ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ

କନ୍ଧମାଳ,ତା,24/10.(ମନିସ): ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଜିଲାର ବିିଭିନ୍ନ ବଜାର କମିଟି, ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଦୁର୍ଗା ମଣ୍ଡପ ନିର୍ମାଣ ହୋଇ ରିତିନୀତି ପ୍ରକାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ଜିଲାର ବିଭିନ୍ନ ଦେବୀ ପୀଠ ମାନଙ୍କରେ ମଧ୍ୟ ରିତିନୀତି ପ୍ରକାରେ ଆରମ୍ଭ ହୋଇଛି ପୂଜାପାଠ। ରବିବାର ଅଷ୍ଟମୀ ଦିନରେ ବିଭିନ୍ନ ମଣ୍ଡପ ଓ ଦେବୀ ପୀଠ ମାନଙ୍କରେ ବେସ୍‌‌ ଜନସମାଗମ ହୋଇଥିବାର ଦେଖାଯାଇଛି। ଦଶହରାକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିଭଳି ଫୁଲବାଣୀ ସଦର ମହକୁମା ସମେତ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସନ୍ଧ୍ୟା ସମୟରେ ଦଶହରାକୁ ନେଇ ବଜାର ବେଶ୍‌‌ ଜନଗହଳି ଦେଖାଯାଇଛି। ଆଇନ ଶୃଙ୍ଖଳା ପାଇଁ ପୁଲିସ୍‌‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିଭଳି ସହରରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଥିବା ବେଳେ ମା ଦୁର୍ଗାଙ୍କ ଆଶୀର୍ବାଦ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତ ମାନଙ୍କର ମଧ୍ୟ ସମାଗମ ଦେଖାଯାଇଛି। ଫୁଲବାଣୀ ସହରର ବସଷ୍ଟାଣ୍ଡ, ବିଦ୍ୟୁତ୍‌‌ ବିଭାଗ, ମାଦିକୁନ୍ଦା ଛକ, ଆରଟିଓ ଅଫିସ୍‌‌ ଛକ, ଟ୍ୟାକ୍ସିଂ ସଂଘ ଏବଂ ବାଲିଗୁଡା ଟାଉନ ର ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତି, ବିଦ୍ୟୁତ ବିଭାଗ ଓ ମା ‘ ବରାଳ ଦେବୀ ପୀଠ ଭଳି ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ମା ଦୁର୍ଗାଙ୍କର ପୂଜା ଆରମ୍ଭ ହୋଇଥିବା ବେଳେ ବିିଭିନ୍ନ ପୂଜା ମଣ୍ଡପ ଗୁଡ଼ିକ ଝିଲିମିଲି ଆଲୁଅରେ ମଧ୍ୟ ଚହଟି ଉଠୁଛି। ବହୁ ଭକ୍ତଙ୍କର ମଧ୍ୟ ସମାଗମ ହେଉଥିବାର ଦେଖାଯାଇଛି। ପୁଲିସ୍‌‌ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ ସହରରେ କଡ଼ାକଡ଼ି କରାଯାଇଛି। ଦଶହରା ଯୋଗୁଁ ପ୍ରତ୍ୟେକଙ୍କ ଘରେ ବହୁ ସମ୍ପର୍କୀୟମାନେ ପହଞ୍ଚିଥିବା ବେଳେ ପ୍ରତ୍ୟେକ ଘରେ ଏକ ପ୍ରକାର ଖୁସିର ଲହରି ଦେଖାଯାଇଛି। ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ଏକ ପ୍ରକାର ଅଧ୍ୟାତ୍କିକ ପରିବେଶ ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଖଜୁରିପଡ଼ା, ଫିରିଙ୍ଗିଆ, କୋଟଗଡ଼଼, ତୁମୁଡ଼ିବନ୍ଧ, ରାଇକିଆ, ଦାରିଙ୍ଗବାଡ଼ି, ଟିକାବାଲି, କ.ନୂଆଗାଁ ଭଳି ସମସ୍ତ ସହର ମହକୁମାରେ ଦୁର୍ଗାମେଢ, ତୋରଣ ନିର୍ମାଣ ହୋଇଥିବା ବେଳେ ଏହି ସବୁ ଅଞ୍ଚଳର ସମସ୍ତ ଦେବୀ ପୀଠ ମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପୂଜା ପାଠ ଆରମ୍ଭ ହୋଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବାଂଲାଦେଶୀ ଝିଅ ବାଲେଶ୍ଵରରେ, ଦାବି କଲେ ବାଲେଶ୍ଵର ବୋହୂ ହେବାକୁ

masiha

ସମନ୍ଵିତ ଶିଶୁ ବିକାଶ କେନ୍ଦ୍ରରେ ଟଙ୍କା ଆତ୍ମସାତ , ବାଟବଣା ହୋଇଛି ଗର୍ଭବତୀ ମହିଳାଙ୍କ ଟଙ୍କା ,ନିରପେକ୍ଷ ତଦନ୍ତ ଦାବି

Sunil Chandra Nayak

ଜିଲ୍ଲାର ସମସ୍ତ ଚର୍ଚ୍ଚରେ ଯୀଶୁ ଙ୍କ କୃଶ ବିଦ୍ଧ ଦିବସ ପାଳିତ

masiha

Leave a Comment

error: Content is protected !!