ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦ୍ୱାରା ବିଜୟା ଦଶମୀ ପାଳନ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦ୍ୱାରା ବିଜୟା ଦଶମୀ ପାଳନ

ରାଉରକେଲା/ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଉରକେଲା ମହାନଗର ଦ୍ବାରା ବିଜୟାଦଶମୀ ଉତ୍ସବ ସିଭିଲ ଟାଉନସିପ୍ ସ୍ଥିତ ମଡର୍ଣ୍ଣ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବହୁତ ସଂଖ୍ୟାରେ ସ୍ବୟଂସେବକ ଘୋଷ ବାଦ୍ୟ ସହ ପଥ ସଞ୍ଚାଳନ ରେ ସିଭିଲ ଟାଉନସିପ୍ ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେବୀ ଦୁର୍ଗା, ଭାରତମାତାଙ୍କ ତୈଳଚିତ୍ରରେ ଅତିଥିମାନେ ପୂଜାର୍ଚ୍ଚନା କରିଥିଲେ । ଗୈରିକ ଧ୍ଵଜ ଉତ୍ତୋଳନ ଓ ପ୍ରାର୍ଥନା ପରେ ସ୍ବୟଂସେବକମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଶାରୀରିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ମହାନଗର କାର୍ଯ୍ୟବାହୀ ଯୁଧିଷ୍ଟିର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମହାନଗର ସହ ସଂଘଚାଳକ ପ୍ରଭାତ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ସମାଜସେବୀ ଅର୍ଚ୍ଚନା ଗାଡେରୀୟା ମାତୃଶକ୍ତିର ଆରାଧନା ଓ ସୁସ୍ଥ ପରିବାର ଓ ସମାଜ ନିର୍ମାଣରେ ନାରୀର ଭୂମିକାରେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଂଘର ଅଖିଳ ଭାରତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଭି ଭାଗୈୟା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି କହିଲେ ଯେ ଭାରତ ଏକ ପ୍ରାଚୀନ ରାଷ୍ଟ୍ର । ଏହାର ଗୌରବଶାଳୀ ଇତିହାସ ଅଛି । ହିନ୍ଦୁତ୍ୱ ଏକ ପ୍ରକୃତି ଆଧାରିତ ଜୀବନଶୈଳୀ । ୧୯୨୫ ବିଜୟାଦଶମୀରେ ପ୍ରତିଷ୍ଠିତ ସଂଘ ଏ ଯାବତ୍ ବ୍ୟକ୍ତି ନିର୍ମାଣ, ସଂଗଠିତ ହିନ୍ଦୁ ସମାଜ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିଆସୁଛି । କ୍ଷେତ୍ର ସେବାପ୍ରମୁଖ ଜଗଦୀଶ ଖାଡାଙ୍ଗା, ସହ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ଶାରୀରିକ ପ୍ରମୁଖ ହରେକୃଷ୍ଣ ମାଝୀ, ସମ୍ପର୍କ ପ୍ରମୁଖ ଡଃ ସନାତନ ପ୍ରଧାନ, ମହାବିଦ୍ୟାଳୟ ପ୍ରମୁଖ ସୁରେନ୍ଦ୍ର ପଣ୍ଡା, ନଗର ସଂଘ ଚାଳକ ବେଣୀଗୋପାଳ ମାଲାନୀ,ଡ଼ା ରାମଚନ୍ଦ୍ର ମେହେର ସମେତ ବହୁସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

Related posts

ଜିଲ୍ଲାସ୍ତରୀୟ ବିଜେପିର ଷଷ୍ଠତମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

କେସିଙ୍ଗା ରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

masiha

ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଦ୍ୟୁତ୍ ବିଭ୍ରାଟ କୁ ନେଇ ବିଜେପିର ହଡତାଳ

Leave a Comment

error: Content is protected !!