡି ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ମୃତ୍ଯୁ ବରଣ କରିଥିବା ବେଳେ ଗତ ୧୧ ଦିନ ପୂର୍ବରୁ ଅଜଣା ରୋଗରେ ପିଡୀତ ହୋଇ ରବିନ୍ଦ୍ର ମଧ୍ଯ ଆଖି ବୁଜି ଦେଲା । ଘରେ ଏବେ ଦୁଇ ନାବାଳକ ଭାଇ ଭଉଣୀ, ରବିନ୍ଦ୍ରଙ୍କ ସ୍ତ୍ରୀ ଏବଂ ବୂଢୀ ମା ବସି ଲୁହ ଗଡାଉଛନ୍ତି । ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଭୁବନେଶ୍ୱରର ତ୍ରିଶକ୍ତି ଫାଉଣ୍ଡେସନ ସଙ୍ଗଠନର କର୍ମକର୍ତ୍ତା ମାନେ ସହାୟତାର ହାତ ବଢାଇଛନ୍ତି । ଆଜି ସଙ୍ଗଠନର ସଦସ୍ଯ ମାନେ ପହଣା ଗ୍ରାମରେ ପହଞ୍ଚି କିଛି ଆର୍ଥିକ ସାହାଯ୍ୟ କରିବା ସହିତ ରାସନ ସାମଗ୍ରୀ, ପନି ପରିବା ସମେତ ନୂତନ ବସ୍ତ୍ର ଏବଂ ଦୁଇ ନାବାଳକ ଭାଇ ଭଉଣୀଙ୍କ ପାଇଁ ପାଠ୍ଯ ସାମଗ୍ରୀ ପ୍ରଦାନ ସହିତ ପ୍ରତ୍ୟେକ ମାସରେ ପାଠ ପଢ଼ିବା ପାଇଁଁ ଅର୍ଥ ସାହାଯ୍ୟ କରିବେ ବୋଲି ତ୍ରିଶକ୍ତି ଫାଉଣ୍ଡେସନ ସଭାପତି କହିଛନ୍ତି । ଆମେ ମଧ୍ଯ ଆପଣ ମାନଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ନିବେଦନ କରୁଛୁ ସହାୟତା ପାଇଁ କାରଣ ଆପଣ ମାନେ ସବୁବେଳେ ଏଭଳି ଅସହାୟଙ୍କ ସାହାରା ପାଲଟିଛନ୍ତି । ଏବେବି ଆପଣ ମାନଙ୍କ ସହଯୋଗ ଏହି ଅସାହାୟ ପରିବାର ମୁହିଁ ରେ ହସ ଫୁଟାଇବାରେ ସାହାଯ୍ଯ କରିବ ବୋଲି ଆଶା କରୁଛୁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାବା ତାରକେଶ୍ଵର ଯଜ୍ଞ ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୨ ଟି ଅଭିଯୋଗର ଶୁଣାଣି 

masiha

ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି

Sunil Chandra Nayak

Leave a Comment

error: Content is protected !!