ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେ.ଡି.ସିଏ ସୁକାନ୍ତ ମିଶ୍ର ଡି.ଡି.ଏମଙ୍କ ସହ ସେତୁବନ୍ଧ ଭଳି ଘନିଷ୍ଠତା, ଡିପାର୍ଟମେଣ୍ଟ ପାଇଁ ଉଦାହରଣ

ଜେ.ଡି.ସିଏ ସୁକାନ୍ତ ମିଶ୍ର ଡି.ଡି.ଏମଙ୍କ ସହ ସେତୁବନ୍ଧ ଭଳି ଘନିଷ୍ଠତା, ଡିପାର୍ଟମେଣ୍ଟ ପାଇଁ ଉଦାହରଣ

ବଡ଼ବିଲ – ସତରେ ବଡ଼ ଭାଗ୍ୟବାନ ପାଲଟିଛି ଖଣି ଅଞ୍ଚଳର ଖଣି ବିଭାଗଟି।ଅଫିସର ଓ ଉଚ୍ଚ ଅଫିସରଙ୍କ ମଧ୍ୟରେ ଆଉ ନାହିଁ କିଛି ଭିନ୍ନତା।ଲାଗେ ଯେପରି ଅଞ୍ଚଳର ଦୁଇଟି ମହଲରେ ଥିବା ଭିନ୍ନ ଭିନ୍ନ ଡିପାର୍ଟମେଣ୍ଟ ଗୋଟିଏ ହେବାକୁ ବସିଲାଣି।ସତରେ ଯେପରି ମିଳି ମିଶି ଏକ ହୋଇ ସବୁ କାର୍ଯ୍ୟ ହେବ,ଆଉ ପ୍ରଗତି ଆସିବା ଥୟ,କେହି ଯେପରି ବାଧକ ସାଜି ପାରିବେ ନାହିଁ।ରାଜଧାନୀର ନଅତାଲାସ୍ଥିତ ବିଭାଗରୁ କିଏ ଯେ ଶ୍ରୀ ସୁକାନ୍ତ ମିଶ୍ର ମହଦୋୟଙ୍କୁ ସ୍ଥାନୀୟ ଯୋଡ଼ା ଖଣି ବିଭାଗକୁ ମାସ ସରୁ ସରୁ ପହିଲା ହେଲେ ମାତ୍ରେ ପଠାନ୍ତି ଜଣା ନଥିବା ବେଳେ ଶ୍ରୀ ମିଶ୍ର କିନ୍ତୁ ଆସିବେ ମାନେ, କେବେ ହେଲେ ଉପର ମହଲରେ ଥିବା ଖଣି ଉପନିର୍ଦ୍ଦେଶକଙ୍କୁ ଭେଟ କରିବା ଭୂଳନ୍ତି ନାହିଁ।ପୂର୍ବ କଥା ଯାହା ଥିଲା,ଚଳିତ ମାସରେ କିନ୍ତୁ ଦୁଇ ପାଦ ଆଗକୁ ଯାଇ ଶ୍ରୀ ସୁକାନ୍ତ ମିଶ୍ର ତଳ ମହଲାରେ ଘନ ଘନ ଚାମ୍ବରରେ ରୁଦ୍ଧଦ୍ଵାରା ବୈଠକ ପରେ ବ୍ୟତୀତ,ଉପର ମହଲାରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ ବିଭାଗରେ ଖଣି କମ୍ପାନୀ ଗୁଡ଼ିକର ପ୍ରାୟ ୨୩ ଜଣ ପ୍ରତିନିଧିଙ୍କୁ ଧରି ଏକ ବୈଠକ ମଧ୍ୟ କରିଥିବାର ଜାଣିବାକୁ ମିଳେ ।ଯେଉଁ ସଭାରେ ଜେ.ଏସ.ଡବ୍ଲୁ ଖଣି କମ୍ପାନୀର ପ୍ରତିନିଧି ସଂଖ୍ୟା ସର୍ବାଧିକ ଅଧିକ ରହିଥିବାର ଦେଖିବାକୁ ମିଳେ।ହେଲେ ପୂର୍ବ ପରି ଶ୍ରୀ ମିଶ୍ର (ଜେ.ଡି.ସି.ଏ) ଯୋଡ଼ା ସହରରେ ଥିବା ଏକ ବୃହତ ଘରୋଇ ଖଣି କମ୍ପାନୀରେ ନରହି ବଡ଼ବିଲ ସହରରେ ଏକ କୌଣସି ସ୍ଥାନରେ ରହିଥିବାର ବିଶେଷ ସୂତ୍ରରୁ ଜଣାପଡ଼େ। ଯାହା ହେଲେ ସରକାରୀ ଯୋଡ଼ା ଖଣି ବିଭାଗ ଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା ସରକାରୀ ଆଇ.ବି ରେ କିନ୍ତୁ ରୁହନ୍ତି ନାହିଁ ଶ୍ରୀ ସୁକାନ୍ତ ମିଶ୍ର କାହିଁକି କିଜାଣି? ଯାହା ତାଙ୍କୁ ଜଣା ଥିବ,ଚାକିରୀ ସରକାରୀ କିନ୍ତୁ ରହଣି ଘରୋଇ ଗେଷ୍ଟ ହାଉସର କାରଣ ଏଯାଏ ଜଣା ପଡ଼ିନାହିଁ।ତେବେ ଦେଖିବାକୁ ଗଲେ ଖଣି ବିଭାଗର ସେତୁ ବନ୍ଧନ ପରି ସମ୍ପର୍କ ଏବେ ଖଣି ଅଞ୍ଚଳରେ ଚର୍ଚ୍ଚା ଯେ ଅଫିସର ହେଲେ କଣ ହେଲା ମିଳି ମିଶି କାମ କରିବା ଏକ ଉଦାହରଣ ପାଲଟିଛି ଡିପାର୍ଟମେଣ୍ଟ ପାଇଁ । ଯାହା କେଉଁଠି ଭୁଲ କିମ୍ବା ତ୍ରୁଟିକୁ ମଧ୍ୟ ମିଳି ମିଶି ସୁଧାର ମଧ୍ୟ କରି ଦେବେ ବୋଲି ସାଧାରଣରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳେ।ଏପରି ମିଳି ମିଶି କାମ କରିବାଟା ଆଗକୁ ଖୁବ୍ ଭଲ ଫଳ ପ୍ରଦ ରହିବା ବୋଲି ଆସ କରାଯାଏ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

masiha

ରାତୁଲ ଗାଁରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା 

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟିଆଚୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ “ରାଜ୍ୟସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

Leave a Comment

error: Content is protected !!