ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ମୁକ୍ତିଲାଭ କରିବ ‘ସମୀକ୍ଷା’

ମୁକ୍ତିଲାଭ କରିବ ‘ସମୀକ୍ଷା’

ଭୁବନେଶ୍ୱର (୧୯/୧୦) : ବୟସ୍କଙ୍କ ସମସ୍ୟାଙ୍କୁ ନେଇ ପ୍ରସ୍ତୁତ ଏଇ ଫିଲ୍ମର କାହାଣୀ ରଚନା କରିଛନ୍ତି ଶ୍ରୀମତୀ ପ୍ରଭାସିନୀ ପାଟ୍ଟଜୋଷୀ । ପ୍ରଯୋୟଜନା ଶ୍ରୀ ବିକାଶ ପଟ୍ଟନାୟକ କରିଥୁବା ବେଳେ, ନିର୍ଦ୍ଦେଶନାର ଦାୟିତ୍ଵ ତୁଲାଇଛନ୍ତି ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ରଂଜନ ମିଶ୍ର ସଂଳାପ ଓ ଗୀତ ରଚନା କରିଛନ୍ତି ଶ୍ରୀ ସଚ୍ଚି ମହାନ୍ତି । ଅନ୍ୟ ଏକ ଗୀତ ରଚନା ଶ୍ରୀ ପଂଚାନନ ନାୟକ କରିଥିବା ବେଳେ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଯଜ୍ଞ ଦାଶ ଓ ଶ୍ରୀ ବିଦ୍ୟାଧର । କଣ୍ଠଦାନ କରିଛନ୍ତି ପଣ୍ଡିତ ଶିବ ରଥ ଓ ଶ୍ରୀ କରୁଣା କର ।

ଜୀବନ ସାରା ସଂଘର୍ଷ ଓ ଅସରନ୍ତି ତ୍ୟାଗ ଦେଇ ମଣିଷ ଗଢେ – ତା ନିଜ ସଂସାର କିନ୍ତୁ ଯେତେବେଳେ ବାର୍ଷିକ ଆସେ, ସେ କେବଳ ନିଜ ଅସୁସ୍ଥ ଶରୀର ପାଇଁ ଚିନ୍ତା କରେନି । ତା ଜୀବନ ଅପୂର୍ଣ୍ଣ ସ୍ଵପ୍ନ । ଅତୀତର ଅନେକ ଦୋଷ, ତ୍ରୁଟି, ଭୂଲ୍ ନିଷ୍ପତି, ବର୍ଷ ବର୍ଷ ଧରି ଦମନ କରି ରଖୁଥୁବା ଅସୁମାରୀ ଇଛା, କ୍ଷତ ବିକ୍ଷତ ଅହଂକାର, ଅସରନ୍ତି ଦୁଃଶ୍ଚିନ୍ତାର ଝଟା ସହିତ ବି ତାକୁ ସଂଘର୍ଷ କରିବାକୁ ପଡେ ।

ଜଣେ ଅସୁସ୍ଥ ବୃଦ୍ଧ ସମର ଙ୍କ ମାନସିକ, ମନସ୍ତାତ୍ଵିକ ଓ ଶାରୀରିକ ସମସ୍ୟାର କାହାଣୀ – “ ସମୀକ୍ଷା” । ପରିବର୍ତ୍ତିତ ସାମାଜିକ ସମସ୍ୟା କିପରି ଧରେ ଧୂରେ ବୟସ୍କ, ସୟସ୍କାଙ୍କୁ ଏକା ଏକ ବଂଚିବାକୁ ଓ ମରିବାକୁ ବାଧ୍ୟ କରେ ଓ ଏପରି ସମସ୍ୟାର ସମାଧାନ କିପରି କରାଯାଇପାରେ – ଏପରି ଏକ ବିଷୟବସ୍ତୁକୁ ନେଇ ନିର୍ମିତ ଏଇ ଫିଲ୍ମରେ ଅଭିନୟ କରିଛନ୍ତି – ପ୍ରଭ୍ରଂଜନ ମିଶ୍ର, ଧ୍ଵର ମଲ୍ଲିକ, ଧରିତ୍ରୀ ଖଣ୍ଡୁଆଳ, ଅଭିଳାଷ ହୋତା, ବିକାଶ ପଟ୍ଟନାୟକ, ବବଲ୍ଲୀ, ବୁଲୁଟି ପ୍ରଧାନ,ଭରଦ୍ୱାଜ, ରଶ୍ମିତା, ଅଂଶିତା, ଅପୂର୍ବ ରଂଜନ, ଧାରା ଶ୍ରାବଣୀ, ମମତା, କ୍ରୀଷ୍ଣା ଓ ଶିଶୁ କଳାକାର ଅନିକା ପଟ୍ଟନାୟକ । ଆସନ୍ତା ବର୍ଷ ଫିଲ୍ମଟି ମୁକ୍ତିଲାଭ କରିବା ଯୋଜନା କରିଛନ୍ତି ପ୍ରଯୋଜନା ସଂସ୍ଥା।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଡେଲିଭରୀ ବୟ’ ଟିମ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

Sunil Chandra Nayak

ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ

masiha

ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ଟି’- ର ପ୍ରଥମ ଗୀତ ଜଲସା, ୨୫ ମେ’ ରେ ମୁକ୍ତିଲାଭ

Leave a Comment

error: Content is protected !!