ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

ତେନ୍ତୁଳିିଖୁଣ୍ଟି/ଇନ୍ଦ୍ରାବତୀ , ୧୮/୧୦/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଓ ଓଡ଼ିଶା ମିଲେଟସ ପ୍ରତିଯୋଗିତା ୨୦୨୩ କାର୍ଯ୍ୟକ୍ରମ ପୂଜାରିଗୁଡା ୫ଟି ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗୋରାଚାନ୍ଦ ତ୍ରିପାଠୀ ଓ ଗୀତା ଦାସ ମଞ୍ଚ ପରିଚାଳନା କରିଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଳକର ସମସ୍ତ ପଞ୍ଚାୟତରେ ବିଦ୍ୟାଳୟର କ୍ଳଷ୍ଟର ସ୍ତରର କୃତୀ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଲୁକ୍କାୟିତ ପ୍ରତିଭା ଉନ୍ମୋଚନ ସୁରଭି ଗୋଟିଏ ମାଧ୍ୟମ । ନାଚ ଗୀତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ କଳାକୃତିକୁ ବଞ୍ଚାଇ ରଖିବା ପାଇଁ ସୁରଭି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେଉଛି ବୋଲି ବ୍ଲକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୌମିକ କହିଥିଲେ ଓ ମାଣ୍ଡିଆ ତିଆରି ଖାଦ୍ୟ ଖାଇବାଦ୍ବାରା କଣ ଲାଭ ମିଳେ ତାହା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ ଦ୍ବାରା ବୁଝେଇ ଥିଲେ ।  ସୁରଭି ଦ୍ୱାରା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ମଞ୍ଚ ମିଳିପାରୁଛି ବୋଲି ସମ୍ମାନିତ ଅତିଥି ମତ ରଖିଥିଲେ । ଆଜିର ଏହି କାର୍ଯକ୍ରମରେ ପ୍ରବନ୍ଧ,ନାଚ,ଗୀତ, ପରିବେଷଣ କରିଥିଲେ । ଏହି ବ୍ଲକ ସ୍ତରୀୟ ସୁରଭିର କୃତୀ ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ। ଉପର ଗୋଡି ଓ ପୂଜାରିଗୁଡା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନୃତ୍ୟ ଓ ନାଟକ ସମସ୍ତଙ୍କ ମନକୁ ମୋହିଥିଲା ।ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିୟ ଅତିଥି ଭାବେ ବିଡିଓ ମନୋଜ କୁମାର ପାଣିଗ୍ରାହୀ,ତେନ୍ତୁଳିଖୁଣ୍ଟି ବ୍ଳକ ଜିଲା ପରିଷଦ ସଭ୍ୟା କୃଷ୍ନା ମଞ୍ଜୁରୀ ବିଷୋୟୀ,ବ୍ଲକ ଅଧ୍ୟକ୍ଷା ନିଳାନ୍ଦ୍ରୀ ନାୟକ,ବ୍ଲକ ଉପାଧ୍ୟକ୍ଷା ରାଜେନ୍ଦ୍ର ବିଶୋଇ,ସରପଞ୍ଚ ଅନାଦି ମାଝୀ,ଗୋଷ୍ଟି ଅଧିକାରୀ ସମରେନ୍ଦ୍ର ଭୈମିକ,ଡାକ୍ତର ସମଲାଇ ପ୍ରସାଦ ପଣ୍ଡା ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ସିଆରସିସି,ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଶେଷରେ କାର୍ଯ୍ୟକ୍ରମ କୁ ଏ ବିଇଓ ମଧୁସୂଦନ ବାଘ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଉମରସିଂ ନାୟକ,ରଞ୍ଜନ କୁମାର ମହାପାତ୍ର, ସର୍ବେଶ୍ୱର ପତି,ଘାସିରାମ ମାଝୀ,କିଶୋର ନାୟକ,ଅଜୟ ହରିଜନ,ପ୍ରଦୀପ ନାୟକ, ବ୍ରଜ ସଗରିଆ,ଚିତ୍ର ହରିଜନଙ୍କ ସମେତ ଆଉ କିଛି ସିଆରସିସି ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗଫପୁର ଲ୍ଯାମ୍ପରେ ଖରିଫ ଋତୁ ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା

Sunil Chandra Nayak

ଏରଗଡା ରେ ଇଦୁଲ ଫିତର ପାଳନ

masiha

ଆରବିଆଇ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!