ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ନର୍ଲା ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ନର୍ଲା(ମନିସ )କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସଂୟ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ସହ ମୁଖ୍ୟ ଅତିଥି ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ବିଡିଓ ବାସନ୍ତୀ ସେଠୀ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୌଡ଼ିଆ, ବିଜେପିର ବରିଷ୍ଠ ସଦସ୍ୟ ଅଭୟ ନାଏକ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାଏକ ଓ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ଶୋଭାଯାତ୍ରାରେ ବାହାରି ଥିଲେ। ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରତ୍ୟେକ ଗାଁ ଏବଂ ଧର୍ମସ୍ଥଳିମାନଙ୍କଠୁ ମାଟି ସଂଗ୍ରହ କଲା ପରେ ନର୍ଲା ଠାରେ ବୁଧବାର ସହିଦମାନଙ୍କୁ ସମ୍ମାନ ଦିଆ ଯାଇଥିଲା । ଏହି ଅବସରରେ ଉପସ୍ଥିତ ଜଣ ଅବସରପ୍ରାପ୍ତ ସିଆରପିଏଫ୍ ଯବାନ ସୁବାସ ଚନ୍ଦ୍ର ବିଶ୍ବାଳ ଏବଂ କିଶୋର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏଥିରେ ମଦନପୁର ରାମପୁର ସିଆରପିଏଫ୍ କ୍ୟାମ୍ପର ଯବାନ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ, ଅଧ୍ୟାପିକା ବାସନ୍ତୀ ସାହୁ, ଡାକ ବିଭାଗରେ କାର୍ଯ୍ୟରତ ଏଏସ୍‌ ବିଜୟ ପଟ୍ଟନାୟକ ଓ ସ୍ବେଛାସେବୀ ନବୀନ ସାହୁ, ସୁ ଶୀଳ ପ୍ରଧାନ, ଅଭିଷେକ ବେହେରା, ହେମ ସାଗର ସାହୁ, ମିଳନ ଭୋଇ ଓ ଗୋବିନ୍ଦ ତାଣ୍ଡି ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଦେଇଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଚରାମୂଳା ନିକଟରେ ବଳଦ ସହ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର

ରାଉରକେଲା ଠାରେ ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ସମାବେଶ

masiha

ଡାବୁଗାଁ ଥାନା ତରଫରୁ “ଏକତା ଦୌଡ” କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!