ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଭ୍ରମଣ କାହାଣୀ ଫଳାଫଳ, ପ୍ରଥମ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା

ପ୍ରକାଶ ପାଇଲା ଭ୍ରମଣ କାହାଣୀ ଫଳାଫଳ, ପ୍ରଥମ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା

ବାଲେଶ୍ଵର,୨୬/୧୦/୨୩- ପ୍ରତ୍ୟେକ ରବିବାର ପରି ଗତ ତା ୨୨/୧୦/୨୩ ରିଖ ରବିବାର ଦିନ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଭ୍ରମଣ କାହାଣୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ମୋ ଅଭୁଲା କାହାଣୀ ” । ଏଥିରେ ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ, ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା, ମମତା ବେହୁରା, କଟକ, ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ଝୁମୁରୀ ସାହୁ, ରାଧାଚରଣପୁର, ଜଟଣୀ, ଖୋର୍ଦ୍ଧା, ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର ଓ ଆନନ୍ଦିନୀ ମିଶ୍ର, ଝାରସୁଗୁଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ସେନାପତି । ଶ୍ରୀ ସେନାପତିଙ୍କ ସମୀକ୍ଷାରୁ ଝୁମୁରୀ ସାହୁ ପ୍ରଥମ ସ୍ଥାନ, ରଞ୍ଜୁଲତା ପାଢୀ ଦ୍ବିତୀୟ ସ୍ଥାନ ଓ ରଶ୍ମିରେଖା ସାହୁ ତୃତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ପ୍ରତ୍ୟେକ ରବିବାର ଏହିପରି ବିଭିନ୍ନ ବିଷୟବସ୍ତୁକୁ ନେଇ ଲେଖନୀ ଚାଳନା ଚାଲୁ ରଖିବା ନିମନ୍ତେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ

Sunil Chandra Nayak

କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ

Sunil Chandra Nayak

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

Leave a Comment

error: Content is protected !!