ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ 

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ 

ଡାବୁଗାଁ, ୨୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡି ଯୁବକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଜୟନ୍ତୀନଗର ସାହିର ସନ୍ତୋଷ କୁମାର ଦାଶ (୪୭) ଶୁକ୍ରବାର ଅପରାହ୍ନରେ ଚାରଗାଁ ଗ୍ରାମକୁ ବିଦ୍ୟୁତ ବିଭାଗର ବିଦ୍ୟୁତ୍ ଗ୍ରାହକଙ୍କ ମିଟର ରିଡ଼ିଙ୍ଗ ନେବା ପାଇଁ ଯାଇଥିଲେ l ସେଠାରୁ ସନ୍ଧ୍ୟା ସମୟରେ ଫେରିବା ବେଳେ ଗ୍ରାମ ଶେଷମୁଣ୍ଡରେ ଥିବା ନୂତନପୋଖରୀକୁ ଶୌଚପାଇଁ ଯାଇଥିଲେ | ସେଠାରେ ନିଜର ମୋଟର ସାଇକେଲ ଟିକୁ ପୋଖରୀ ନିକଟରେ ରଖି ଶୌଚ ପାଇଁ ପୋଖରୀ ଭିତରେ ଯାଇଥିଲେ l ତେବେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ସେ ପୋଖରୀ ଭିତରେ ପଡି ଯାଇ ମୃତ୍ୟୁ ବରଣ କରି ଥିଲେ l ଚାରଗାଁ ର କିଛି ଲୋକ ପୋଖରୀ ନିକଟରେ କପଡା ପଡି ଥିବା ଦେଖି ସନ୍ଦେହ ହେବାରୁ ଡାବୁଗାଁ ଅଗ୍ନିଶମ ସେବା କର୍ମଚାରୀ ଙ୍କୁ ଖବର ଦେଇଥିଲେ l ଅଗ୍ନିଶମ ସେବା କର୍ମଚାରୀ ପୋଖରୀ ମଧ୍ୟରୁ ସନ୍ତୋଷ ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ରାତ୍ର ୧୦ ଘ. ସମୟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକଙ୍କ ସାନ ଭାଇ ସଞ୍ଜୟ କୁମାର ଦାଶ ଶନିବାର ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୧/୨୧.୧୦.୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

ରାୟଗଡ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି

masiha

ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ 

masiha

Leave a Comment

error: Content is protected !!