ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

ଅକ୍ଟୋବର ରେ ସଂଘର ମହାସଭା ଚୂଡାନ୍ତ

ଆଜି ଭବାନୀପାଟଣା ନକଟିଗୁଡାସ୍ଥିତ ବାଲାଜି ସାଂସ୍କୃତିକ ଅନୁଷ୍ଠାନ ଠାରେ କଳାହାଣ୍ଡି, ଟିଟିଲାଗଡ଼ ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କାର୍ଯ୍ୟକାରିଣୀ କର୍ମକର୍ତ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂଘର ଉପସଭାପତି ତୁଳସୀ ରାମ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ସଂଘର ସାଧାରଣ ସମ୍ପାଦକ ଥବିର ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଶେଷଦେବ ସାହୁ,ଅଡ଼ିଟର ଗୋପାଳ ଚନ୍ଦ୍ର ସାହୁ,ଭୁବନେଶ୍ୱର ସାହୁ, କୁବେର ସାହୁ ଓ ଆଞ୍ଚଳିକ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ସଂଘର ସଭାପତି ସ୍ବର୍ଗତଃ ଦୟାନିଧି ସାହୁଙ୍କ ସ୍ମୁତି ଚାରଣ କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୧,୨୨ ଓ ୨୩ ତାରିଖରେ ଲଡୁଗାଁ ଠାରେ ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ମହାସଭା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ଚୌଧୁରୀ ଙ୍କୁ ଅସ୍ଥାୟୀ ସଭାପତି ଭାବେ ମନୋନୀତ କରାଯାଇଥିଲା। ଭବାନୀପାଟଣା ଠାରେ ସଂଘର ଭବନ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଓ ସଭ୍ୟ ସଂଗ୍ରହ ପକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ମତ ପ୍ରକାଶ ପାଇଥିଲା।ଦିବଙ୍ଗତ ସଭାପତି ଙ୍କ ସୁପତ୍ର ସଂଜୀବ ସାହୁ ବାପାଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ସଂଘର ଭବନ ପାଇଁ ଏକ କୋଠରୀ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

ଏହି ବୈଠକରେ ମହାସଭା ଆୟୋଜନ କମିଟିର ସଭାପତି ବ୍ୟୋମକେଶ ସାହୁ,ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ,ଭବାନୀପାଟଣା ଆଞ୍ଚଳିକ କମିଟିର ସଭାପତି ଅନିରୁଦ୍ଧ ସାହୁ, ନର୍ଲା ସଭାପତି ନରେନ୍ଦ୍ର ସାହୁ, କୋକସରା ବ୍ଲକ ସଭାପତି ହେମନ୍ତ ସାହୁ, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ସଭାପତି ବିଦ୍ୟାଧର ସାହୁ,କରଲାମୁଣ୍ଡା ବ୍ଲକ ସଭାପତି ନିଲାମ୍ବର ବେହେରା, ଜୟପାଟଣା ବ୍ଲକ ସଭାପତି ତରଣୀ ସାହୁ, କଲମପୁର ସଭାପତି ଗଣେଶ ସାହୁ,ବଙ୍ଗୋମୁଣ୍ଡା ସଭାପତି ରାଜରାମ ବେହେରା,ଟିଟିଲାଗଡ଼ ସମ୍ପାଦକ ଦିଗାମ୍ବର ବେହେରା ଓ ଆଞ୍ଚଳିକ କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗି ୨ ପରିବାର ବେସାହାରା, ସରକାରୀ ସହାୟତା ପାଇଁ ନିବେଦନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳୁଆ ସ୍କୁଲ

Sunil Chandra Nayak

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!