ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଲେଶ୍ୱର ଓ ସନତଙ୍କ ସମେତ ୭ଜଣ ପ୍ରକୃତି ବନ୍ଧୁ ପୁରସ୍କାରରେ ହେଲେ ସମ୍ମାନିତ 

ଡିଲେଶ୍ୱର ଓ ସନତଙ୍କ ସମେତ ୭ଜଣ ପ୍ରକୃତି ବନ୍ଧୁ ପୁରସ୍କାରରେ ହେଲେ ସମ୍ମାନିତ 

ରୁପ୍ରା, ୧୩/୧୦ (ମନିସ) : ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ୭ ଜଣ ବ୍ୟକ୍ତି ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ବ୍ଲକ ଯୋରାଡୁବରା ପଞ୍ଚାୟତ କୁଶୁର୍ଲା (ହଜାରୀପଡା) ଗ୍ରାମର ଜାତୀୟ ଯୁବ ସ୍ବେଛାସେବୀ ତଥା କଳାରୁଦ୍ର ଯୁବକ ସଂଘର ପୂର୍ବ ସଭାପତି ସନତ ସାହୁ ଓ ନର୍ଲା ବ୍ଲକ୍ ରୁପ୍ରା ପଞ୍ଚାୟତ ଅଧିନ ଧଅଁରାମାଲ୍ ଗ୍ରାମର ଶିକ୍ଷକ ତଥା ଯୁବ ଗାଳ୍ପିକ ଡିଲେଶ୍ୱର ରଣା ଅନ୍ତର୍ଭୁକ୍ତ ଅଛନ୍ତି। ସନତ ସାହୁ କୁଶୁର୍ଲା (ହଜାରୀପଡା) ଗ୍ରାମର ସ୍ବର୍ଗତ ଧନପତି ସାହୁ ଓ ଯୌବନି ସାହୁଙ୍କ ସୁପୁତ୍ର ଅଟନ୍ତି। ଶ୍ରୀ ସାହୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିଙ୍କ ନେତୃତ୍ୱରେ ଦୀର୍ଘ ୬ ବର୍ଷ ଧରି କର୍ଲାମୁଣ୍ଡା ବ୍ଲକ ଓ ମ. ରାମପୁର ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ବୃକ୍ଷ ରୋପଣ, ମୃତ୍ତିକା ସଂରକ୍ଷଣ, ଜଲଛତ୍ର ସମେତ ବନ୍ୟଜନ୍ତୁ ଓ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ମାଗଣା ସ୍ଵାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଭଳି ଅନେକ ଜନହିତକର କାର୍ଯ୍ୟ କରୁଛନ୍ତି। 

 ସେହିପରି ଯୁବ ଗାଳ୍ପିକ ତଥା ଶିକ୍ଷକ ଡିଲେଶ୍ୱର ରଣା ମଧ୍ୟ ନିଜ ଉଦ୍ୟମରେ ବୃକ୍ଷରୋପଣ, ସଫେଇ କାର୍ଯ୍ୟ, ଜଙ୍ଗଲ ଓ ପଶୁପକ୍ଷୀଙ୍କ ସୁରକ୍ଷା ପ୍ରଭୃତି କାର୍ଯ୍ୟ କରିବା ସହ ସେମିନାର, ପଥପ୍ରାନ୍ତ ନାଟକ, ପୁସ୍ତକ ମଧ୍ୟ ରଚନା କରିଛନ୍ତି। ସୂଚନାଯୋଗ୍ୟ ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତ ଅଧିନ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ରଣା ଗଳ୍ପ, କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି। ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ‘ସେଁର୍‌ରା’ ବିପୁଳ ପାଠକୀୟତା ଲାଭ କରିଛି। ସେହିପରି ନିକଟ ଅତୀତରେ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ୟୁଥ ମେଂଟରସିପ ପୁରସ୍କାର ପ୍ରାପ୍ତ ହୋଇ ‘ମେଳିଭୂଇଁ’ ଉପନ୍ୟାସ ଲେଖିଛନ୍ତି, ଯାହା ନେସନାଲ ବୁକ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ। ସାହିତ୍ୟ ସାଧନା ପାଇଁ ସେ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ‘ଯୁବସହିତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ସାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ସଂପ୍ରତି ଜିଲ୍ଲା ଶିକ୍ଷା ବିଭାଗର ଜନଜାତି ସାଧନ କେନ୍ଦ୍ରରେ କାର୍ଯ୍ୟରତ ଡିଲେଶ୍ବର ରଣା ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି। ସେ ‘ପ୍ରକୃତି ବଂଧୁ’ ପାଇଁ ମନୋନୀତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

  ଓଡିଶା ସରକାରଙ୍କ ଜଙ୍ଗଳ ଓ ପରିବେଶ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ବନବିଭାଗ ଭାବନୀପାଟଣା ତରଫରୁ ଜିଲ୍ଲା ବନବିଭାଗ ଅଧିକାରୀ ଅନୁରାଗ ମିଶ୍ର ଓ ସମସ୍ତ ଜଙ୍ଗଲ ବିଭାଗର କର୍ମକର୍ତ୍ତାଙ୍କ ଦ୍ଵାରା ପ୍ରକୃତି ବନ୍ଧୁ ପୁରସ୍କାର ରେ ଶୁକ୍ରବାର ସମ୍ମାନିତ କରାଯାଇଛି ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ 

Related posts

ଦିବ୍ୟ ଗୃହସ୍ଥ ଜୀବନ ଆଲୋଚନାଚକ୍ର 

Sunil Chandra Nayak

ବନାଗ୍ନୀ ସଚେତନତା ସଭା

Sunil Chandra Nayak

ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!