ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା କଲେଜରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

ତେରେସିଂହା କଲେଜରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ମେରୀ ମାଟି ମେରା ଦେଶ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜାତୀୟ ସେବା ଯୋଜନା ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଶାନ୍ତନୁ କୁମାର ମହାଖୁଡ଼ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୌଶିକ ବାବା ଡ଼ିଗ୍ରୀ କଲେଜ ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ବାଗ, ମୁଖ୍ୟବକ୍ତା ଭାବରେ ଇଂରାଜୀ ଅଧ୍ୟାପକ ମୁକେଶ ବହିଦାର ଉପସ୍ଥିତ ରହିଥିବା ବେଳେ ଅଧ୍ୟାପିକା ଶୁଭସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭରେ ଜାତୀୟ ସେବା ସ୍ଵେଚ୍ଛାସେବୀ ମାନଙ୍କୁ ‘ପଞ୍ଚ ପ୍ରାଣ’ ଦିଆ ଯାଇଥିଲା l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କରାଯିବା ସହ ଅମୃତ ବାଟିକା କାର୍ଯକ୍ରମ କରାଯାଇ ଥିଲା l ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ, ଲକ୍ଷ୍ୟ, ସେବା, ଇତିହାସ ଓ ବର୍ତ୍ତମାନରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଅଧ୍ୟାପକ ସୁବ୍ରତ ରଣା, ପିଅନ ରାଧାମୋହନ ଗହୀର ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଚାଲିଛି ଭଙ୍ଗା ଦଦରା ଆଜଵେଷ୍ଟସ ଅସୁରକ୍ଷିତ ଘରେ ; ସ୍ଥାୟୀ କାର୍ଯ୍ଯାଳୟ ନିର୍ମାଣ ପାଇଁ ଦାବି କେବେ ?

Sunil Chandra Nayak

ଓଡିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ଜିଲ୍ଲାସ୍ତରୀୟ କର୍ମଶାଳା 

masiha

କାଉଙ୍କ ସହିତ ପବିତ୍ର ରଜ ଉତ୍ସବ ପାଳିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

Leave a Comment

error: Content is protected !!