ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ସ୍ତରିୟ କ୍ରିକେଟ ଚମ୍ପିୟାନସିପ-୨୦୨୩ ଉଦଯାପିତ

ଜିଲ୍ଲା ସ୍ତରିୟ କ୍ରିକେଟ ଚମ୍ପିୟାନସିପ-୨୦୨୩ ଉଦଯାପିତ 

ପାଟଣାଗଡ଼ ସ୍ଥାନୀୟ ରମାଇ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ୧୭ ବର୍ଷରୁ କମ ଜିଲ୍ଲା ସ୍ତରୀୟ କ୍ରିକେଟ ଚମ୍ପିୟାନସିପ-୨୦୨୩ ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଆଜି ଏହି ଖେଳ ଉତ୍ସବର ଉଦଯାପନି ଉତ୍ସବ ଥିଲା । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଯୋଗଦେଇ ପ୍ରଥମେ ମା ପାଟଣେଶ୍ୱରୀଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରି ଆଜିର ଖେଳକୁ ଉଦଘାଟନ କରିଥିଲେ । ସାଂସଦ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଖେଳାଳୀ ମାନଙ୍କୁ ନିଜର ଲୁକ୍କାୟିତ ପ୍ରତିଭାକୁ ଆହୁରି ଉଜ୍ଜୀବିତ କରି କଠିନ ପରିଶ୍ରମ କରିବାକୁ କହିଥିଲେ । ରାଜ୍ୟ ସରକାର ଖେଳ ଓ ଖେଳାଳୀ ମାନଙ୍କ ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇ ରାଜ୍ୟର ଖେଳାଳୀ ମାନଙ୍କ ପ୍ରତିଭାକୁ ବିଶ୍ୱ ଦରବାରରେ ପହଞ୍ଚେଇ ପାରିଛନ୍ତି । ଆଜିର ଉଦଯାପନି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶାରୀରିକ ଅଧିକାରୀ ପ୍ରଦୀପ ପାତ୍ର,ସମ୍ମାନିତ ଅତିଥି ଭାବରେ ଯୋଗୀମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା,ସାଂସଦ ପ୍ରତିନିଧି ରାଧେ ଶ୍ୟାମ ହୋତା ଉପସ୍ଥିତ ଥିଲେ। ତିନି ଦିନ ଧରି ଚାଲିଥିବା ଖେଳକୁ ବ୍ଲକ ସମ୍ପାଦକ ବସନ୍ତ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ ପର୍ଯ୍ୟବେକ୍ଷଣରେ ସଫଳ ଭାବେ ଆୟୋଜନ ହୋଇଆଯାଇଛି । ଆଜିର ଫାଇନାଲ ମ୍ୟାଚ ଟିଟିଲାଗଡ଼ ଓ ବଲାଙ୍ଗୀର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଟିଟିଲାଗଡ଼ ଦଳ ଚମ୍ପିୟାନ ହୋଇଥିଲା । ଉଭୟ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ତତ ସହିତ ପାଟଣାଗଡ଼ ମାଟିର ଝିଅ ସମ୍ପଦା ମହାନ୍ତି ବେଡ଼ ମିଣ୍ଟନ ଖେଳରେ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିବାରୁ ସାଂସଦ ମହୋଦୟ ତାଙ୍କୁ ମାନପତ୍ର ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଖେଳକୁ ସ୍କୁଲ ଖେଳ ଶିକ୍ଷକ ମାନେ ସୁଚାରୁରୂପେ ପରିଚାଳନା କରିଥିଲେ ଓ ପାଟଣା କ୍ରିକେଟ କ୍ଲବ ବିଶେଷ ସହଯୋଗ କରିଥିଲେ । ରମାଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଦାବ୍ରିଗୁଡା ଠାରେ ଅକ୍ଷୟ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ପୂର୍ଣ୍ଣ ଚନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ଦୂତୀୟ ସେମି ଫାଇନଲ ରେ ଛତିଶଗଡ଼ ଫରେଷ୍ଟ ବିଜୟୀ

Sunil Chandra Nayak

Leave a Comment

error: Content is protected !!