ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କଲେ ପ୍ରଭାକର

ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କଲେ ପ୍ରଭାକର

କନ୍ଧମାଳ:ତା,24/10.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ର ପ୍ରଭାକର ନାୟକ ଏକ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କରିଛନ୍ତି l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗାଙ୍କୁ ମହା ଆଡ଼ମ୍ବର ସହକାରେ ପାଳନ କରିଛନ୍ତି l ନିଜ ବାସଭବନ ରେ ବାସ୍ତୁ ପୂଜା, ଗୃହ ପୂଜା, ନବଗ୍ରହ ପୂଜା, କରିବା ସହିତ ହୋମ ଯଜ୍ଞ ମଧ୍ୟ କରିଛନ୍ତି l ତତ୍ ସହିତ ନୂଆସାହି ଗ୍ରାମ୍ୟ କମିଟି ର ସମସ୍ତ ସଦସ୍ୟ ଓ ସାହିର ବରିଷ୍ଠ ନାଗରିକ ମାନଙ୍କୁ ନିମନ୍ତ୍ରଣ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଗାଁ ର ଅସହାୟ ବିଧବା ବାର୍ଦ୍ଧକ୍ୟ ଙ୍କୁ ଘରକୁ ଡ଼ାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି l ମାଆ ଦୂର୍ଗା ଓ ଦକ୍ଷିଣ କାଳୀ ଙ୍କ ପ୍ରତି ପରିବାର ଲୋକଙ୍କ ଅଗାଢ ବିଶ୍ବାସ ରହିଛି l ମାଆ ଙ୍କ ଆପାର କରୁଣାରୁ ପରିବାର ମଧ୍ୟରେ ଶାନ୍ତି ସଦଭାବନା ଆସିଛି l ଗୋପ ଲକ୍ଷ୍ମୀ ଧନ ଧନ୍ୟ ରେ ପୁରି ଉଠିଛି l ପରିବାର ମଧ୍ୟରେ ଦୁଃଖ କ୍ଲେଶ ରୋଗ ବ୍ୟାଧି ଉଭେଇ ଯାଉଥିବା କହିଛନ୍ତି ପ୍ରଭାକର ଙ୍କ ଧର୍ମ ପତ୍ନୀ l ଜୀବନ ଥିବା ପର୍ଯ୍ୟନ୍ତ ଦୂର୍ଗାପୂଜା ସହିତ ଏହିଭଳି ଭାବରେ ଗରିବ ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ପ୍ରଭାକର l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଅସହାୟ ପରିବାରର ପ୍ରତିପୋଷଣ ପାଇଁ ଗୋ ସମ୍ପତି ଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

masiha

ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା

masiha

Leave a Comment

error: Content is protected !!