ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ହେବ ‘ ପିପଲା ‘  ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ପ୍ରସ୍ତୁତି ବୈଠକ

ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ହେବ ‘ ପିପଲା ‘ 

ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ପ୍ରସ୍ତୁତି ବୈଠକ 

କଳାହାଣ୍ଡି:ଧର୍ମଗଡ ବ୍ଲକ ଅନ୍ତର୍ଗତ ଗଡିଆଯୋର ଗ୍ରାମ ପଞ୍ଚାୟତ ର ପିପଲା ଗ୍ରାମ କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କରା ହେବ।ଏହି ପରିପେକ୍ଷି ରେ ଏକ ବୈଠକ ପିପଲା ଗ୍ରାମ ବାଲାଜୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ ଉଦିତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଇଓ ରୁପେଶ କୁମାର ମେହେର, ସମାଜ କଲ୍ୟାଣ ଅଧିକାରୀ ଶିବାନୀ ନାଏକ, ପ୍ରାଣୀ ଚିକିତ୍ସାଧିକାରୀ ଡା. ଅଜୟ ମାଝୀ,କନିଷ୍ଠ ଯନ୍ତ୍ରୀ ବୀରେନ୍ଦ୍ର ମେହେର, ୱାର୍ଡ ସଭ୍ୟ ହିମାଂଶୁ ସେଠୀ, ଶ୍ୟାମ ସୁନ୍ଦର ଜାଲ, ଜି ଆର ଏସ ଛବିଲାଲ ନାଏକ ଙ୍କ ସମେତ ଶତାଧିକ ଗ୍ରାମ ବାସୀ ଉପସ୍ଥିତ ଥିଲେ । ଗାଁ ରେ ଥିବା ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କ ରେ ବିଶଦ ଭାବେ ଆଲୋଚନା କରା ଯାଇ ଥିଲା । ରାସ୍ତାଘାଟ ର ଉନ୍ନତି, ବିଦ୍ୟାଳୟ ର ଉନ୍ନତି, ଡ୍ରେନେଜ ବ୍ୟବସ୍ଥା, ବିଦ୍ୟୁତ କରଣ ଆଦି ବିଷୟ ଉପରେ ଆଲୋଚନା କରାଯାଇ ଥିବା ବେଳେ ଏଥି ପାଇଁ ସରପଞ୍ଚ ସମସ୍ତ ଗ୍ରାମ ବାସୀ ଙ୍କ ସହଯୋଗ କାମନା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜଳେଶ୍ଵର ପୌରପାଳିକା କାର୍ଯ୍ୟାଳୟର ସର୍ବ ଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ନିଖିଳ ଓଡିଶା କୈବର୍ତ୍ତ ସମାଜର ଚଇତି ପର୍ବ ମହା ଆଡମ୍ବରରେ ପାଳିତ 

Sunil Chandra Nayak

ଥୁଆମୁଳ ରାମପୁର ବ୍ଳକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!