ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଏନଏସି ନିର୍ବାଚନ: କାହାକୁ କେତେ ଭୋଟ

ଭାଜପା ଅଧ୍ୟକ୍ଷ ପ୍ରାର୍ଥୀ ଅପେକ୍ଷା ୧୯ ପ୍ରତିଶତ କମ ଭୋଟ ପାଇଛନ୍ତି କାଉନସିଲର

ବିଜେଡି ଅଧକ୍ଷ ପ୍ରାର୍ଥୀ ଙ୍କ ଅପେକ୍ଷା ୧୦ ପ୍ରତିଶତ ଅଧିକ ଭୋଟ ପାଇଛନ୍ତି କାଉନସିଲର 

ଧର୍ମଗଡ:୨୬/୩/୨୨:

ପୌର ନିର୍ବାଚନ ସରି ଆଜି ଫଳ ପ୍ରକାଶ ପାଇଛି । ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପଦବୀ ଭାଜପା ହାତକୁ ଯାଇଛି । ଭାଜପା ପ୍ରାର୍ଥୀ ଅଶୋକ ମହାନ୍ତି ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ରାଜେନ୍ଦ୍ର ମୁନି ଙ୍କ ଠାରୁ ୨୪୬୧ ଖଣ୍ଡ ଅଧିକା ଭୋଟ ପାଈ ବିଜୟୀ ହୋଇଛନ୍ତି । ଧର୍ମଗଡ ରେ ମୋଟ ଭୋଟର ସଂଖ୍ୟା ୧୨୫୫୧ ରହିଥିବା ବେଳେ ୯୭୭୩ ଜଣ ଭୋଟର ମତଦାନ କରିଥଲେ । ମୋଟ ମତଦାନ ହୋଇଥିବା ଭୋଟ ମଧ୍ଯ ରୁ ୫୮୯୪ ଖଣ୍ଡ ଭୋଟ ଭାଜପା ଅଧ୍ୟକ୍ଷ ପ୍ରାର୍ଥୀ ପାଇଥିବା ବେଳେ ଭୋଟ ପ୍ରତିଶତ ହେଉଛି ୬୦.୩୦ । କିନ୍ତୁ ଏଠାରେ ଭାଜପା କାଉନସିଲର ପ୍ରାର୍ଥୀମାନେ କିନ୍ତୁ ଅଧ୍ୟକ୍ଷ ପ୍ରାର୍ଥୀ ଙ୍କ ଅପେକ୍ଷା

୧୯ ପ୍ରତିଶତ କମ ଭୋଟ ଅର୍ଥାତ ୪୦୩୦ ଖଣ୍ଡ ଭୋଟ ପାଇଛନ୍ତି । ଫଳ ରେ ଭାଜପା ରୁ ମାତ୍ର ୫ ଜଣ କାଉନସିଲର ବିଜୟୀ ହେଇଛନ୍ତି । ସେହିପରି ବିଜେଡି ଅଧକ୍ଷ ପ୍ରାର୍ଥୀ ୩୪୩୩ ଖଣ୍ଡ ଭୋଟ ପାଇଥିବା ବେଳେ ଭୋଟ ପ୍ରତିଶତ ହେଉଛି ୩୫.୧୨ ପ୍ରତିଶତ ଏଠାରେ କିନ୍ତୁ କାଉନସିଲର ପ୍ରାର୍ଥୀ ମାନେ ଅଧକ୍ଷ ପ୍ରାର୍ଥୀ ଙ୍କ ଅପେକ୍ଷା ୧୦.୨୯ ପ୍ରତିଶତ ଅଧିକ ଭୋଟ ଅର୍ଥାତ୍ ୪୪୩୮ ଖଣ୍ଡ ଭୋଟ ପାଇଛନ୍ତି । ଫଳ ରେ ଦଳ ର ୮ ଜଣ କାଉନସିଲର ବିଜୟୀ ହୋଇଛନ୍ତି । ଜଣେ ବିଜେଡ଼ି କାଉନସିଲର ପ୍ରଥମ ରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି । କଂଗ୍ରେସ ଦଳ ର ପ୍ରଦର୍ଶନ କିନ୍ତୁ ଏଠାରେ ସବୁଠାରୁ ନୈରାଶ୍ୟ ଜନକ ରହିଛି । କଂଗ୍ରେସ ଦଳ ଅଧ୍ୟକ୍ଷ ପ୍ରାର୍ଥୀ ମାତ୍ର ୩.୩୪ ପ୍ରତିଶତ ଭୋଟ ୩୨୭ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ କାଉନସିଲର ପ୍ରାର୍ଥୀମାନେ ଅଧ୍ୟକ୍ଷ ପ୍ରାର୍ଥୀ ଙ୍କ ଅପେକ୍ଷା ଅଧିକା ୨.୧୬ ପ୍ରତିଶତ ଭୋଟ ୫୩୮ ଖଣ୍ଡ ଭୋଟ ପାଇଛନ୍ତି ।

ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ସାମାଜିକ ସମରସତା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କାଳ ହେଲା କାଳବୈଶାଖୀ…୫୦%ରୁ ଅଧିକ କଦଳୀ ଫସଲ ନଷ୍ଟ, କ୍ଷତିପୂରଣ ଦାବି

Leave a Comment

error: Content is protected !!