ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ଦୁର୍ଘଟଣାରେ ଜଣେ ମୃତ ୨ଗୁରୁତର । କ୍ଷତିପୂରଣ ପାଇଁ ଧାରଣାରେ ବସିଲେ ସାଂସଦଏବଂ କଂଗ୍ରେସ ଦଳର ନେତା ମାନେ

ସଡକ ଦୁର୍ଘଟଣାରେ ଜଣେ ମୃତ ୨ଗୁରୁତର । କ୍ଷତିପୂରଣ ପାଇଁ ଧାରଣାରେ ବସିଲେ ସାଂସଦଏବଂ କଂଗ୍ରେସ ଦଳର ନେତା ମାନେ

ଗୋଲାମୁଣ୍ଡା ତା ୧୪/୧୦/ନିର୍ଭୟ ନିରପେକ୍ଷ ମସିହା/ଗତକିଛି ଦିନ ତଳେ ବାଇକ୍ ଚାଳକଙ୍କୁ କାର ପିଟି ଦେବାରୁ ମୃତୁ ହୋଇ ଥିବା ବେଳେପନ୍ଦର ଦିନ ପରେ ପୁଣି   ଆଜି ବିଜୁଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର । ଆଜି ସକାଳୁ ସକାଳୁ ଧର୍ମଗଡ଼ – ସିନାପାଲି ବିଜୁ ଫୋରୱେ ବୃନ୍ଦାବାହାଲ ଛକ ଷ୍ଟ୍ରକଚର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । କୌଣସି ଏକ କାମରେ କଲମପୁର ବ୍ଲକ ଅଧିନସ୍ଥ ଟେମରା ଦୁଲୁକିବନ୍ଧ ଗ୍ରାମର ପୂଜା ନାଏକ (୧୬), କଳ୍ପନା ନାଏକ (୩୫) ଓ ହେମରାଜ ନାଏକ (୪୩) ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲି ବ୍ରାହ୍ମଣପଡାରୁ ଏକ ସ୍କୁଟି ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଛକ ନିକଟରେ ପଛପଟୁ ଏକ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଛି । ଖବର ପାଇ ସ୍ତାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୋଳାମୁଣ୍ଡା ପୋଲିସକୁ ଜଣାଇଥିଲେ ହେଲେ ପୋଲିସ ୨ ଘଣ୍ଟା ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚୀଥିବାରୁ ହଜମ କରିପାରୁ ନାହାନ୍ତି ସ୍ତାନୀୟ ଲୋକେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ପୂଜା ନାଏକ ମୃତ୍ୟୁ ବରଣ କରିଥିବା ବେଳେ ସ୍କୁଟି ଚାଳକ ହେମରାଜ ନାଏକଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାରକରି ଅଗ୍ନିସମ ଗାଡି ଯୋଗୁଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଏବଂ କଳ୍ପନା ନାଏକଙ୍କୁ ଧର୍ମଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବାର ସୂଚନା ମିଳିଛି । ତେବେ ହେମରାଜ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣାରୁ ବୁର୍ଲାକୁ ସ୍ଥାନାନ୍ତରଣ କରାଯାଇଛି । କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ମୃତକଙ୍କ ପରିବାର ବର୍ଗଙ୍କ ସହିତ ଜନସଂଗ୍ରାମ ସମିତି ସଭାପତି ସାଉଲ ମଙ୍ଗରାଜ, ଦିଗାମ୍ବରଦୂରିଆ, ଡାକେ ଲହଜଲ୍, ରତନ ନାଏକ, ସନ୍ତୋଷ ପଣ୍ଡା, ଅନିଲ ମଲିକ,କଂଗ୍ରେସ ଦଳ ଶବ ନିକଟରେ ଧାରଣା ଦେଇ ଥିଲେ ହେଲେ କିଛି ସମୟପରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ମନୋଜ ମେହେର, ନିରୁ ପମା ନାୟକ, କାଞ୍ଚନ ବାଗ ଭାଗ୍ୟବାନ ବାଗ, ଵିଷ୍ଟୁ ସା, ପ୍ରମୋଦ pdhan ପ୍ରମୁଖବହୁ ସଂଖ୍ୟକ ଭାବେ ଉପସ୍ଥିତରହି ଓ ଶବନିକଟରେ ଧାରଣାରେ ବସିଛନ୍ତି । ମୃତକ ପରିବାର ବର୍ଗଙ୍କୁ ଦଶ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେବାସଙ୍ଗେ ଦୁଇ ଗୁରୁତରଙ୍କୁ ସମ୍ପୁର୍ଣ୍ଣ ଠିକ ହେବା ପ୍ରଯ୍ୟନ୍ତ ସଠିକ୍ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇଦେବା,ଓ ରାସ୍ତାରେ ଟୋଲ ଗେଟ ସହ ଛକ ନିକଟ ଗୁଡିକରେ ସି ସି କେମେରା ଯୋଗାଇଦେବାକୁ ସରକାରଙ୍କ ଠାରେ ଦାବି କରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଗୋଲାମୁଣ୍ଡା ପୋଲିସ ହେମନ୍ତ ହରିଜନ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଥିବାର ଜଣାପଡିଛି ।ଏପଟେ ବିଜୁ ଏକ୍ସପ୍ରେସ ୱେରେ ଅଧିକାଂଶ ହାଇୱା ଗାଡ଼ି ଦ୍ରୁତ ବେଗରେ ଯିବା ଆସିବା କରୁଛି ହେଲେ ନିୟନ୍ତ୍ରଣ ବାହାରେ ଗାଡି ଚଳାଉଥିବାରୁ ଏକ ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି । ଏ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ହାଇୱା ଗାଡି ଗୁଡିକ ଗତି ଉପରେ ନିୟନ୍ତ୍ରଣ କରିବାକୁ ସାଧାରଣରେ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ କଂଗ୍ରେସ ଓ ବିଜେପି ଦଳୀୟ ନେତା ଚେତାବନୀ ଦେଇଛନ୍ତି।

ଗୋଲାମୁଣ୍ଡା ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ। ପ୍ରଗତି ଶିଳ ମସିହା

Related posts

ହାତୀ ପଲଙ୍କ ଉତ୍ପାତରେ ଘର ଭାଙ୍ଗି ଖାଇଗଲେ ଧାନ,ଚାଉଳ

Sunil Chandra Nayak

ନାଗଭଣ ମାଦ୍ରାସାରେ ସାଧାରଣତନ୍ତ ଦିବସ ପାଳିତ

Sunil Chandra Nayak

ଜିଲ୍ଲାରେ ନୂତନ ଓ ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ଅଭିଯାନ ,ମହାବିଦ୍ୟାଳୟ ସ୍ତରରେ ସଚେତନତା ,ତତକ୍ଷଣାତ ପଞ୍ଜୀକରଣ ପାଇଁ ବ୍ୟବସ୍ଥା 

masiha

Leave a Comment

error: Content is protected !!